ETV Bharat / bharat

ନୂଆ ମନ୍ତ୍ରୀଙ୍କୁ ମୋଦିଙ୍କ ମନ୍ତ୍ର, ବିବାଦରୁ ଦୂରରେ ରହିବାକୁ ପରାମର୍ଶ

author img

By

Published : Jul 8, 2021, 6:00 PM IST

Updated : Jul 8, 2021, 10:57 PM IST

ନୂଆ ମନ୍ତ୍ରୀଙ୍କୁ ମୋଦିଙ୍କ ମନ୍ତ୍ରୀ, ଅନାବଶ୍ୟକ ବୟାନବାଜିରୁ ନିବୃତ୍ତ ରହିବାକୁ ପରାମର୍ଶ
ନୂଆ ମନ୍ତ୍ରୀଙ୍କୁ ମୋଦିଙ୍କ ମନ୍ତ୍ରୀ, ଅନାବଶ୍ୟକ ବୟାନବାଜିରୁ ନିବୃତ୍ତ ରହିବାକୁ ପରାମର୍ଶ

ମନ୍ତ୍ରୀମଣ୍ଡଳ ବିସ୍ତାର ପୂର୍ବରୁ ଜଣ ପରେ ଜଣେ ସଦସ୍ୟ ଦେଇଥିଲେ ଇସ୍ତଫା । ଆଉ ଏବେ ସାମ୍ନାକୁ ଆସୁଛି ଇସ୍ତଫାର ଇନସାଇଡ ଷ୍ଟୋରୀ । ପଢନ୍ତୁ...

ନୂଆଦିଲ୍ଲୀ: ମୋଦି କ୍ୟାବିନେଟରେ ସାମିଲ ହୋଇଥିବା ନୂଆ ମନ୍ତ୍ରୀ ସମ୍ଭାଳିଛନ୍ତି ନିଜ କାର୍ଯ୍ୟଭାର । ମନ୍ତ୍ରୀମଣ୍ଡଳ ବିସ୍ତାର ପରେ କ୍ୟାବିନେଟର ହୋଇଛନ୍ତି ପ୍ରଥମ ବୈଠକ । ଏହାରିମଧ୍ୟରେ ନୂଆ ମନ୍ତ୍ରୀଙ୍କ କାର୍ଯ୍ୟ ଆରମ୍ଭ ପୂର୍ବରୁ ସେମାନଙ୍କୁ ମନ୍ତ୍ର ଦେଇଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ମନ୍ତ୍ରୀମାନଙ୍କୁ ପୂର୍ବମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ଅନୁଭୂତିରୁ ଶିଖିବାକୁ ଦେଇଛନ୍ତି ପରାମର୍ଶ । ନୂତନ ମନ୍ତ୍ରୀ ପରିଷଦ ବୈଠକରେ ସେ କହିଛନ୍ତି ଯେ ଯେଉଁ ମନ୍ତ୍ରୀମାନେ ଏଥିରେ ସାମିଲ ହୋଇନାହାଁନ୍ତି ସେମାନେ ଅଧିକ ଯୋଗଦାନ ଦେଇଛନ୍ତି । ନୂଆ ମନ୍ତ୍ରୀମାନେ ସେମାନଙ୍କଠାରୁ ଶିକ୍ଷା ଲାଭ କରିପାରିବେ ।

ଏହା ସହିତ ପ୍ରଧାନମନ୍ତ୍ରୀ କ୍ୟାବିନେଟ ବୈଠକରେ ମନ୍ତ୍ରୀମାନଙ୍କୁ କହିଛନ୍ତି ଯେ ସେମାନେ ସ୍ବଚ୍ଛତା କାର୍ଯ୍ୟକ୍ରମ କରିବା ଉଚିତ ଏବଂ ନିଜ ସ୍ବାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ।

ସଂସଦର ଗୃହକାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଆସିବା ଉଚିତ ଏବଂ ଗଣମାଧ୍ୟମରେ ଅନାବଶ୍ୟକ ବିବୃତ୍ତି ନ ଦେବା ଉଚିତ ବୋଲି ମନ୍ତ୍ରୀଙ୍କୁ ଚେତାବନୀ ଦେଇଛନ୍ତି ମୋଦି । ଏହା ସହିତ ମନ୍ତ୍ରଣାଳୟର କାର୍ଯ୍ୟରେ ଜଡିତ ରହିବାକୁ କହିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିଲା କେନ୍ଦ୍ର କ୍ୟାବିନେଟ ବୈଠକ । ଗତକାଲି କେନ୍ଦ୍ର ମନ୍ତ୍ରୀ ମଣ୍ଡଳର ସମ୍ପ୍ରାସାରଣ ହୋଇଥିଲା । ଏଥିରେ 36 ଜଣ ନୂଆ ମୁଁହଙ୍କ ସମେତ 43 ମନ୍ତ୍ରୀ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଧିକାଂଶ ନେତାଙ୍କ ଶିକ୍ଷାଗତ ଯୋଗ୍ୟତା ଅଧିକ ରହିଛି । ନ୍ତ୍ରୀମଣ୍ଡଳ ସଂପ୍ରସାରଣ ପରେ ଏହା ପ୍ରଥମ କ୍ୟାବିନେଟ ବୈଠକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jul 8, 2021, 10:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.