ETV Bharat / bharat

ଆଜି କେନ୍ଦ୍ର କ୍ୟାବିନେଟ ସହ ବସିବ ମନ୍ତ୍ରୀ ପରିଷଦ ବୈଠକ

author img

By

Published : Jul 14, 2021, 8:50 AM IST

Union Cabinet to meet physically after more than a year
ଆଜି କେନ୍ଦ୍ର କ୍ୟାବିନେଟ ସହ ବସିବ ମନ୍ତ୍ରୀ ପରିଷଦ ବୈଠକ

ଆଜି କେନ୍ଦ୍ର କ୍ୟାବିନେଟ ବୈଠକ ସହ ବସିବ ମନ୍ତ୍ରୀ ପରିଷଦ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ : ଆଜି କେନ୍ଦ୍ର କ୍ୟାବିନେଟ ସହ ବସିବ ମନ୍ତ୍ରୀ ପରିଷଦ ବୈଠକ । ପୂର୍ବାହ୍ନ 11ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ । ତେବେ ପ୍ରଥମଥର ପାଇଁ କୋରୋନା କଟକଣା ମଧ୍ୟରେ କ୍ୟାବିନେଟ ବୈଠକ ବସୁ ଥିଲେ ବି ଆଭାସି ବୈଠକ ପରିବର୍ତ୍ତେ ସମସ୍ତ ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆସିବାକୁ କୁହାଯାଇଛି । ସେହିପରି ଅପରାହ୍ନ 4ଟାରେ ବସିବାକୁ ଥିବା କେନ୍ଦ୍ରମନ୍ତ୍ରୀ ପରିଷଦ ବୈଠକରେ ମଧ୍ୟ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିବେ ।

କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ପରେ ଦ୍ବିତୀୟ ଥର ପାଇଁ ଆଜି ଉଭୟ କ୍ୟାବିନେଟ ବୈଠକ ସହ ମନ୍ତ୍ରୀ ପରିଷଦ ବୈଠକ ବସୁଛି । 2 ସପ୍ତାହ ମଧ୍ୟରେ ଦୁଇ ଥର କ୍ୟାବିନେଟ ଡାକିବାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଆସନ୍ତା 19 ତାରିଖରୁ ସଂସଦରେ ମୌସୁମୀ ଅଧିବେସନ ବସୁଥିବାରୁ ତା ପୂର୍ବରୁ ସରକାର କିଛି ଗୁରୁତ୍ବପୂର୍ଣ୍ଣ ବିଲ କ୍ୟାବିନେଟର ଅନୁମୋଦନ କରାଇପାରନ୍ତି । ଏହାସହ କେନ୍ଦ୍ର କ୍ୟାବିନେଟ ବୈଠକରେ ବର୍ତ୍ତମାନର କୋରୋନା ସ୍ଥିତି ଓ ସାମ୍ଭାବ୍ୟ କୋଭିଡର ତୃତୀୟ ଲହର ନେଇ ମଧ୍ୟ ଆଲୋଚନା ହୋଇପାରେ । ସେପଟେ ମନ୍ତ୍ରୀ ମଣ୍ତଳ ସମ୍ପ୍ରସାରଣ ଗତ 7 ତାରିଖରେ ହୋଇଥିଲା । ଯେଉଁଥିରେ 43 ଜଣ ମନ୍ତ୍ରୀ ନୂଆକରି ଯୋଡି ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.