ETV Bharat / city

WOSACA Nuakhai Bhet Ghat, ହାଇଦ୍ରାବାଦରେ ଝୁମିଲେ ପଶ୍ଚିମାଞ୍ଚଳବାସୀ

author img

By

Published : Sep 19, 2022, 6:36 PM IST

WOSACA Nuakhai Bhet Ghat
ହାଇଦ୍ରାବାଦରେ ଝୁମିଲେ ପଶ୍ଚିମାଞ୍ଚଳବାସୀ

ସବୁ ବର୍ଷପରି ଚଳିତ ବର୍ଷ ମଧ୍ୟ ହାଇଦ୍ରାବାଦରେ ଆୟୋଜିତ ହୋଇଯାଇଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଭେଟଘାଟ- 2022 । ତେଲେଙ୍ଗାନାରେ ବସବାସ କରୁଥିବା ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କୁ ନେଇ ଅଗ୍ରଣୀ ସଂଗଠନ ‘‘ୱେଷ୍ଟର୍ଣ୍ଣ ଓଡିଶା ସୋସିଆଲ ଆଣ୍ଡ କଲଚରାଲ ଆସୋସିଏସନ’’ (ଓସାକା) ପକ୍ଷରୁ ( ରବିବାର) ଏହି ମହତ୍ସୋବ ଆୟୋଜିତ ହୋଇଛି । ହାଇଦ୍ରାବାଦ ଶ୍ରୀନଗର କଲୋନୀ ସ୍ଥିତ ଶ୍ରୀ ଭେଙ୍କେଟଶ୍ବର ସ୍ବାମୀ କଲ୍ୟାଣ ମଣ୍ଡପ ଠାରେ ଏହି ନୂଆଁଖାଇ ଭେଟଘାଟ ଆୟୋଜିତ ହୋଇଥିଲା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ସମ୍ବଲପୁରର ଇଷ୍ଟଦେବୀ ସମଲେଶ୍ବରୀ, ବଲାଙ୍ଗୀର ଇଷ୍ଟଦେବୀ ମା ପାଟଣେଶ୍ବରୀ, ସୋନପୁରର ଇଷ୍ଟଦେବୀ ମା ସୁରେଶ୍ବରୀ, କଳାହାଣ୍ଡି ଇଷ୍ଟଦେବୀ ମା ମାଣିକେଶ୍ବରୀଙ୍କ ଆରଧନା ପରେ, ନବାନ୍ନ ପାଇଲେ ପ୍ରବାସୀ ଓଡିଆ । ଆରମ୍ଭ ହେଲା ଜୁହାର୍‌ ଭେଟ୍‌ । ପରେ ପରେ ଦୁଲକିଲା ମଞ୍ଚ । ପ୍ରକମ୍ପିତ ହେଲା ଚତୁର୍ଦ୍ଦିଗ । ପଞ୍ଚବାଦ୍ୟରେ ଝୁମିଲେ ସମସ୍ତେ । ପଶ୍ଚିମାଞ୍ଚଳର ଖାଦ୍ୟ, ପାନୀୟ, ଆରିଷା ପିଠା ଖାଇ ନିଜ ନିଜ ମଧ୍ୟରେ ଏକତା, ଭାଇଚାରା ତଥା ସର୍ବୋପରି ଗୋଟିଏ ପରିବାରର ସଦସ୍ୟ ଭଳି ଅନୁଭବ କଲେ । ଆଉ ନିଜ ନିଜ ମା ମାଟିର ଉନ୍ନତି ପ୍ରଗିତ ପାଇଁ ଆଲୋଚନା ସହ ପୁରା ଦିନ ଲୋକନୃତ୍ୟ, ଲୋକ ସଂଗୀତରେ ଝୁମିଲେ ସାରା ଦିନ । ଏମିତି ଥିଲା ହାଇଦ୍ରାବାଦରେ ଅନୁଷ୍ଠିତ ପଶ୍ଚିମ ଓଡିଶାର ଗଣପୂର୍ବ ନୂଆଁଖାଇ ଭେଟଘାଟ 2022 ର କାର୍ଯ୍ୟକ୍ରମ ।

WOSACA Nuakhai Bhet Ghat, ହାଇଦ୍ରାବାଦରେ ଝୁମିଲେ ପଶ୍ଚିମାଞ୍ଚଳବାସୀ

ସବୁ ବର୍ଷପରି ଚଳିତ ବର୍ଷ ମଧ୍ୟ ହାଇଦ୍ରାବାଦରେ ଆୟୋଜିତ ହୋଇଯାଇଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଭେଟଘାଟ- 2022 । ତେଲେଙ୍ଗାନାରେ ବସବାସ କରୁଥିବା ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କୁ ନେଇ ଅଗ୍ରଣୀ ସଂଗଠନ ‘‘ୱେଷ୍ଟର୍ଣ୍ଣ ଓଡିଶା ସୋସିଆଲ ଆଣ୍ଡ କଲଚରାଲ ଆସୋସିଏସନ’’ (ଓସାକା) ପକ୍ଷରୁ ( ରବିବାର) ଏହି ମହତ୍ସୋବ ଆୟୋଜିତ ହୋଇଛି । ହାଇଦ୍ରାବାଦ ଶ୍ରୀନଗର କଲୋନୀ ସ୍ଥିତ ଶ୍ରୀ ଭେଙ୍କେଟଶ୍ବର ସ୍ବାମୀ କଲ୍ୟାଣ ମଣ୍ଡପ ଠାରେ ଏହି ନୂଆଁଖାଇ ଭେଟଘାଟ ଆୟୋଜିତ ହୋଇଥିଲା । ଏଥିରେ ଓଡିଶା ସରକାରଙ୍କ ଯୋଜନା ସମନ୍ବୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର, ଅରୁନ୍ଧତୀ ଜ୍ବେଲର୍ସ ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେରଙ୍କ ସମେତ ପଶ୍ଚିମ ଓଡିଶାର ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ ।

ନୂଆଁଖାଇ ଭେଟଘାଟ ପୂର୍ବାହ୍ନ 10 ଟାରୁ ଆରମ୍ଭ ହୋଇ ସଂଧ୍ୟା 5 ଟା ଯାଏଁ ଚାଲିଥିଲା । ଯେଉଁଥିରେ ପଶ୍ଚିମ ଓଡିଶାର ବିଭିନ୍ନ ଲୋକନୃତ୍ୟ, ଲୋକବାଦ୍ୟ, ଦଣ୍ଡନୃତ୍ୟ, ଭିନ୍ନ ଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ପଶ୍ଚିମ ଓଡିଶାର ଅନେକ କଳାକାର ଭିନ୍ନ ଭିନ୍ନ ଲୋକନୃତ୍ୟ ପରିବେଷଣ କରିଥିଲେ । ଗୁରୁ ଶଙ୍କର ବେହେରା, ହାସ୍ୟ କଳାକାର କେଦାର ପଟେଲ ଓ ଟିମ, ସୁନାମଧନ୍ୟ କଣ୍ଠଶିଳ୍ପୀ ମାନସୀ, କଳାହାଣ୍ଡିର ଚନ୍ଦନ ଶତପଥୀ, କଣ୍ଠଶିଳ୍ପୀ ଆଶୀଷ କୁମ୍ଭାର, ହାସ୍ୟ କଳାକାର ବେବି, ଦଣ୍ଡନୃତ୍ୟ କଳାକାର ବିପିନ ଜାଲ ଓ ମଗସିର ଢୁଲିଆ ଙ୍କ ସମେତ ଅନେକ ଯୁବ କଳାକାରଙ୍କ ଦ୍ବାରା ଭିନ୍ନଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।

କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଥମେ ଇଷ୍ଟଦେବୀ ସମଲେଶ୍ବରୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଦେବୀଙ୍କ ପ୍ରସାଦ ସେବନ ପରେ ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଯାହା ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିଥିଲା । ମଧ୍ୟାହ୍ନରେ ଅତିଥିଙ୍କ ସମ୍ବୋଧନ ସହ ବିଭିନ୍ନ ଲୋକଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ନୂଆଁଖାଇ ଭୋଜି । ଯେଉଁଥିରେ ପଶ୍ଚିମ ଓଡିଶାର ବିଭିନ୍ନ ସୁସ୍ବାଦୁ ବ୍ୟଞ୍ଜନ ସହ ଭିନ୍ନ ଭିନ୍ନ ମିଠା ପିଠା ପରଷା ଯାଇଥିଲା । ପରେ କାର୍ଯ୍ୟକ୍ରମର ଦ୍ବିତୀୟ ଭାଗରେ ପୁଣି ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା । ଓସାକାର କର୍ମକର୍ତ୍ତା ଓ ପରାମର୍ଶଦାତା ମାନେ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୂଚନାଯୋଗ୍ୟ ଯେ ଦୀର୍ଘ 6 ବର୍ଷ ଧରି ତେଲେଙ୍ଗାନାରେ ବସବାସ କରୁଥିବା ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କୁ ନେଇ ଅଗ୍ରଣୀ ସଂଗଠନ ‘‘ୱେଷ୍ଟର୍ଣ୍ଣ ଓଡିଶା ସୋସିଆଲ ଆଣ୍ଡ କଲଚରାଲ ଆସୋସିଏସନ’’ (ଓସାକା) ପକ୍ଷରୁ ଏହି ନୂଆଁଖାଇ ଭେଟଘାଟ ଆୟୋଜନ ହୋଇଆସୁଛି ।

ଇଟିଭି ଭାରତ, ହାଇଦ୍ରାବାଦ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.