ETV Bharat / business

ଷ୍ଟକ ବଜାରରେ ଯୁଦ୍ଧର ଛାୟା, ୧୦୦୦ରୁ ଅଧିକ ପଏଣ୍ଟ ଖସିଲା ସେନସେକ୍ସ

author img

By

Published : Mar 4, 2022, 12:20 PM IST

ଷ୍ଟକ ବଜାରରେ ଯୁଦ୍ଧର ଛାୟା, ୧୦୦୦ରୁ ଅଧିକ ଅଙ୍କ ଖସିଲା ସେନସେକ୍ସ
ଷ୍ଟକ ବଜାରରେ ଯୁଦ୍ଧର ଛାୟା, ୧୦୦୦ରୁ ଅଧିକ ଅଙ୍କ ଖସିଲା ସେନସେକ୍ସ

ବିଶ୍ବ ବଜାରରେ ଦୁର୍ବଳ ଧାରା ଯୋଗୁଁ ନାଲି ସଙ୍କେତରେ ଖୋଲିଲା ଷ୍ଟକ ବଜାର । କାରବାର ଆରମ୍ଭରୁ ସେନସେକ୍ସରେ 850 ପଏଣ୍ଟରୁ ଅଧିକ ହ୍ରାସ । ଅଧିକ ପଢନ୍ତୁ

ମୁମ୍ବାଇ: ୟୁକ୍ରେନ-ଋଷ ମଧ୍ୟରେ ଚାଲୁଥିବା ଯୁଦ୍ଧର ପରିମାଣ ସାରା ବିଶ୍ବ ଭୋଗୁଛି । ୟୁକ୍ରେନ ସଙ୍କଟ ବିଶ୍ବ ଷ୍ଟକ ବଜାରକୁ ଧରାଶାୟୀ କରିଦେଇଛି । ବିଶ୍ବ ବଜାରରେ ଦୁର୍ବଳ ଧାରା ଭିତରେ ଭାରତୀୟ ସେୟାର ମାର୍କେଟ ଆଜି(ଶୁକ୍ରବାର) ନାଲି ସଙ୍କେତରେ ଖୋଲିଛି । କାରବାର ଆରମ୍ଭରୁ ସେନସେକ୍ସ(Sensex) 850 ପଏଣ୍ଟରୁ ଅଧିକ ହ୍ରାସ ପାଇଛି । ୩୦ ସେୟାର ଆଧାରିତ ବିଏସଇ(BSE) ସୂଚକାଙ୍କ ଆଜି ଆରମ୍ଭରୁ 851.99 ପଏଣ୍ଟ ଖସି 54,250.69 ରହିଥିଲା । ନିଫ୍ଟି(Nifty) ମଧ୍ୟ 185.60 କମି 16,312.45ରେ ପହଞ୍ଚିଥିଲା ।

ସେନସେକ୍ସ ପ୍ୟାକରେ କାରବାର ଆରମ୍ଭରେ ଏସିଆନ ପେଣ୍ଟସ୍‌, ମାରୁତି ସୁଜୁକି ଇଣ୍ଡିଆ, ଏକ୍ସିସ ବ୍ୟାଙ୍କ, ୱିପ୍ରୋ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲାଲ୍ ସଙ୍କେତରେ ଥିଲେ । ଏହି ସବୁ ଷ୍ଟକ ମୂଲ୍ୟରେ 4.51 ପ୍ରତିଶତ ହ୍ରାସ ଆସିଛି । ମାର୍କେଟର ତାଜା ଅପଡେଟ୍ ଅନୁଯାୟୀ, ସେନସେକ୍ସ ପୁଣି 1050.65 ପଏଣ୍ଟ ଖସି ଏବେ 54,052.03ରେ କାରବାର କରୁଛି । ନିଫ୍ଟି ମଧ୍ୟ 304.40 ପଏଣ୍ଟର ବଡ ହ୍ରାସ ସହ 16,193.65ରେ ରହିଛି ।

ଏହାମଧ୍ୟ ପଢନ୍ତୁ:Russia Ukraine War: ଆସନ୍ତା ବର୍ଷକୁ ଘୁଞ୍ଚିପାରେ LIC ଆଇପିଓ

ପୂର୍ବ କାରାବାର ଅଧିବେଶନରେ BSE ସୂଚକାଙ୍କ 366.22 ପଏଣ୍ଟ ବା 0.66 ପ୍ରତିଶତ ହ୍ରାସ ସହ 55,102.68 ବନ୍ଦ ହୋଇଥିଲା । ଏହି କ୍ରମରେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି 107.90 ଅଙ୍କ ବା 0.65 ପ୍ରତିଶତ ହ୍ରାସ ପାଇ 16,498.05 ପଏଣ୍ଟରେ କାରବାର ବନ୍ଦ କରିଥିଲା । ୟୁକ୍ରେନ ଋଷିଆ ବିବାଦ ଯୋଗୁଁ ବିଶ୍ବ ପୁଞ୍ଜି ବଜାର ପ୍ରଭାବିତ ହେବା ସହ ଅଶୋଧିତ ତୈଳ ଦର ଖୁବ୍‌ମାତ୍ରାରେ ବୃଦ୍ଧି ପାଉଛି । ଏବେ ଅଶୋଧିତ ତୈଳ ବ୍ୟାରେଲ ପିଛା 112.16 ଡଲାରରେ ପହଞ୍ଚିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.