ETV Bharat / bharat

ମମତା କହିଲେ ଯେଉଁଠି କଂଗ୍ରେସ ମଜଭୁତ ସେଠି ସମର୍ଥନ କରିବୁ, ହେଲେ...

author img

By

Published : May 16, 2023, 8:17 AM IST

ଆସନ୍ତା ସାଧାରଣ ନିର୍ବାଚନରେ ବିରୋଧି ଏକତା ନେଇ ମମତାଙ୍କ ବୟାନ । କହିଲେ ଯେଉଁଠି କଂଗ୍ରେସ ମଜଭୁତ ଅଛି ସେଠି ସମର୍ଥନ କରିବୁ । ଅଧିକ ପଢନ୍ତୁ

ମମତା କହିଲେ ଯେଉଁଠି କଂଗ୍ରେସ ମଜବୁତ ଅଛି ସେଠି ସମର୍ଥନ କରିବୁ
ମମତା କହିଲେ ଯେଉଁଠି କଂଗ୍ରେସ ମଜବୁତ ଅଛି ସେଠି ସମର୍ଥନ କରିବୁ

କୋଲକାତା: ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ଏକାଠି ହେଉଛନ୍ତି ବିରୋଧି ଦଳ । କେନ୍ଦ୍ରରୁ ବିଜେପି ସରକାରକୁ ହଟାଇବା ପାଇଁ ବିରୋଧି ରଣନୀତି ପ୍ରସ୍ତୁତ କରୁଛନ୍ତି । ଏପରି ସ୍ଥଳେ ପ୍ରଥମ ଥର ଆସନ୍ତା ସାଧାରଣ ନିର୍ବାଚନରେ ବିରୋଧି ଏକତା ନେଇ ସମ୍ଭାବ୍ୟ ରଣନୀତି ସମ୍ପର୍କରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଟିଏମସି ସୁପ୍ରିମୋ କହିଛନ୍ତି ଯେ, ୨୦୨୪ ନିର୍ବାଚନରେ ତାଙ୍କ ଦଳ କଂଗ୍ରେସକୁ ସମର୍ଥନ କରିବାକୁ । କଂଗ୍ରେସ ଯେଉଁଠି ମଜଭୁତ ସ୍ଥିତିରେ ଅଛି, ସେଠାରେ ତାକୁ ଲଢିବାକୁ ଦିଆଯିବ ।

ଗତକାଲି ସଚିବାଳୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମମତା କହିଛନ୍ତି, "ଯେଉଁଠି କଂଗ୍ରେସ ସୁଦୃଢ ସେଠାରେ ତାକୁ ଲଢିବାକୁ ଦିଅନ୍ତୁ । ଆମେମାନେ ସମର୍ଥନ କରିବୁ । ଏଥିରେ କୌଣସି ଭୁଲ୍ ନାହିଁ । କିନ୍ତୁ ଏହାର ପ୍ରତିବଦଳରେ କଂଗ୍ରେସକୁ ମଧ୍ୟ ଅନ୍ୟ ରାଜନୈତିକ ଦଳଗୁଡିକୁ ସମର୍ଥନ କରିବାକୁ ହେବ । ଅନ୍ୟ ଦଳର ସମର୍ଥନ ହାସଲ କରିବାକୁ ହେଲେ କଂଗ୍ରେସ ମଧ୍ୟ ସେମାନଙ୍କୁ ସମର୍ଥନ କରିବାକୁ ପଡିବ । ସେହିପରି ସିଟ୍ ବଣ୍ଟନ ଫର୍ମୁଲାରେ ମଧ୍ୟ ଆଞ୍ଚଳିକ ଦଳଗୁଡିକୁ ପ୍ରାଥମିକତା ଦିଆଯିବା ନେଇ ଆଶା କରୁଛୁ ବୋଲି ମମତା କହିଛନ୍ତି ।"

ମମତା କହିଲେ ଯେଉଁଠି କଂଗ୍ରେସ ମଜବୁତ ଅଛି ସେଠି ସମର୍ଥନ କରିବୁ
ମମତା କହିଲେ ଯେଉଁଠି କଂଗ୍ରେସ ମଜବୁତ ଅଛି ସେଠି ସମର୍ଥନ କରିବୁ

ସେ କହିଛନ୍ତି ଯେ, ଯେଉଁଠାରେ ଆଞ୍ଚଳିକ ଦଳଗୁଡିକ ସୁଦୃଢ ଅଛନ୍ତି, ସେହି ଦଳଗୁଡିକୁ ସିଟ୍ ବଣ୍ଟନ କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯିବା ଉଚିତ୍ । ଏହାସହିତ କର୍ଣ୍ଣାଟକରେ ବିଜେପିକୁ ହରାଇ ବହୁମତରେ କଂଗ୍ରେସକୁ ନିର୍ବାଚିତ କରିବା ପାଇଁ ଟିଏମସି ସୁପ୍ରିମୋ ରାଜ୍ୟବାସୀଙ୍କୁ ସ୍ୟାଲୁଟ୍‌ କରିଛନ୍ତି । ମମତାଙ୍କ ଏହି ବୟାନରେ ପ୍ରତିକ୍ରିୟା ଦେଇ କଂଗ୍ରେସ ସାଂସଦ ସୁଧୀର ରଞ୍ଜନ କହିଛନ୍ତି, ପ୍ରତିଟି ଚ୍ୟାଲେଞ୍ଜକୁ କିପରି ମୁକାବିଲା କରାଯିବା ତାହା କଂଗ୍ରେସ ଜାଣିଛି । ଗତ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା । କଂଗ୍ରେସ ବିଜେପିକୁ ପରାଜିତ କରି ବଡ ବିଜୟ ହାସଲ କରିଥିଲା । ନିର୍ବାଚନ ଜିତିବା ପରେ ବର୍ତ୍ତମାନ କିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବ ସେନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି ।

ଏହାର କାରଣ ହେଉଛି ମୁଖ୍ୟମନ୍ତ୍ରୀ ପଦ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ରାଜ୍ୟ କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ବଡ ଦାବିଦାର ଅଛନ୍ତି । ଦୁହେଁ ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିଛନ୍ତି । ଯାହାକି ଏବେ ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଏହିଭଳି ପରିସ୍ଥିତି ପାଇଁ ପୂର୍ବରୁ କଂଗ୍ରେସକୁ ବଡ ବିପଦର ସାମ୍ନା କରିବାକୁ ପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.