ETV Bharat / bharat

ସେନା ଗୁଳିରେ ସନ୍ଦିଗ୍ଧ ପାକିସ୍ତାନୀ ମହିଳା ଅନୁପ୍ରବେଶକାରୀ ମୃତ

author img

By

Published : May 16, 2023, 9:11 AM IST

ସେନା ଗୁଳିରେ ସନ୍ଦିଗ୍ଧ ପାକିସ୍ତାନୀ ମହିଳା ଅନୁପ୍ରବେଶକାରୀ ମୃତ
ସେନା ଗୁଳିରେ ସନ୍ଦିଗ୍ଧ ପାକିସ୍ତାନୀ ମହିଳା ଅନୁପ୍ରବେଶକାରୀ ମୃତ

ସେନା ଗୁଳିରେ ଆଖି ବୁଜିଲେ ସନ୍ଦିଗ୍ଧ ପାକିସ୍ତାନୀ ମହିଳା ଅନୁପ୍ରବେଶକାରୀ । ବାରମୁଲା ଜିଲ୍ଲା ଏଲଓସି ନିକଟରେ ଅନୁପ୍ରବେଶ ଉଦ୍ୟମ କରୁଥିଲେ । ଅଧିକ ପଢନ୍ତୁ

ଶ୍ରୀନଗର: ପାକିସ୍ତାନ ପଟୁ ଏଲଓସି ନିକଟରେ ଭାରତରେ ଅନୁପ୍ରବେଶ କରୁଥିବା ଜଣେ ସନ୍ଦିଗ୍ଧ ମହିଳା ଅନୁପ୍ରବେଶକାରୀ ସେନା ଗୁଳିରେ ନିହତ ହୋଇଛନ୍ତି । ଗତକାଲି ସନ୍ଦିଗ୍ଧ ମହିଳା ଜଣକ ଜମ୍ମୁ କାଶ୍ମୀର ବାରମୁଲା ଜିଲ୍ଲା ନିକଟରେ ନିୟନ୍ତ୍ରଣ ରେଖା (LOC) ଅତିକ୍ରମ କରି ଭାରତ ସୀମାରେ ପ୍ରବେଶ କରିଥିଲେ । ଏହାଦେଖି ସେନାର ଯବାନମାନେ ଅନୁପ୍ରବେଶକାରୀ ମହିଳାଙ୍କ ଉପରକୁ ଗୁଳି ଚଳାଇଥିଲେ । ଏଥିରେ ସେ ନିହତ ହୋଇଛନ୍ତି । ତେବେ ସନ୍ଦିଗ୍ଧ ମହିଳା ଜଣକ ପାକିସ୍ତାନ ଅଧିକୃତ କାଶ୍ମୀରର ହୋଇଥିବା ସନ୍ଦେହ କରାଯାଉଛି । ମାତ୍ର ଏ ଯାଏଁ ମୃତକଙ୍କ ପରିଚୟ ମିଳିପାରି ନାହିଁ । ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ: ମମତା କହିଲେ ଯେଉଁଠି କଂଗ୍ରେସ ମଜଭୁତ ସେଠି ସମର୍ଥନ କରିବୁ, ହେଲେ...

ଯାହା ସୂଚନା ମିଳିଛି, ସନ୍ଦିଗ୍ଧ ଅନୁପ୍ରବେଶକାରୀ ମହିଳା ଜଣକ ଗତକାଲି ବାରମୁଲା ଜିଲ୍ଲା କମଲକୋଟ ଅଞ୍ଚଳରେ ଏଲଓସି ଅତିକ୍ରମ କରି ବର୍ଡର ତାରବାଡ଼ ଆଡକୁ ଆସିଥିଲେ । ଏହା ଦେଖି ସେଠାରେ ମୁତୟନ ହୋଇଥିବା ଯବାନମାନେ ମହିଳାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ଏଥିପ୍ରତି ଧ୍ୟାନ ଦେଇ ନଥିଲେ । ଫଳରେ ଯବାନମାନେ ତାଙ୍କୁ ଉପରକୁ ଫାଙ୍କା ଗୁଳି ଚାଳନା କରିଥିଲେ । ଏଥିରେ ସନ୍ଦିଗ୍ଧ ମହିଳାଙ୍କ ଦେହରେ ଗୁଳି ବାଜିଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଅଧିକାରୀ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: Karnataka CM tussle: ହାଇକମାଣ୍ଡଙ୍କୁ ରିପୋର୍ଟ ଦେଲେ ପର୍ଯ୍ୟବେକ୍ଷକ, ଦିଲ୍ଲୀ ଗଲେନି ଡି.କେ

ଏ ଯାଏଁ ମୃତ ମହିଳାଙ୍କ ପରିଚୟ ମିଳି ପାରି ନାହିଁ । ପାକ୍ ଅଧିକୃତ କାଶ୍ମୀର (PoK) ପଟୁ ସେ ଭାରତ ସୀମାରେ ଅନୁପ୍ରବେଶ କରିଥିବା ସୂଚନା ମିଳିଛି । ମୃତଦେହ ଉଦ୍ଧାର କରାଯାଇ ଅଧିକ ତଦନ୍ତ କରାଯାଉଛି । କିଛି ଦିନ ତଳେ ରାଜସ୍ଥାନର ବାଡମେର ଅଞ୍ଚଳରେ ଦୁଇ ଜଣ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ସେନା ଗୁଳିରେ ମୃତ୍ୟୁ ହୋଇଥିଲା । ସେମାନେ ବାଡମେର ନିକଟରେ ଅନ୍ତର୍ଜାତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ଯବାନମାନେ ଦୁହିଁଙ୍କୁ ଗୁଳି କରିଥିଲେ । ଏଥିରେ ଦୁଇ ଜଣଯାକ ଆଖି ବୁଜିଥିଲେ । ଅନେକ ସମୟରେ ପାକିସ୍ତାନ ପଟୁ ଭାରତ ସୀମାରେ ଅନୁପ୍ରବେଶ ଉଦ୍ୟମ କରାଯାଉଛି ।

ଏହାମଧ୍ୟ ପଢନ୍ତୁ: Wrestlers Protest: ଫୋନ୍‌ ନମ୍ବର ଜାରି କରି ଦେଶବାସୀଙ୍କୁ ସମର୍ଥନ ମାଗିଲେ କୁସ୍ତିଯୋଦ୍ଧା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.