ETV Bharat / bharat

Wrestlers Protest: ଫୋନ୍‌ ନମ୍ବର ଜାରି କରି ଦେଶବାସୀଙ୍କୁ ସମର୍ଥନ ମାଗିଲେ କୁସ୍ତିଯୋଦ୍ଧା

author img

By

Published : May 16, 2023, 6:34 AM IST

ଦିଲ୍ଲୀର ଯନ୍ତରମନ୍ତରରେ ଜାରି ରହିଛି କୁସ୍ତିଯୋଦ୍ଧାଙ୍କ ଧାରଣା । ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଦେଶବାସୀଙ୍କ ସମର୍ଥନ ଭିକ୍ଷା କରି ଏକ ଫୋନ ନମ୍ବର ଜାରି କରିଛନ୍ତି ଧାରଣାରତ କୁସ୍ତିଯୋଦ୍ଧା । ଅଧିକ ପଢ଼ନ୍ତୁ

ନମ୍ବର ଜାରି କରି ଦେଶବାସୀଙ୍କୁ ସମର୍ଥନ ମାଗିଲେ କୁସ୍ତିଯୋଦ୍ଧା
ନମ୍ବର ଜାରି କରି ଦେଶବାସୀଙ୍କୁ ସମର୍ଥନ ମାଗିଲେ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ: ଭାରତୀୟ କୁସ୍ତିସଙ୍ଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ସୋମବାରକୁ ୨୩ ଦିନରେ ଧାରଣା ଜାରି ରଖିଛନ୍ତି କୁସ୍ତିଯୋଦ୍ଧା । ଆଜି ଯନ୍ତରମନ୍ତରରେ ପହଞ୍ଚି କୁସ୍ତିଯୋଦ୍ଧାଙ୍କୁ ସାକ୍ଷାତ କରିଥିଲେ ଜମ୍ମୁ ଓ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ, ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ରାବଣ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବୀରେନ୍ଦ୍ର ସିଂହ । ସେପଟେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଦେଶବାସୀଙ୍କ ସମର୍ଥନ ଭିକ୍ଷା କରି ଏକ ଫୋନ୍‌ ନମ୍ବର ଜାରି କରିଛନ୍ତି ଧାରଣାରତ କୁସ୍ତିଯୋଦ୍ଧା ।

You can support wrestlers by giving missed call on 9053903100
ଦେଶବାସୀଙ୍କୁ ସମର୍ଥନ ମାଗିଲେ କୁସ୍ତିଯୋଦ୍ଧା

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆନ୍ଦୋଳନରତ କୁସ୍ତିଯୋଦ୍ଧାମାନେ ସୂଚନା ଦେଇ ସୋମବାରଠାରୁ ଦିଲ୍ଲୀରୁ ଏକ ନୂଆ ଅଭିଯାନ ଆରମ୍ଭ ହୋଇଥିବା କହିଥିଲେ । ସନ୍ଧ୍ୟା 6ଟା ସମୟରେ ଦିଲ୍ଲୀର କର୍ନଟ ପ୍ଲେସ୍‌ ପହଞ୍ଚି ସମର୍ଥନ ମାଗିବାକୁ ସେମାନେ ସୂଚନା ଦେଇଥିଲେ । ସେଠାରେ ସମସ୍ତଙ୍କ ସମ୍ମୁଖରେ ଆମେ ଆମର କଥା କହିବୁ ବୋଲି ବିନେଶ ଫୋଗାଟ କହିଥିଲେ । ତେବେ ଆସନ୍ତା ମେ 21 ତାରିଖରେ ଧାରଣାରତ କୁସ୍ତିଯୋଦ୍ଧାମାନେ ଏକ ବଡ଼ ପଦକ୍ଷେପ ନେଇପାରନ୍ତି । ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ ଏକ ନମ୍ବର ଜାରି କରିଥିଲେ । 9053903100 ନମ୍ବରରେ ମିସ୍‌-କଲ୍‌ ଦେଇ କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ସେ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ।

You can support wrestlers by giving missed call on 9053903100
ଦେଶବାସୀଙ୍କୁ ସମର୍ଥନ ମାଗିଲେ କୁସ୍ତିଯୋଦ୍ଧା

କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ବନ୍ଦ କରିବାକୁ ଅପଚେଷ୍ଟା କରାଯାଉଥିବା ଅଭିଯୋଗ କରି ସେମାନେ କହିଛନ୍ତି, "ଗତକାଲି ରାତିରେ ମଧ୍ୟ ଆମର ଆନ୍ଦୋଳନ ବନ୍ଦ କରିବା ପାଇଁ ଚେଷ୍ଟା କରାଯାଇଥିଲା । ତେବେ ଆମେ ଚିଠି ଲେଖି ଅନ୍ତର୍ଜାତୀୟ ଅଲିମ୍ପିଆନ୍‌ଙ୍କୁ ସମର୍ଥନ ମାଗିବୁ । ନ୍ୟାୟ ନମିଳିଲେ ଆମର ଆନ୍ଦୋଳନକୁ ଯନ୍ତରମନ୍ତରରୁ ବାହାରକୁ ମଧ୍ୟ ନେବୁ । ଏହି ଲଢ଼େଇ କେବଳ ଆମର ନୁହେଁ । ଏହା ଦେଶର ଲଢ଼େଇ, ମହିଳା ଓ ଖେଳକୁ ବଞ୍ଚାଇବାର ଲଢ଼େଇ । ତେବେ ଏହି ନୂଆ ଅଭିଯାନ ଆମେ ଦିଲ୍ଲୀର କନ୍ନୌଡ଼ ପ୍ଲେସରୁ ଆରମ୍ଭ କରିବୁ । ଏଥିପାଇଁ ଆମକୁ ପୁରା ଦେଶବାସୀଙ୍କର ସମର୍ଥନ ଆବଶ୍ୟକ । ଏଥିରେ ଆମେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ନାଁରେ ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଚିଠି ଦେବୁ ।"

ଏନେଇ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟ ଆହୁରି କହିଛନ୍ତି, "ଆଜି ସନ୍ଧ୍ୟାରେ ଆମେ ଦିଲ୍ଲୀର କନ୍ନୌଡ଼ ପ୍ଲେସ୍‌ ଯିବୁ । ଏହା ସହିତ ଦିଲ୍ଲୀର ଅନ୍ୟ ସ୍ଥାନକୁ ଯାଇ ମଧ୍ୟ ଲୋକଙ୍କର ସମର୍ଥନ ଲୋଡ଼ିବୁ । ଭାରତୀୟ ଅଲିମ୍ପିକ ସଂଘର ଯେତେ ଖେଳାଳୀ ରହିଛନ୍ତି, ଆମେ ସେମାନଙ୍କୁ ମଧ୍ୟ ପତ୍ର ଲେଖି ସମର୍ଥନ ମାଗିବୁ । ବ୍ରିଜଭୂଷଣ ଶରଣ ସିଂହ ଗିରଫ ନହେବା ପର୍ଯ୍ୟନ୍ତ ଆମ ଲଢ଼େଇ ଆଗକୁ ମଧ୍ୟ ଜାରି ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.