ETV Bharat / business

କୋରୋନା ଡରରେ ଥରହର ପୁଞ୍ଜି ବଜାର, 871 ପଏଣ୍ଟ ଧସିଲା ସେନସେକ୍ସ

author img

By

Published : Apr 5, 2021, 7:01 PM IST

କୋରୋନା ଡରରେ ଥରହର ପୁଞ୍ଜି ବଜାର, 871 ପଏଣ୍ଟ ଧସିଲା ସେନସେକ୍ସ
କୋରୋନା ଡରରେ ଥରହର ପୁଞ୍ଜି ବଜାର, 871 ପଏଣ୍ଟ ଧସିଲା ସେନସେକ୍ସ

କୋଭିଡର ଦ୍ବିତୀୟ ଲହରୀ ମଧ୍ୟରେ ପୁଞ୍ଜି ବଜାର ବେଲଗାମ । ସେନସେକ୍ସ ଓ ନିଫ୍ଟି ରେକର୍ଡ ହ୍ରାସ ଦ୍ବାରା ନିବେଶକଙ୍କ ଟଙ୍କା ପାଣିରେ ଧୋଇ ହୋଇଯାଇଛି । ଅଧିକ ପଢନ୍ତୁ...

ମୁମ୍ବାଇ: କୋରୋନା ଭାଇରସ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ଓ ଆର୍ଥିକ ପୁନରୁଦ୍ଧାର ଅନିଶ୍ଚିତତା ମଧ୍ୟରେ ସୋମବାର ପୁଞ୍ଜି ବଜାର ବେହାଲ ହୋଇଛି । ବିଏସଇ ସେନସେକ୍ସ 871 ପଏଣ୍ଟ ହ୍ରାସ ହୋଇଛି । ସେପଟେ ଏନଏସଇ ନିଫ୍ଟି 229 ପଏଣ୍ଟରୁ ଅଧିକ ହ୍ରାସ ହୋଇଛି ।

ଆର୍ଥିକ କମ୍ପାନୀ ସେୟାରରେ ହ୍ରାସ ଯୋଗୁଁ ବଜାର କ୍ଷତି ସହିଛି । ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ସୂଚକାଙ୍କ ସେନସେକ୍ସ 870.51 ପଏଣ୍ଟ ହ୍ରାସ ହୋଇ 49,159.32 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 229.55 ପଏଣ୍ଟ କମି 14,637.80 ପଏଣ୍ଟରେ ବନ୍ଦ ହୋଇଛି ।

ସେନସେକ୍ସର ସେୟାରରେ ସର୍ବାଧିକ ହ୍ରାସ ବଜାଜ ଫାଇନାନ୍ସରେ ରହିଛି । ଏଥିରେ ପ୍ରାୟ 6 ପ୍ରତିଶତ ହ୍ରାସ ଦେଖାଦେଇଛି । ଏହା ବ୍ୟତିତ ଇଣ୍ଡସଇଣ୍ଡ ବ୍ୟାଙ୍କ, ଭାରତୀୟ ଷ୍ଟେଟ ବ୍ୟାଙ୍କ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଆକ୍ସିସ ବ୍ୟାଙ୍କ, ବଜାଜ ଅଟୋ ତଥା ଆଇସିଆଇସିଆଇ ବ୍ୟାଙ୍କରେ ବି ହ୍ରାସ ଦେଖାଦେଇଛି ।

ଅନ୍ୟପଟେ ଯେଉଁ ସେୟାର ବୃଦ୍ଧି ରହିଛି, ସେଥିରେ ଏଚସିଏଲ ଟେକ, ଟିସିଏସ ଓ ଇମ୍ଫୋସିସ ସାମିଲ ଅଛି । ବିଶେଷଜ୍ଞଙ୍କ ଅନୁସାରେ ‘‘ ଦେଶରେ କୋଭିଡ-19 ମାମଲା ଅନୁମାନ ତୁଳନାରେ ଦ୍ରୁତ ଗତିରେ ବଢିଛି । ଏହା ଦ୍ବାରା ଆର୍ଥିକ ପୁନରୁଦ୍ଧାର ଗତି ପ୍ରଭାବିତ ହେବା ଆଶଙ୍କା ଉପୁଜିଛି । ଏହି କାରଣରୁ ବଜାରରେ ଆଜି ବଡ ସେଲଅଫ ଦେଖାଦେଇଛି । ଆର୍ଥିକ ବର୍ଷ 2021-22ର ପ୍ରଥମ ତ୍ରୟମାସରେ କମ୍ପାନୀର ଆୟରେ ହ୍ରାସ ଆକଳନକୁ ଦୃଷ୍ଟିରେ ରଖି ସେୟାରର ଉଚ୍ଚ ମୂଲ୍ୟାଙ୍କନ ମଧ୍ୟ ଚିନ୍ତା ବଢାଇଛି ।

ଏଥିମଧ୍ୟରେ ବୈଶ୍ବିକ ତେଲ ମାନକ ବ୍ରେଣ୍ଟ କ୍ରୁଡର ଦାମ 2.20 ପ୍ରତିଶତ ହ୍ରାସ ସହ ବ୍ୟାରେଲ ପ୍ରତି 63.43 ଡଲାରରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.