ETV Bharat / business

କୋଭିଡ ଭୟରେ କାରବାର କ୍ରାସ, ସେନସେକ୍ସ 871 ପଏଣ୍ଟ ହ୍ରାସ

author img

By

Published : Mar 24, 2021, 7:18 PM IST

କୋଭିଡ ଭୟରେ କାରବାର କ୍ରାସ,  ସେନସେକ୍ସ 871 ପଏଣ୍ଟ ହ୍ରାସ
କୋଭିଡ ଭୟରେ କାରବାର କ୍ରାସ, ସେନସେକ୍ସ 871 ପଏଣ୍ଟ ହ୍ରାସ

ବୈଶ୍ବିକ ବଜାରରେ ନକରାତ୍ମକ ସଙ୍କେତର ପ୍ରଭାବ ଦେଖିବାକୁ ମିଳିଛି ଘରୋଇ ବଜାରରେ । ବୁଧବାର ସେନସେକ୍ସ 871 ପଏଣ୍ଟ ହ୍ରାସ ହୋଇଛି । ଅଧିକ ପଢନ୍ତୁ..

ମୁମ୍ବାଇ: ବୈଶ୍ବିକ ବଜାରରେ ନକରାତ୍ମକ ସଙ୍କେତର ପ୍ରଭାବ ଦେଖିବାକୁ ମିଳିଛି ଘରୋଇ ବଜାରରେ । ବୁଧବାର ସେନସେକ୍ସ 871 ପଏଣ୍ଟ ହ୍ରାସ ହୋଇଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସୂଚକାଙ୍କ 871.13 ପଏଣ୍ଟ ହ୍ରାସ ହୋଇ 49,180.31 ପଏଣ୍ଟରେ ବନ୍ଦ ହୋଇଛି । ଏଭଳି ଭାବେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 265.35 ପଏଣ୍ଟ କମି 14,549.40 ପଏଣ୍ଟରେ ପହଞ୍ଚିଛି ।

ସେନସେକ୍ସର କମ୍ପାନୀ ମଧ୍ୟରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ସେୟାର ସର୍ବାଧିକ ପ୍ରାୟ 4 ପ୍ରତିଶତ କମିଛି । ଏସବିଆଇ , ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ଆଇଟିସି ଓ ଏନଟିପିସିର ସେୟାର ବି କ୍ଷତିରେ ରହିଛି । ଅନ୍ୟପଟେ ଏସିଆନ ପେଣ୍ଟସ ଓ ପାୱାର ଗ୍ରୀଡ ସେୟାର ଲାଭରେ ରହିଛି ।

ରିଲାଏନ୍ସ ସିକ୍ୟୁରିଟିଜର ପ୍ରମୁଖ ବିନୋଦ ମୋଦି କହିଛନ୍ତି କି, ‘‘ ବୈଶ୍ବିକ ବଜାରରେ ଦୁର୍ବଳ ସଙ୍କେତ ତଥା ଦେଶରେ କୋରୋନା ମାମଲା ବଢିବା ଦ୍ବାରା ନିବେଶକଙ୍କ ଚିନ୍ତା ବଢିଛି । ଫଳରେ ଘରୋଇ ବଜାରରେ ବଡ ହ୍ରାସ ଦେଖିବାକୁ ମିଳିଛି । ଏହା ବ୍ୟତିତ ଡଲାର ସୂଚକାଙ୍କରେ ମଧ୍ୟ ବୃଦ୍ଧି ଦ୍ବାରା ନିବେଶକଙ୍କ ଧାରଣା ପ୍ରଭାବିତ ହୋଇଛି ।

ବୈଶ୍ବିକ ବେଞ୍ଚମାର୍କ ବ୍ରେଣ୍ଟ ଅଶୋଧିତ ତୈଳ 2.78 ପ୍ରତିଶତ ବଢିବା ସହ ବ୍ୟାରେଲ ପ୍ରତି 62.48 ଡଲାର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.