ETV Bharat / business

ଆଶ୍ବସ୍ତି ! କମିଲା ସୁନା ଦାମ

author img

By

Published : Feb 24, 2021, 6:10 PM IST

Gold falls Rs 148, silver declines Rs 886
Gold falls Rs 148, silver declines Rs 886

ବୈଶ୍ବିକ ବଜାରରେ ସେଲଅଫ ଓ ଟଙ୍କାର ବିନିମୟ ମୂଲ୍ୟରେ ସୁଧାର ଯୋଗୁଁ ଦିଲ୍ଲୀ ସରଫରା ବଜାରରେ କମିଛି ସୁନା ଦାମ । ସେହିଭଳି ରୂପା ଦାମ ବି ହ୍ରାସ ହୋଇଛି । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ବୈଶ୍ବିକ ବଜାରରେ ସେଲଅଫ ଓ ଟଙ୍କାର ବିନିମୟ ମୂଲ୍ୟରେ ସୁଧାର ଯୋଗୁଁ ଦିଲ୍ଲୀ ସରଫରା ବଜାରରେ କମିଛି ସୁନା ଦାମ । ମଙ୍ଗଳବାର ସୁନା ଦାମ ବୃଦ୍ଧି ହୋଇଥିଲା ବେଳେ ବୁଧବାର ଏହାର 10 ଗ୍ରାମ ପ୍ରତି 148 ଟଙ୍କା ହ୍ରାସ ହୋଇଛି ।

ଦାମ ହ୍ରାସ ପରେ ଆଜି 10 ଗ୍ରାମ ସୁନା ଦାମ 46,307 ଟଙ୍କା ରହିଛି । ଏଚଡିଏଫସି ସିକ୍ୟୁରିଟିଜ ଅନୁସାରେ ଗତ କାରବାର ଅଧିବେଶରେ ସୁନା ଦାମ 10 ଗ୍ରାମ ପ୍ରତି 46,455 ଟଙ୍କାରେ ବନ୍ଦ ହୋଇଥିଲା । ସେହିଭଳି ରୂପା ଦାମ ବୁଧବାର କିଲୋ ପିଛା 886 ଟଙ୍କା ହ୍ରାସ ହୋଇ 68,676 ଟଙ୍କା ରହିଛି । ଯାହାକି ପୂର୍ବ କାରବାର ଦିବସରେ କିଲୋ ପ୍ରତି 69,562 ଟଙ୍କା ରହିଥିଲା ।

ଏଚଡିଏଫସି ସିକ୍ୟୁରିଟିଜ ବରିଷ୍ଠ ବିଶ୍ଲେଷକ (କମୋଡିଟି) ତପନ ପଟେଲ କହିଛନ୍ତି କି, ‘‘ସୁନାର ବୈଶ୍ବିକ ଦାମରେ ମଙ୍ଗଳବାର ସେଲଅଫ ଓ ଟଙ୍କାର ବିନିମୟ ଦାମରେ ସୁଧାର ପରେ ଦିଲ୍ଲୀରେ 24 କ୍ୟାରେଟ ସୁନା ଦାମ 10 ଗ୍ରାମ ପିଛା 148 ଟଙ୍କା ଅଛି । ’’

ତେବେ ଆଜି ଡଲାର ତୁଳନାରେ ଟଙ୍କା 11 ପଇସା ମଜବୁତ ହୋଇଛି । ସେପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ଆଉନ୍ସ ପ୍ରତି 1,807 ଡଲାରରେ ପ୍ରାୟ ଅପରିବର୍ତ୍ତିତ ଅଛି । ଯେତେବେଳେ କି ରୂପା ଦାମ ମଧ୍ୟ ଆଉନ୍ସ ପିଛା 27.63 ଡଲାରରେ ସ୍ଥିର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.