ETV Bharat / bharat

Karnataka CM tussle: ହାଇକମାଣ୍ଡଙ୍କୁ ରିପୋର୍ଟ ଦେଲେ ପର୍ଯ୍ୟବେକ୍ଷକ, ଦିଲ୍ଲୀ ଗଲେନି ଡି.କେ

author img

By

Published : May 16, 2023, 6:42 AM IST

ହାଇକମାଣ୍ଡଙ୍କୁ ରିପୋର୍ଟ ଦେଲେ ପର୍ଯ୍ୟବେକ୍ଷକ । ଦିଲ୍ଲୀରେ ସିଦ୍ଧରମୈୟା । କିନ୍ତୁ ଗଲେନି ଡି.କେ । କାଲି ପୂର୍ବାହ୍ନ ସୁଦ୍ଧା ଘୋଷଣା ହୋଇପାରେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Karnataka CM tussle: ହାଇକମାଣ୍ଡଙ୍କୁ ରିପୋର୍ଟ ଦେଲେ ପର୍ଯ୍ୟବେକ୍ଷକ, ଦିଲ୍ଲୀ ଗଲେନି ଶିବକୁମାର
Karnataka CM tussle: ହାଇକମାଣ୍ଡଙ୍କୁ ରିପୋର୍ଟ ଦେଲେ ପର୍ଯ୍ୟବେକ୍ଷକ, ଦିଲ୍ଲୀ ଗଲେନି ଶିବକୁମାର

ନୂଆଦିଲ୍ଲୀ/ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟା କ୍ରମଶଃ ଯେତିକି ଦୀର୍ଘ ହେବାରେ ଲାଗିଛି, ସେତିକି କଳ୍ପନା ଜଳ୍ପନା ମଧ୍ୟ ବଢିବାରେ ଲାଗିଛି । ଏହାରି ମଧ୍ୟରେ କିଛି ଘଟଣାକ୍ରମ ପୁରା ପ୍ରସଙ୍ଗର ମୋଡ ବଦଳାଇବା ପରିସ୍ଥିତି ସୃଷ୍ଟି କରିଛି । ଗତକାଲି ବିଧାୟକ ଦଳ ବୈଠକରେ ସାମିଲ ହୋଇଥିବା ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନେ ଆଜି ଦିଲ୍ଲୀ ଫେରିଯାଇ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କୁ ସେମାନଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି । ହେଲେ ଦୁଇ ଦାବିଦାର ନେତା ଡି.କେ ଓ ସିଦ୍ଧରମୈୟାଙ୍କୁ ଦିଲ୍ଲୀ ଡାକରା ଆସିଥିଲେ ସୁଦ୍ଧା ଡି.କେ ଦଲ୍ଲୀ ଗସ୍ତ କରିନାହାନ୍ତି । ତାଙ୍କର କିଛି ସ୍ବାସ୍ଥ୍ୟଗତ ସମସ୍ୟା ଥିବା କାରଣରୁ ସେ ଦିଲ୍ଲୀ ଗସ୍ତ କରିନଥିବା କହିବା ସହ ମୁଖ୍ୟମନ୍ତ୍ରୀ ଦାବିଦାରି ପ୍ରସଙ୍ଗରେ ସାମାନ୍ୟ ଉଦାସ ନଜର ଆସିଛନ୍ତି ।

  • #WATCH | Delhi:..." Congress party will stand up to the pledge made to 6.5 crore Kannadigas...the observers have submitted their written report to the Congress President...he will look into the report, will hold deliberations with state leaders & other central leaders and will… pic.twitter.com/mWUcQGNetc

    — ANI (@ANI) May 15, 2023 " class="align-text-top noRightClick twitterSection" data=" ">

ଡି,କେ କହିଛନ୍ତି, "ଆମେ ସମସ୍ତେ ଏକ । ବିଚାର ବିମର୍ଶ ପରେ ହାଇକମାଣ୍ଡ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବେ । ମୁଁ ସେ ସମ୍ପର୍କରେ କୌଣସି ମତାମତ ଦେବାକୁ ଉଚିତ ମନେ କରୁନାହିଁ । ମୁଁ କୌଣସି ବିଧାୟକଙ୍କର ସମର୍ଥନ ମଧ୍ୟ ଚାହେଁ ନାହିଁ । ସମସ୍ତ 135 ନିର୍ବାଚିତ ବିଧାୟକ ଆମର । ଆମେ ସମସ୍ତେ ଏକ ହୋଇ କମ କରିବୁ । ଆଜି ମୋର ଦିଲ୍ଲୀ ଗସ୍ତ କରିବାର ଥିଲା । ହେଲେ ମୋ ପେଟରେ ଯନ୍ତ୍ରଣା ଅନୁଭବ ହେବା କାରଣରୁ ମୁଁ ଗସ୍ତ କରିପାରିଲିନାହିଁ ।"

ହେଲେ ସିଦ୍ଧରମୈୟା ଦିଲ୍ଲୀରେ ପହଞ୍ଚିବା, ଡି.କେ ଶେଷ ମୁହୂର୍ତ୍ତରେ ଦିଲ୍ଲୀ ଗସ୍ତ ବାତିଲ କରିବା ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି । ସିଦ୍ଧରମୈୟାଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଭାବେ ବାଛିପାରେ ଓ ଡି.କେଙ୍କୁ ମନାଇବାକୁ ଦଳ ପକ୍ଷରୁ ପ୍ରୟାସ ଜାରି ରହିଥିବା ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।

ଶନିବାର ଫଳାଫଳ ଆସିବା ପରେ ଗତକାଲି(ରବିବାର) ଅପରାହ୍ନରେ ରାଜଧାନୀ ବେଙ୍ଗାଲୁରୁରେ ନବନିର୍ବାଚିତ ବିଧାୟକ ଦଳ ବୈଠକ ବସିଥିଲେ ସୁଦ୍ଧା କୌଣସି ନିଷ୍କର୍ସ ବାହାରି ପାରିନଥିଲା । ଏକ ସଂଙ୍କଳ୍ପପତ୍ର ପାରିତ କରି ପାର୍ଟି ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡେଗଙ୍କ ଉପରେ ନିଷ୍ପତ୍ତି ଛାଡି ଦେଇଥିଲେ ବିଧାୟକମାନେ । ଗତକାଲି ବେଙ୍ଗାଲୁରୁରେ ବିଧାୟକ ଦଳ ବୈଠକରେ ଏକାଠି ହୋଇଥିବା ଦଳର କେନ୍ଦ୍ରୀୟ ପର୍ଯ୍ୟବକ୍ଷେକ ଓ ଅନ୍ୟ କେନ୍ଦ୍ରୀୟ ନେତା ଆଜି ଦିଲ୍ଲୀ ଫେରିଯାଇଛନ୍ତି ।

ସେମାନେ ହାଇକମାଣ୍ଡ ଖଡଗେଙ୍କୁ ରିପୋର୍ଟ ମଧ୍ୟ ପ୍ରଦାନ କରିସାରିଛନ୍ତି । ତେବେ ଖୁବ ଶୀଘ୍ର ତଥା ଆସନ୍ତାକାଲି ପୂର୍ବାହ୍ନ ସୁଦ୍ଧା ଖଡେଗ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରନ୍ତି । ଏହାରି ମଧ୍ୟରେ ଡି.କେଙ୍କ ଦିଲ୍ଲୀ ଗସ୍ତ ନକରିବା ଓ ସେ ବିଧାୟକଙ୍କ ସମର୍ଥନ ଚାହାନ୍ତି ନାହିଁ, ମନ୍ତବ୍ୟ ପରେ ଚର୍ଚ୍ଚା ଭିନ୍ନ ମୋଡ ନେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.