ETV Bharat / business

ଜଳିବ ତେଲ ନିଆଁ, 70 ଡଲାର ଟପିଲା ଅଶୋଧିତ ତୈଳ ଦାମ

author img

By

Published : Mar 8, 2021, 5:31 PM IST

ଜଳିବ ତେଲ ନିଆଁ ,  70 ଡଲାର ଟପିଲା ଅଶୋଧିତ ତୈଳ ଦାମ
ଜଳିବ ତେଲ ନିଆଁ , 70 ଡଲାର ଟପିଲା ଅଶୋଧିତ ତୈଳ ଦାମ

ଉତ୍ପାଦନ କମ, ଅଧିକ ଚାହିଦା ମଧ୍ୟରେ ବଢିଚାଲିଛି ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର । ଆଉ ଏହାର ପ୍ରଭାବ ଘରୋଇ ବଜାର ଉପରେ ପଡିବ ସମ୍ଭାବନା ଶତ ପ୍ରତିଶତ ରହିଛି । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ଥମୁନି ପେଟ୍ରୋଲ ଓ ଡିଜେଲ ତାତି । କମୁନି ଉପଭୋକ୍ତାଙ୍କ ଅସନ୍ତୋଷ । ଲଗାତାର ତୈଳ ବିତରଣ କମ୍ପାନୀ ଦାମ ବଢାଇ ଚାଲିଛନ୍ତି । ଆଉ ଏହାର କାରଣ ହେଉଛି ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମରେ ଅହେତୁକ ବୃଦ୍ଧି । ଜାଣି ଆଶ୍ଚର୍ଯ୍ୟ ହେବେ ସୋମବାର ବ୍ରେଣ୍ଟ କ୍ରୁଡ ବ୍ୟାରେଲ ପ୍ରତି 70 ଡଲାର ପାର କରିଛି ।

ତେବେ ଘରୋଇ ବଜାରରେ ପେଟ୍ରୋଲ-ଡିଜେଲର ଦାମ ଆଜିକୁ ଲଗାତାର 9 ଦିନ ଧରି ସ୍ଥିର ରହିଛି । ପ୍ରକାଶ କି ଓପେକ ଓ ତାର ସହଯୋଗୀ ଦେଶ ଅଶୋଧିତ ତୈଳ ଉତ୍ପାଦନ ବୃଦ୍ଧି ନେଇ ଭାରତ ଦେଇଥିବା ପ୍ରସ୍ତାବକୁ ଉପେକ୍ଷା କରିଛନ୍ତି । ଏପ୍ରିଲ ଯାଏଁ ଉତ୍ପାଦନ ବଢାଇବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି । ଏପଟେ ଭାରତରେ କୋଭିଡ ପୂର୍ବ ସ୍ତରକୁ ତେଲ ଚାହିଦା ପହଞ୍ଚିଥିଲା ବେଳେ ଯୋଗାଣ ହ୍ରାସ ହେଉଥିବାରୁ ଏହାର ପ୍ରଭାବ ଦାମ ଉପରେ ପଡିଛି । ବିଗତ 4 ଦିନରେ ଅଶୋଧିତ ତୈଳ ଦାମ ବ୍ୟାରେଲ ପ୍ରତି 6 ଡଲାର ବୃଦ୍ଧି ହୋଇଛି ।

ଏପଟେ ସୋମବାର ଦିଲ୍ଲୀ ବଜାରରେ ପେଟ୍ରୋଲ ଦାମ ଲିଟର ପ୍ରତି 91.17 ଟଙ୍କା ଓ ଡିଜେଲ 81.47 ଟଙ୍କାରେ ସ୍ଥିର ରହିଛି । ଏହି ସମୟରେ ପ୍ରାୟ ପ୍ରତି ସହରରେ ଉଭୟ ଇନ୍ଧନ ଦାମ ସର୍ବକାଳୀନ ସ୍ତରରେ ରହିଛି ।

ଭାରତରେ ସରକାରୀ ତେଲ କମ୍ପାନୀ ପେଟ୍ରୋଲ ଓ ଡିଜେଲ ଦାମ ନିର୍ଦ୍ଧାରଣ କରିବାକୁ ସ୍ବତନ୍ତ୍ର । ତେବେ ନିର୍ବାଚନ କାଳରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ବୃ୍ଦ୍ଧି ହେଲେ ବି ଘରୋଇ ବଜାରରେ ଦାମ ବଢିନଥିବା ନଜିର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.