ETV Bharat / business

OIL Price Hiked: ପୁଣି ବଢିଲା ତେଲ ଦର, ୧୦ ଦିନରେ ୬.୪୦ ଟଙ୍କା ମହଙ୍ଗା

author img

By

Published : Mar 31, 2022, 7:38 AM IST

OIL Rate: ପୁଣି ବଢିଲା ତେଲ ଦର, ୧୦ ଦିନରେ ୬.୪୦ ଟଙ୍କା ମହଙ୍ଗା
OIL Rate: ପୁଣି ବଢିଲା ତେଲ ଦର, ୧୦ ଦିନରେ ୬.୪୦ ଟଙ୍କା ମହଙ୍ଗା

ଦେଶରେ ପୁଣି ବଢିଲା ତେଲ ଦର । ଗତ ୧୦ ଦିନରେ ୯ ଥର ବଢିଲା ପେଟ୍ରୋଲ ଓ ଡିଜେଲ ରେଟ୍ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶବାସୀଙ୍କୁ ଅତିଷ୍ଠ କଲାଣି ମହଙ୍ଗା ମାଡ । ରନ୍ଧନ ଗ୍ୟାସ ସହ ବେଲଗାମ୍ ତୈଳ ଦର ମଧ୍ୟରେ ଅଣନିଶ୍ବାସୀ ଖାଉଟି । ଲଗାତାର ତୈଳ ଦର ବଢାଇ ଚାଲିଛନ୍ତି ତୈଳ କମ୍ପାନୀ । ଆଜି ମଧ୍ୟ ପୁଣି ଥରେ ଦେଶରେ ପେଟ୍ରୋଲ ଓ ଡିଜେଲ ରେଟ୍ ବଢିଛି । ବିଗତ ୧୦ ଦିନ ମଧ୍ୟରେ ନବମ ଥର ପାଇଁ ଦର ବୃଦ୍ଧି ହୋଇଛି । ଆଜି(ଗୁରୁବାର) ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ଲେଖାଏଁ ବଢିଛି । ଫଳରେ ୧୦ ଦିନ ମଧ୍ୟରେ ତେଲ ରେଟ୍ ପ୍ରାୟ ୬.୪୦ ଟଙ୍କା ମହଙ୍ଗା ହୋଇଛି ।

ବର୍ଦ୍ଧିତ ଦର ପରେ ଏବେ ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୧.୮୧ ଟଙ୍କା ହୋଇଛି । ସେହିପରି ଡିଜେଲ ମଧ୍ୟ ୯୨.୨୭ ଟଙ୍କାରୁ ୯୩.୦୭ ଟଙ୍କାକୁ ବଢିଛି । ମୁମ୍ବାଇରେ ଡିଜେଲ ଏବେ ୧୦୦ ଟଙ୍କା ପାର୍ କରିଛି । ଏଠାରେ ତେଲ ଲିଟର ପିଛା ୮୪ ପଇସା ବୃଦ୍ଧି ସହ ଦର ଯଥାକ୍ରମେ ୧୧୬.୭୨ ଏବଂ ୧୦୦.୯୪ ଟଙ୍କାରେ ପହଞ୍ଚିଛି । ଯଦି ଚେନ୍ନାଇ କଥା କହିବା, ଏଠାରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ୭୬ ପଇସା ଲେଖାଏଁ ବୃଦ୍ଧି ହୋଇଛି । ଫଳରେ ପେଟ୍ରୋଲ ଲିଟର ୧୦୭.୪୫ ଟଙ୍କା ଏବଂ ଡିଜେଲ ୯୭.୫୨ ଟଙ୍କା ହୋଇଯାଇଛି । କୋଲକାତାରେ ପେଟ୍ରୋଲ ୧୧୧.୩୫ ଟଙ୍କାରେ ପହଞ୍ଚି ଥିବା ବେଳେ ଡିଜେଲ ମଧ୍ୟ ଶତକ ମୁହାଁ ହୋଇଛି । ସ୍ଥାନୀୟ ଟିକସ ଏବଂ ପରିବହନ ଖର୍ଚ୍ଚ ଆଧାରରେ ଦେଶର ବିଭିନ୍ନ ସ୍ଥାନରେ ଦର ଭିନ୍ନ ଭିନ୍ନ ହୋଇଥାଏ ।

କିଛି ଦିନ ପୂର୍ବେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ତୈଳ ଦର ଦୀର୍ଘ ୪ ମାସ ଯାଏଁ ଅପରିବର୍ତ୍ତିତ ରହିଥିଲା । ହେଲେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ସହ ସରକାର ଗଠନ ପରେ ଗତ ୨୨ ତାରିଖରୁ କମ୍ପାନୀମାନେ ତୈଳ ଦର ବଢାଇ ଚାଲିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.