ETV Bharat / business

କାଲି ଜିଏସଟି ପରିଷଦ ବୈଠକ, ରାଜସ୍ବ କ୍ଷତିର ହେବ ହେବ ସମୀକ୍ଷା

author img

By

Published : Jun 11, 2020, 7:42 PM IST

gst council meeting will be held tomorrow to raise funds for compensation to states
କାଲି ଜିଏସଟି ପରିଷଦର ବୈଠକ

ଶୁକ୍ରବାର ଜିଏଟି ପରିଷଦର 40ତମ ବୈଠକ । ରାଜସ୍ବ ବୃଦ୍ଧି ଓ ଜିଏସଟି କ୍ଷତିପୂରଣ ବାବଦରେ ରାଜ୍ୟ ପାଇଁ ବଜାରରୁ ପୁଞ୍ଜି ଏକଜୁଟ ନେଇ ଏଥିରେ ଚର୍ଚ୍ଚା ହେବ ।

ନୂଆଦିଲ୍ଲୀ: ଶୁକ୍ରବାର ହେବ ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦର 40 ତମ ବୈଠକ । ଏହି ବୈଠକରେ କୋଭିଡ-19ରେ ପ୍ରଭାବିତ ରାଜସ୍ବର ନେଇ ବିଚାର ବିମର୍ଶ କରାଯିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ବସିବ । ଏଥିରେ ରାଜ୍ୟର ଅର୍ଥମନ୍ତ୍ରୀ ଓ ପ୍ରତିନିଧି ସାମିଲ ହେବେ ।

ରାଜସ୍ବ ସମୀକ୍ଷ ବ୍ୟତିତ ଏହି ବୈଠକରେ 2017 ଅଗଷ୍ଟରୁ ଜାନୁଆରୀ 2020 ମଧ୍ୟରେ ଜିଏସଟି ରିଟର୍ଣ୍ଣ ଦାଖଲ କରିନଥିବା ନେଇ ବିଳମ୍ବ ଶୁଳ୍କକୁ ଛାଡ କରାଯିବ କି ନୁହେଁ, ସେ ନେଇ ବିଚାର କରାଯିବ ।

ଏହି ବୈଠକରେ କର ଦରରେ ପରିବର୍ତ୍ତନ ନେଇ କୌଣସି ବିଚାର ହେବ ନାହିଁ । ହେଲେ ଜିଏସଟି ଲାଗୁ ଯୋଗୁଁ ରାଜ୍ୟକୁ ହେଉଥିବା ରାଜସ୍ବ ହ୍ରାସର କ୍ଷତି ପୂରଣ ପାଇଁ ପାଣ୍ଠି ସଂଗ୍ରହର ଉପାୟ ବିଷୟରେ ଆଲୋଚନା ହେବ ।

ଟିକସ ସଂଗ୍ରହ ହ୍ରାସ ଏବଂ ଜିଏସଟି ରିଟର୍ଣ୍ଣ ଦାଖଲ ସମୟସୀମା ବୃଦ୍ଧି ଯୋଗୁଁ ସରକାର ଏପ୍ରିଲ ଏବଂ ମେ ମାସ ପାଇଁ ଜିଏସଟି ସଂଗ୍ରହ ରିପୋର୍ଟ ପ୍ରକାଶ କରିନାହାଁନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.