ETV Bharat / bharat

ମୁହଁ ସୁନ୍ଦର ନଥିବାରୁ ହେଉଥିଲେ ଥଟ୍ଟାର ଶିକାର, ଜୀବନ ହାରିଦେଲେ ଯୁବକ !

author img

By

Published : May 31, 2023, 10:53 PM IST

ଅଦ୍ଭୁତ ମାନସିକତା, ମୁଖ ସୁନ୍ଦର ନଥିବାରୁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ
ଅଦ୍ଭୁତ ମାନସିକତା, ମୁଖ ସୁନ୍ଦର ନଥିବାରୁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

ମୁହଁ ସୁନ୍ଦର ନଥିବାରୁ ଥଟ୍ଟାର ଶିକାର ହୋଇ ବିହାର ନାଳନ୍ଦାରେ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ । ମୃତଦହ ନିକଟରୁ ସୁଇସାଇଡାଲ ନୋଟ ମିଳିଥିବା ସୂଚନା । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ପାଟନା: ମୁଖ ଓ କେଶ ସୁନ୍ଦର ନଥିବାରୁ ବାରମ୍ବାର ଥଟ୍ଟା ଓ ପରିହାସର ଶିକାର ହୋଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବିବାହ ନାଳନ୍ଦା ଜିଲ୍ଲାରୁ ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପୋଲିସ ଏସମ୍ପର୍କରେ ଏପରି କିଛି କହିନଥିବା ବେଳେ ଯୁବକଙ୍କ ହାତଲେଖା ସୁଇସାଇଡାଲ ନୋଟରେ ଆତ୍ମହତ୍ୟାର କାରଣ ଲେଖାଯାଇଥିବା ପରିବାର ଓ ପଡୋଶୀଙ୍କଠାରୁ ସୂଚନା ମିଳିଛି । ଯୁବକଙ୍କ ମୁଁହ ଓ କେଶ ଅସୁନ୍ଦର ଥିବାରୁ ସେ ସମାଜରେ ଥଟ୍ଟା ପରିହାସର ଶିକାର ହେଉଥିଲେ । ତେଣୁ ସେ ଏହି କାରଣରୁ ଆତ୍ମହତ୍ୟା କରୁଥିବା ନୋଟରେ ଲେଖିଥିବା ଚର୍ଚ୍ଚା ହେଉଛି । ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ପରିବାର ସଦସ୍ୟଙ୍କ ସୂଚନା ଅନୁସାରେ, ନିବାସୀ 25 ବର୍ଷୀୟ ବିଜୟ ନିଜ ମୁଖ ଓ କେଶ ପାଇଁ ଲୋକଙ୍କ ଦ୍ବାରା ଥଟ୍ଟା ପରିହାସର ଶିକାର ହେଉଥିଲେ । ଏନେଇ ସେ ବିବ୍ରତ ଓ ଅବସାଦଗ୍ରସ୍ତ ମଧ୍ୟ ହୋଇଯାଇଥିଲେ । ସେ ଚାପରେ ଥିବା ପରିବାର ସଦସ୍ୟ ଜାଣିପାରି ନିକଟରେ ତାଙ୍କୁ ବୁଝାସୁଝା ମଧ୍ୟ କରିଥିଲେ । ହେଲେ ସେ ଏପରି ଚରମ ପଦକ୍ଷେପ ଗ୍ରହଣ କରିବେ ବୋଲି ପରିବାର ସଦସ୍ୟ କେବେ କଳ୍ପନା ମଧ୍ୟ କରିନଥିଲେ । ଗତକାଲି ଯୁବକଜଣଙ୍କ ନିଜ ଭଉଣୀଙ୍କ ଘରକୁ ଯାଇଥିଲେ । ସେଠାରେ ରାତ୍ରୀଯାପନ କରିବେ ବୋଲି କହିଥିଲେ । ହେଲେ ରାତିରେ ସେଠାରେ ସେ କାଗଜରେ ଏପରି କିଛି କାରଣ ଲେଖି ଆତ୍ମହତ୍ୟା କରିଥିଲେ । ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହେବା ସହ ହାତଲେଖା ସୁଇସାଇଡାଲ ନୋଟ ମଧ୍ୟ ମିଳିଛି ।

ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଏହାସହ ଉକ୍ତ ସୁସାଇଡାଲ ନୋଟ ସହ ଅନ୍ୟ କିଛି ପାରିପାର୍ଶ୍ବିକ ସାମଗ୍ରୀ ମଧ୍ୟ ଜବତ କରି ଫୋରେନସିକ ଲ୍ୟାବକୁ ପଠାଇଛି । ଅନ୍ୟପଟେ ପୋଲିସ ସେପରି କିଛି କାରଣକୁ ଦର୍ଶାଇନଥିବା ବେଳେ ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବା ନେଇ କହିଛି । ମିଳିଥିବା ସୁଇସାଇଡାଲ ନୋଟ ଯୁବକଙ୍କ ନିଜେ ନା ଅନ୍ୟ କେହି ଲେଖିଛନ୍ତି, ତାହା ମଧ୍ୟ ଫୋରେନସିକ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବା ନେଇ ପୋଲିସ କହିଛି । ହେଲେ ପରିବାର ସଦସ୍ୟ ଏହି କାରଣରୁ ଯୁବକଜଣଙ୍କ ଅବସାଦଗ୍ରସ୍ତ ହୋଇ ମାନସିକ ଭାରସାମ୍ୟ ହରାଇ ବସିଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.