ସ୍ତ୍ରୀର ମାନ୍ୟତା ଦାବି, ମହିଳା କମିଶନରେ ହାଜର ହେଲେ ଦୀପିକା

author img

By

Published : Sep 19, 2022, 6:47 PM IST

ସ୍ତ୍ରୀର ମାନ୍ୟତା ଦାବି, ମହିଳା କମିଶନରେ ହାଜର ହେଲେ ଦୀପିକା

ବ୍ରହ୍ମପୁର ଦୀପିକା-ଦିନେଶ ବିବାଦ ମାମଲା । ମହିଳା କମିଶନରେ ହାଜର ହେଲେ ଦୀପିକା ଓ ସ୍ୱେଚ୍ଛାସେବୀ ପ୍ରମିଳା ତ୍ରିପାଠୀ । ସ୍ତ୍ରୀର ମାନ୍ୟତା ଦାବି । ଆଜି ଦୀପିକା ଓ ଦିନେଶଙ୍କୁ ହାଜର ହେବା ପାଇଁ ନୋଟିସ୍‌ କରିଥିଲେ ମହିଳା କମିଶନ । ଅଧିକ ପଢନ୍ତୁ

ଭୁବନେଶ୍ବର: ଦୀପିକା ଦିନେଶ ବିବାଦ ମାମଲା । ମହିଳା କମିଶନରେ ହାଜର ହେଲେ ଦୀପିକା ଓ ସ୍ବେଚ୍ଛାସେବୀ ପ୍ରମିଳା ତ୍ରିପାଠୀ । ଆଜି ଦୀପିକା ଓ ଦିନେଶଙ୍କୁ ହାଜର ହେବା ପାଇଁ ନୋଟିସ କରିଥିଲେ ମହିଳା କମିଶନ । କେ ଦୀପିକା ନିଜର ଅଧିକାର ଓ ଛୁଆକୁ ବାପାର ହକ ଦାବିରେ 48ଦିନ ହେଲା ଦୀପିକା ଧାରଣା ଦେଇଥିଲେ ।

ସ୍ତ୍ରୀର ମାନ୍ୟତା ଦାବି, ମହିଳା କମିଶନରେ ହାଜର ହେଲେ ଦୀପିକା

ସୂଚନା ଅନୁଯାୟୀ, ସ୍ତ୍ରୀର ମାନ୍ୟତା ଦାବିରେ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଦେଶୀ ବେହେରା ସାହିରେ ଦିନେଶଙ୍କ ଘର ଆଗରେ ଦୀର୍ଘ 48 ଦିନ ହେଲା ଦୀପିକା ଧାରଣା ଦେଇଥିଲେ । ଆଜି ସମାଧାନ ପାଇଁ ରାଜ୍ୟ ମହିଳା କମିଶନ ତାଙ୍କୁ ଡ଼କାଇଥିବା ବେଳେ ହାଜର ହୋଇଛନ୍ତି ବ୍ରହ୍ମପୁରର କେ.ଦୀପିକା । ପ୍ରେମିକ ଦିନେଶ ମହିଳା କମିଶନରେ ହାଜର ହୋଇ ନଥିଲେ । ଦିନେଶ ମହିଳା କମିଶନରେ ହାଜର ନହେବାରୁ ତାଙ୍କୁ ନୋଟିସ୍ କରାଯାଇଛି । ତେବେ 48 ଦିନ ହେଲା କିଛି ସମାଧାନର ବାଟ ବାହାରି ନ ଥିବା ବେଳେ ଆଜି କିଛି ସମାଧାନ ହେବା ନେଇ ଅନୁମାନ କରାଯାଉଥିଲା । ଅନ୍ୟପଟେ ଦୀପିକା ଭୁବନେଶ୍ବର ଆସିବା ପରେ ଧାରଣାସ୍ଥଳ ଖାଲି ପଡ଼ିଛି । ତେବେ ଦିନେଶ ମହିଳା କମିଶନରେ ହାଜର ହେବେ କି ନାହିଁ ତାହା ଜଣାପଡ଼ିନାହିଁ ।

ଦୀପିକା କହିଛନ୍ତି , "ଯେଉଁ ଭଳି ଭାବରେ ନିର୍ଯାତନା ଦିଆଯାଇଛି, ମିଛ ପ୍ରତାରଣା କରାଯାଇଛି ସେନେଇ ସମସ୍ତ ପ୍ରମାଣ ଦିଆଯାଇଛି । କିନ୍ତୁ କେଉଁଠି ବି ନ୍ୟାୟ ମିଳିପାରିଲା ନାହିଁ । ତେବେ ଆଶା ରହିଛି ଯେ ମହିଳା କମିଶନ ନ୍ୟାୟ ଦେବେ । ଛୁଆକୁ ବାପାର ହକ୍ ଏବଂ ସ୍ତ୍ରୀକୁ ସ୍ବାମୀର ଅଧିକାର ଦିଆଯିବ ।"

ଏପଟେ ସମାଜସେବୀ ପ୍ରମିଳା ତ୍ରିପାଠୀ କହିଛନ୍ତି ଯେ, ସେମାନେ ଚୋର ଭାବରେ ଲୁଚିଛନ୍ତି । ଆଜି ମହିଳା କମିଶନ ଡ଼ାକିଥିଲେ କିନ୍ତୁ ଦିନେଶ ଆସିଲେ ନହିଁ । ଆଗକୁ ଧାରଣାରେ ବସିବୁ ଯେ ପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ ସେ ପର୍ଯ୍ୟନ୍ତ ଧାରଣାରେ ବସିବୁ ।

ଏପଟେ ମହିଳା କମିଶନ ଆୟୋଗର ସଦସ୍ୟା ଆରତୀ ସିଂହ କହିଛନ୍ତି , " ଆଜି ଦୀପିକା ଏବଂ ଦିନେଶଙ୍କ ତାରିଖ ରହିଥିଲା । ଦୀପିକା ମହିଳା କମିଶନଙ୍କ ନିକଟରେ ହାଜର ହୋଇଥିଲେ ମଧ୍ୟ ଦିନେଶ ଆସିନାହାନ୍ତି । ତେଣୁ ଥାନା ମାଧ୍ୟମରେ ଦିନେଶଙ୍କ ପାଖକୁ ପୁଣି ଥରେ ନୋଟିସ କରାଯାଇଛି । ଯଦି ଉଭୟ ପକ୍ଷ ଆସିଲେ ବସିଲେ ସମସ୍ୟାର ସମାଧାନ ହୋଇପାରିବ । ପରବର୍ତ୍ତୀ ତାରିଖ 14 ଅକ୍ଟୋବରରେ ହାଜର ହେବାର କୁହାଯାଇଛି । ଘଟଣାରେ ଜିଲ୍ଲା ଏସ୍‌ପି ଙ୍କୁ ଘଟଣା ସମ୍ପର୍କରେ ରିପୋର୍ଟ ମଗାଯାଇଛି । "

ଛୁଆକୁ ବାପାର ହକ୍ ଏବଂ ସ୍ତ୍ରୀକୁ ସ୍ବାମୀର ଅଧିକାର ଦାବିରେ ଦିନେଶଙ୍କ ଘର ଆଗରେ ଧାରଣା ବସିଛନ୍ତି ଦୀପିକା । ଧାରଣାକୁ ଇତି ମଧ୍ୟରେ 48 ଦିନ ରୁ ଅଧିକ ସମୟ ବିତି ଗଲାଣି । ତଥାପି କୌଣସି ସମାଧାନର ରାସ୍ତା ବାହାରି ପାରି ନାହିଁ । ନ୍ୟାୟ ଦାବିରେ ଧାରଣା ବସିଛନ୍ତି ଦୀପିକା । ସେପଟେ ଦିନେଶଙ୍କ ପରିବାର ବର୍ଗ ଘର ଫାଟକରେ ତାଲା ପକାଇ କୁଆଡ଼େ ଚାଲିଯାଇଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.