ETV Bharat / bharat

ଆଜି ବସିବ କେନ୍ଦ୍ର କ୍ୟାବିନେଟ ବୈଠକ

author img

By

Published : Sep 7, 2021, 7:09 PM IST

Updated : Sep 8, 2021, 9:12 AM IST

ଆସନ୍ତାକାଲି ବସିବ କେନ୍ଦ୍ର କ୍ୟାବିନେଟ ବୈଠକ
ଆସନ୍ତାକାଲି ବସିବ କେନ୍ଦ୍ର କ୍ୟାବିନେଟ ବୈଠକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି (ବୁଧବାର) ବସିବ କେନ୍ଦ୍ର କ୍ୟାବିନେଟ ବୈଠକ । ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ହୋଇପାରେ ଆଲୋଚନା । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଆଜି (ବୁଧବାର) ବସିବାକୁ ଯାଉଛି କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଜେପିର ମନ୍ତ୍ରୀ ଏହି ବୈଠକରେ ଉପସ୍ଥିତ ରହିବେ ।

ମନ୍ତ୍ରୀମଣ୍ଡଳ ବୈଠକରେ ଆଫଗାନିସ୍ତାନରେ ତାଲିବାନର କବଜା ପରେ କାଶ୍ମୀର ସ୍ଥିତି ଆଲୋଚନାର ମୁଖ୍ୟ ବିଷୟ ରହିପାରେ । ସେହିପରି ଚାଷୀ ଆନ୍ଦୋଳନ ଓ କୃଷି ଆଇନ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଦେଶରେ କୃଷି ଆଇନ ବିରୋଧରେ କ୍ରମାଗତ ବଢି ଚାଲିଛି ଚାଷୀ ଆନ୍ଦୋଳନ । ଭାରତ ବନ୍ଦ ଡାକରା ଦେଇଛନ୍ତି ଚାଷୀ । ସେପଟେ କୋରୋନାର ତୃତୀୟ ଲହରୀ ଆଶଙ୍କାକୁ ଦୃଷ୍ଟିରେ ରଖି ଆଗୁଆ ପ୍ରସ୍ତୁତି ଉପରେ ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି ।

Last Updated :Sep 8, 2021, 9:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.