ETV Bharat / business

ସୁନା ଦାମ ବଢିଲା, ରୂପା ବି ମହଙ୍ଗା

author img

By

Published : Feb 23, 2021, 7:57 PM IST

ସୁନା ଦାମ ବଢିଲା , ରୂପା ବି ମହଙ୍ଗା
ସୁନା ଦାମ ବଢିଲା , ରୂପା ବି ମହଙ୍ଗା

ବୈଶ୍ବିକ ବଜାରରେ ସୁନା ଦାମ ବଢିବା ପରେ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏଚଡିଏଫସି ସିକ୍ୟୁରିଟିଜ ଏ ନେଇ ସୂଚନା ଦେଇଛି । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ଲଗାତାର ହ୍ରାସ ପରେ ମଙ୍ଗଳବାର ସୁନା ଦାମ ବୃଦ୍ଧି ହୋଇଛି । ବୈଶ୍ବିକ ବଜାରରେ ସୁନା ଦାମ ବଢିବା ପରେ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏଚଡିଏଫସି ସିକ୍ୟୁରିଟିଜ ଏ ନେଇ ସୂଚନା ଦେଇଛି ।

ଏଚଡିଏଫସି ସିକ୍ୟୁରିଟିଜ ଅନୁସାରେ ଆଜି 10 ଗ୍ରାମ ସୁନା ଦାମ 337 ଟଙ୍କା ବଢି 46,372 ଟଙ୍କାରେ ପହଞ୍ଚିଛି । ଗତ କାରବାର ଦିବସ ଅର୍ଥାତ ସୋମବାର ମୂଲ୍ୟବାନ ଧାତୁ ସୁନା ଦାମ 10 ଗ୍ରାମ ପ୍ରତି 46,035 ଟଙ୍କାରେ ବନ୍ଦ ହୋଇଥିଲା ।

ସେହିଭଳି ରୂପା ଦାମ ମଙ୍ଗଳବାର କିଲୋ ପ୍ରତି 1,149 ଟଙ୍କା ବୃଦ୍ଧି ହୋଇ 69,667 ଟଙ୍କାରେ ପହଞ୍ଚିଛି । ଗତ କାରବାର ଦିବସରେ ରୂପା ଦାମ କିଲୋ ପିଛା 68,518 ଟଙ୍କା ଅଛି । ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ବିଶ୍ଲେଷକ ତପନ ପଟେଲ କହିଛନ୍ତି କି, ‘‘ 24 କ୍ୟାରେଟ ସ୍ପଟ ସୁନା ଦାମ 337 ଟଙ୍କା ବଢିଛି । ଆଉ ଏହାର କାରଣ ହେଉଛି ବୈଶ୍ବିକ ବଜାରରେ ସୁନା ଦାମ ବୃଦ୍ଧି ।

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ଏବେ ଆଉନ୍ସ ପ୍ରତି 1,808 ଡଲାରରେ କାରବାର କରୁଛି । ସେପଟେ ରୂପା ଆଉନ୍ସ ପିଛା 28.08 ଡଲାର ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.