ETV Bharat / business

ଲଗାତାର ଖସୁଛି ସୁନା ଦାମ, ରୂପା 2 ହଜାର ଟଙ୍କା ହ୍ରାସ

author img

By

Published : Feb 26, 2021, 5:50 PM IST

ଲଗାତାର ଖସୁଛି ସୁନା ଦାମ, ରୂପା 2 ହଜାର ଟଙ୍କା ହ୍ରାସ
ଲଗାତାର ଖସୁଛି ସୁନା ଦାମ, ରୂପା 2 ହଜାର ଟଙ୍କା ହ୍ରାସ

ବିବାହ ସିଜନ ଆଗକୁ ରହିଥିଲା ବେଳେ ସୁନା ଓ ରୂପା ଦାମ ହ୍ରାସ ଗହଣା ପ୍ରେମୀଙ୍କୁ ଆଶ୍ବସ୍ତ କରାଇଛି । ଆଜିକୁ ଲଗାତାର 3 ଦିନ ଧରି ହ୍ରାସ । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ଆଜିକୁ ଲଗାତାର 3 ଦିନ ଧରି ହ୍ରାସ ହେଲା ସୁନା ଦାମ । ସେହିପରି ଶୁକ୍ରବାର ରୂପା ଦାମ ମଧ୍ୟ ଖସିଛି । ବିବାହ ସିଜନ ଆଗକୁ ରହିଥିଲା ବେଳେ ସୁନା ଓ ରୂପା ଦାମ ହ୍ରାସ ଗହଣା ପ୍ରେମୀଙ୍କୁ ଆଶ୍ବସ୍ତ କରାଇଛି ।

ଶୁକ୍ରବାର ରାଜଧାନୀ ଦିଲ୍ଲୀ ସୁନା ଦାମ 10 ଗ୍ରାମ ପିଛା 342 ଟଙ୍କା ହ୍ରାସ ହୋଇ 45,599 ଟଙ୍କା ରହିଛି । ସେହିପରି ରୂପା ଦାମ କିଲୋ ପିଛା 2,007 ଟଙ୍କା କମି 67,419 ଟଙ୍କାରେ ପହଞ୍ଚିଛି । ଅର୍ଥରାଷ୍ଟ୍ରୀୟ ବଜାରରେ ବହୁମୂଲ୍ୟ ଧାତୁ ଦାମ ହ୍ରାସ ହୋଇଥିବାରୁ ଏହାର ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳିଛି ।

ଗୁରୁବାର ସୁନା ଦାମ ହ୍ରାସ ହୋଇ 10 ଗ୍ରାମ ପ୍ରତି 45,941 ଟଙ୍କା ରହିଥିଲା । ସେହିଭଳି ଶୁକ୍ରବାର ରୂପା ଦାମ କିଲୋ ପିଛା 2,007 ଟଙ୍କା କମି 67,419 ଟଙ୍କା ରହିଛି । ଯେତେବେଳେ କି ପୂର୍ବ କାରବାରର ଏହା କିଲୋ ପ୍ରତି 69,426 ଟଙ୍କା ଥିଲା ।

ଏଚଡିଏଫସି ସିକ୍ୟୁରିଟିରଜ ବରିଷ୍ଠ ବିଶ୍ଲେଷକ (କମୋଡିଟି) ତପନ ପଟେଲ କହିଛନ୍ତି କି ‘‘ 24 କ୍ୟାରେଟ ସୁନାର ସ୍ପଟ ଦାମ ଦିଲ୍ଲୀରେ ଲଗାତାର ତୃତୀୟ ଦିନରେ 10 ଗ୍ରାମ ପ୍ରତି 342 ଟଙ୍କା ଖସିଛି । ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟ ପ୍ରବଳ ହ୍ରାସ ହେବା ପରେ ବି ବୈଶ୍ବିକ ବଜାରରେ ସୁନାର ବିକ୍ରି ବଢିଥିଲା ।

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ହ୍ରାସ ହୋଇ ଆଉନ୍ସ ପ୍ରତି 1,760 ଡଲାର ରହିଥିଲା ବେଳେ ରୂପା ଆଉନ୍ସ 26.78 ଡଲାର ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.