TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 19, 2022, 9:12 PM IST

ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

1.ଆଉନାହାନ୍ତି ବିଷ୍ଣୁ, ରାଜନୈତିକ ଓ ସାରସ୍ୱତ ଜଗତର ଅପୂରଣୀୟ କ୍ଷତି

୬୧ ବର୍ଷ ବୟସରେ ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଅକାଳ ବିୟୋଗ ହୋଇଛି । ବିଷ୍ଣୁ ସେଠୀଙ୍କ ଦେହାନ୍ତ ରାଜ୍ୟ ରାଜାନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଏହି ଦିବଙ୍ଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ନେତାଏ

2.ଏଲିଜାବେଥଙ୍କୁ ବିଦାୟ ଦେଉଛି ବ୍ରିଟେନ, ରାଜକୀୟ ପରମ୍ପରାରେ ଅନ୍ତ୍ୟେଷ୍ଟି କ୍ରିୟା ଜାରି

ବ୍ରିଟେନ ଇତିହାସର ସର୍ବାଧିକ କାଳ ଶାସିକା ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କୁ (Queen Elizabeth ) ବିଦାୟ ଦେଉଛି ବ୍ରିଟେନ

3.ସମ୍ୱଲପୁର ରେଳମଣ୍ଡଳରେ ଆଧୁନିକୀକରଣ ନେଇ ଟ୍ରେନ୍‌ ବାତିଲ

ସମ୍ୱଲପୁର-ଟିଟିଲାଗଡ ରେଳ ସେକ୍ସନର ଦେବାହାଲ-ବରଗଡ ରୋଡ-ବରପାଲି ଷ୍ଟେସନ୍ ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ ପାଇଁ ଏକାଧିକ ଟ୍ରେନ ବାତିଲ ହୋଇଛି । କିଛି ଟ୍ରେନ୍‌ ଆଂଶିକ ବାତିଲ ଓ କିଛି ଟ୍ରେନ୍‌ର ମାର୍ଗ ପରିବର୍ତ୍ତନ ହୋଇଥିବା ସୂଚନା ଦେଇଛି ପୂର୍ବତଟ ରେଳପଥ

4.Amarinder Singh joins BJP: ପଦ୍ମ ଧରିଲେ କ୍ୟାପଟେନ, BJP ରେ ବିଲୟ ହେଲା PLC

ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ (Amarinder Singh joins BJP)। ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ କିରଣ ରିଜଜୁଙ୍କ ଉପସ୍ଥିତିରେ କ୍ୟାପଟେନ ଅମରିନ୍ଦର ପଦ୍ମ ଧରିଛନ୍ତି

5.ବୋଟ ରେସିଂରେ ଭାଗ ନେଲେ ରାହୁଲ, ଡଙ୍ଗାରେ ବସି ମାରିଲେ ଆହୁଲା

ଦକ୍ଷିଣର ଶେଷ ପ୍ରାନ୍ତ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା କଂଗ୍ରେସର ‘ଭାରତ ଯୋଡ’ ଏବେ କେରଳରେ ଜାରି ରହିଛି

6.WOSACA Nuakhai Bhet Ghat, ହାଇଦ୍ରାବାଦରେ ଝୁମିଲେ ପଶ୍ଚିମାଞ୍ଚଳବାସୀ

ସବୁ ବର୍ଷପରି ଚଳିତ ବର୍ଷ ମଧ୍ୟ ହାଇଦ୍ରାବାଦରେ ଆୟୋଜିତ ହୋଇଯାଇଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଭେଟଘାଟ- 2022 । ତେଲେଙ୍ଗାନାରେ ବସବାସ କରୁଥିବା ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କୁ ନେଇ ଅଗ୍ରଣୀ ସଂଗଠନ ‘‘ୱେଷ୍ଟର୍ଣ୍ଣ ଓଡିଶା ସୋସିଆଲ ଆଣ୍ଡ କଲଚରାଲ ଆସୋସିଏସନ’’ (ଓସାକା) ପକ୍ଷରୁ ( ରବିବାର) ଏହି ମହତ୍ସୋବ ଆୟୋଜିତ ହୋଇଛି

7.ଇନଷ୍ଟାଗ୍ରାମରେ ତୃଟି ଦର୍ଶାଇଲେ ଭାରତୀୟ ଛାତ୍ର, 38 ଲକ୍ଷ ପୁରସ୍କାର ଦେଲା କମ୍ପାନୀ

ଭାରତୀୟ BCA ଦ୍ବିତୀୟ ବର୍ଷ ଛାତ୍ରଙ୍କୁ 38 ଲକ୍ଷ ପୁରସ୍କାର ଦେଲା ଫେସବୁକ୍(Instagram awrded neeraj sharma rs38 lakh)

8.ସ୍ତ୍ରୀର ମାନ୍ୟତା ଦାବି, ମହିଳା କମିଶନରେ ହାଜର ହେଲେ ଦୀପିକା

ବ୍ରହ୍ମପୁର ଦୀପିକା-ଦିନେଶ ବିବାଦ ମାମଲା । ମହିଳା କମିଶନରେ ହାଜର ହେଲେ ଦୀପିକା ଓ ସ୍ୱେଚ୍ଛାସେବୀ ପ୍ରମିଳା ତ୍ରିପାଠୀ । ସ୍ତ୍ରୀର ମାନ୍ୟତା ଦାବି । ଆଜି ଦୀପିକା ଓ ଦିନେଶଙ୍କୁ ହାଜର ହେବା ପାଇଁ ନୋଟିସ୍‌ କରିଥିଲେ ମହିଳା କମିଶନ ।

9.ଅମୃତ ମହୋତ୍ସବ, ଭାରତ-ଅଷ୍ଟ୍ରେଲିଆ ୭୫ ବର୍ଷର କ୍ରିକେଟ ସମ୍ପର୍କ

ଆସନ୍ତାକାଲିଠୁ (ମଙ୍ଗଳବାର) ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତିନୋଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ

10.ଅଫେରା ରାଇଜରେ Qubool Haiର ଅଭିନେତ୍ରୀ ନିଶୀ ସିଂ

ହିନ୍ଦୀ ଟେଲି ଅଭିନେତ୍ରୀ ନିଶୀ ସିଂଙ୍କର ପରଲୋକ (Nishi Singh Passes away at 50)। ରବିବାର ୫୦ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.