ETV Bharat / bharat

ବିହାର ପରେ ଉତ୍ତର ପ୍ରଦେଶରେ ବାଘ ଆତଙ୍କ, 6 ଦିନରେ ଗଲାଣି 4 ଜୀବନ !

author img

By

Published : Oct 20, 2022, 11:02 PM IST

ବିହାର ପରେ ଉତ୍ତର ପ୍ରଦେଶରେ ବାଘ ଆତଙ୍କ, ଆକ୍ରମଣରେ ଓ୍ବାଚମ୍ୟାନ ମୃତ !
ବିହାର ପରେ ଉତ୍ତର ପ୍ରଦେଶରେ ବାଘ ଆତଙ୍କ, ଆକ୍ରମଣରେ ଓ୍ବାଚମ୍ୟାନ ମୃତ !

ଉତ୍ତର ପ୍ରଦେଶ ଲଖୀମପୁର ଖେରୀରେ ବାଘ ଆତଙ୍କ । ଗତକାଲି ରାତିରେ ଜଣେ ଓ୍ବାଚମ୍ୟାନଙ୍କୁ ବାଘ ମାରି ଦେଇଥିବା ଅଭିଯୋଗ (tiger attack in lakhimpur kheri) । ଗତ 6 ଦିନରେ ଗଲାଣି 4 ଜୀବନ । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ବିହାର ପରେ ଏବେ ଉତ୍ତର ପ୍ରଦେଶରେ ବାଘ ଆତଙ୍କ (tiger attack in lakhimpur kheri)। ଲଖୀମପୁର ଖେରୀ ଅଞ୍ଚଳରେ ଏକ ମହାବଳ ବାଘ ଗତ କିଛି ଦିନ ହେବ ଆତଙ୍କ ଖେଳାଉଥିବା ଅଭିଯୋଗ ହୋଇଛି । ଗତକାଲି ଜଣେ ସ୍ଥାନୀୟ ବ୍ୟକ୍ତି ବାଘ ଆକ୍ରମଣରେ ପ୍ରାଣ ହରାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗତ 6 ଦିନ ମଧ୍ୟରେ 4 ଜଣଙ୍କୁ ବାଘଟି ମାରି ସାରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ବାରମ୍ବାର ଏପରି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ବିହାର ପରେ ଉତ୍ତର ପ୍ରଦେଶରେ ବାଘ ଆତଙ୍କ, ଆକ୍ରମଣରେ ଓ୍ବାଚମ୍ୟାନ ମୃତ !
ବିହାର ପରେ ଉତ୍ତର ପ୍ରଦେଶରେ ବାଘ ଆତଙ୍କ, ଆକ୍ରମଣରେ ଓ୍ବାଚମ୍ୟାନ ମୃତ !

ଗତକାଲି ଘଟିଥିବା ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦକ୍ଷିଣପୁରୀ ବନ ବିଭାଗର ଗୋଲା ରେଞ୍ଜର ଆଲିଗଞ୍ଜ ରୋଡରେ ଥିବା ଏକ ଫାର୍ମ ହାଉସର ରାତ୍ରୀ ଜଗୁଆଳି ବାଘ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତକ ଜଣଙ୍କ ନାମ ହୀରାଲାଲ ଓ ସ୍ଥାନୀୟ ଅଞ୍ଚଳର ଏକ ଫାର୍ମ ହାଉସରେ ନାଇଟ ଓ୍ବାଚମ୍ୟାନ ଭାବେ କାର୍ଯ୍ୟ କରୁଥିଲେ । ତେବେ ଆଜି (ଗୁରୁବାର) ସକାଳେ ଫାର୍ମ ହାଉସ ନିକଟରେ ଥିବା ଏକ କ୍ଷେତରୁ ହୀରାଲାଲାଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଥିଲା । ନିକଟରେ ବାଘର ପାଦଚିହ୍ନ ଥିବାରୁ ଗ୍ରାମବାସୀ ବାଘ ଆକ୍ରମଣରେ ହୀରାଲାଲଙ୍କ ମୃତ୍ୟୁ ହୋଇଥିବା ଦାବି କରିଛନ୍ତି । ପୋଲିସ ଓ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବାରମ୍ବାର ଏପରି ଅଭିଯୋଗ ଆସିବା ପରେ ସ୍ଥାନୀୟ ବନଖଣ୍ଡ ଅଧିକାରୀ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବା ସହ ଜଙ୍ଗଲକୁ ଏକାକୀ ପ୍ରବେଶ ନକରିବା ପାଇଁ ଅନୁରୋଧ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଲୋକଙ୍କୁ ବନ୍ୟଜନ୍ତୁଙ୍କ ସମ୍ପର୍କରେ ସଚେତନ କାରଯାଉଛି । ଏକାକୀ ଜଙ୍ଗଲକୁ ନଯିବା ଓ କ୍ଷେତ ଜଗିବା ବେଳେ ସଂଘବଦ୍ଧ ଭାବେ କାର୍ଯ୍ୟ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ତେବେ ବାଘ ଆକ୍ରମଣରେ ଏକାଧିକ ବ୍ୟକ୍ତିଙ୍କ ମୃତ୍ୟୁ ହେବା ଘଟଣାର ସତ୍ୟତା ନେଇ ବିଭାଗୀୟ ତଦନ୍ତ ଜାରି ରହିଥିବା ମଧ୍ୟ ସ୍ଥାନୀୟ ଡିଏଫଓ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.