ETV Bharat / bharat

Morbi Bridge Collapsed: ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

author img

By

Published : Nov 21, 2022, 7:37 AM IST

supreme court to hear Morbi bridge collapse case on today
Morbi bridge collapsed: ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ଗୁଜୁରାଟରେ ମୋର୍ବି ଝୁଲାପୋଲ ଟ୍ରାଜେଡି ଘଟଣା । ଆଜି ନ୍ୟାୟିକ ତଦନ୍ତ କମିଶନ ଗଠନ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଗୁଜୁରାଟରେ ମୋର୍ବି ଝୁଲାପୋଲ ଦୁର୍ଘଟଣାର ତଦନ୍ତ ପାଇଁ ନ୍ୟାୟିକ ତଦନ୍ତ କମିଶନ ଗଠନ ଆବେଦନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଏହି ଅଘଟଣକୁ ନେଇ ଏକ ବିଚାର ବିଭାଗୀୟ କମିଶନ ଗଠନ କରିବାକୁ ଆବେଦନ କରାଯାଇଛି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ୍‌ ହିମା କୋହଲି ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ । ଏହି ଦୁର୍ଘଟଣା ଅଧିକାରୀଙ୍କ ଅବହେଳା ଓ ବିଫଳତାକୁ ଦର୍ଶାଉଥିବା ଅବେଦନରେ କୁହାଯାଇଛି ।

ଗତ ନଭେମ୍ବର 1 ତାରିଖରେ ଗୁଜୁରାଟରେ ମୋର୍ବି ଝୁଲାପୋଲ ଟ୍ରାଜେଡି ନେଇ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ଆଡଭୋକେଟ ବିଶାଳ ତିୱାରୀ ମୋର୍ବି ଝୁଲାପୋଲ ଅଘଟଣକୁ ନେଇ ଜନସ୍ବାର୍ଥ ମାମଲା ଦାଖଲ କରିଥିଲେ । ନ୍ୟାୟିକ ତଦନ୍ତ କମିଶନ ମାଧ୍ୟମରେ ଏହି ଅଘଟଣ ତଦନ୍ତ କରାଇବାକୁ ଚାହୁଁଥିବା ଆବେଦନକାରୀ ଦର୍ଶାଇଛନ୍ତି ।

ସେ ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି,"ଏକ ଦଶନ୍ଧି ଧରି ଦେଶରେ ଅନେକ ଘଟଣା ଘଟିଛି । ଯେଉଁଥିରେ ପରିଚାଳନାଗତ ଅବ୍ୟବସ୍ଥା, ରକ୍ଷଣାବେକ୍ଷଣରେ ଅବହେଳା ଯୋଗୁଁ ଅନେକ ଜୀବନହାନି ହୋଇଛି ।" ଗୁଜୁରାଟରେ ଥିବା ଅନ୍ୟ ପର୍ଯ୍ୟଟନସ୍ଥଳୀ ଗୁଡ଼ିକ ସର୍ବେକ୍ଷଣ ପାଇଁ ଏକ କମିଟି ଗଠନ ପାଇଁ ଆବେଦନ କରିଛନ୍ତି ଆବେଦନକାରୀ । ଏଥିପାଇଁ ସେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଚାହିଁଛନ୍ତି । ଏହି କମିଟି ରାଜ୍ୟରେ ଥିବା ପର୍ଯ୍ୟଟନସ୍ଥଳୀ ତଥା ପୁରାତନ ପୋଲର ସ୍ଥିତି ଯାଞ୍ଚ କରିବ । ପର୍ଯ୍ୟଟନସ୍ଥଳୀର ପରିବେଶ ମୁତାବକ କାର୍ଯ୍ୟକ୍ଷମତା ତଥା ଏଠାରେ ପର୍ଯ୍ୟଟକଙ୍କ ନିରାପତ୍ତାକୁ ନିଶ୍ଚିତ କରିବ । ତେବେ ଏହି ମାମଲାର ଖୁବଶୀଘ୍ର ଶୁଣାଣି ହେବ ବୋଲି ଆପେକ୍ସ କୋର୍ଟ କହିଛନ୍ତି ।

ମୋରବୀ ଝୁଲାପୋଲ ଅଘଟଣ

ଅକ୍ଟୋବର 30 ତାରିଖ ଗୁଜୁରାଟ ମୋରବୀ ଝୁଲାପୋଲ ଅଘଟଣ ସାରା ଦେଶକୁ ଦୋହଲାଇ ଦେଇଥିଲା । ଗତ ୩୦ ତାରିଖ ସନ୍ଧ୍ୟାରେ ଗୁଜୁରାଟ ମୋରବୀ ସ୍ଥିତ ମାଛୁ ନଦୀ ଉପରେ ନିର୍ମିତ ଶତାଦ୍ଦୀ ପୁରୁଣା ଝୁଲାପୋଲ ଅଚାନକ ଛିଣ୍ଡି ଯାଇଥିଲା । ଝୁଲାପୋଲରେ ଏକାସାଙ୍ଗରେ ପ୍ରାୟ ୫୦୦ ଲୋକ ଚଢି ଯାଇଥିଲେ । ମାତ୍ରାଧିକ ଭିଡ ଯୋଗୁଁ ପୋଲଟି ଭୁଶୁଡି ପଡିବା କାରଣରୁ ଶତାଧିକ ଲୋକେ ନଦୀଗର୍ଭକୁ ଖସି ପଡିଥିଲେ । ଏହି ଘଟଣାରେ ୧୩୫ ଜଣଙ୍କ ଜୀବନ ଯାଇଛି ।

ମୋରବୀ ଝୁଲାପୋଲରେ ଅନେକ ତ୍ରୁଟି ଥିବା ସାମ୍ନାକୁ ଆସିଛି

ଦୀର୍ଘ ଦିନ ଧରି ଲୋକଙ୍କ ଯାତାୟତ ପାଇଁ ମୋର୍ବିର ଉକ୍ତ ଝୁଲାପୋଲ ବନ୍ଦ ରହିଥିଲା । ୭ ମାସ ତଳେ ଓରେଭା ନାମକ ଘରୋଇ କମ୍ପାନୀକୁ ପୋଲର ନବୀକରଣ ଓ ମରାମତି ଦାୟିତ୍ବ ଦିଆଯାଇଥିଲା । ଏହାପରେ ଅକ୍ଟୋବର ୨୬ ତାରିଖ ଦିନ ଉକ୍ତ ପୋଲକୁ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିଲା । ତେବେ ପୋଲର ମରାମତି ପରେ ମ୍ୟୁନିସିପାଲିଟି ପକ୍ଷରୁ ଏହାକୁ ଫିଟନେସ ବା ଯାତାୟତ ଯୋଗ୍ୟ ପ୍ରମାଣପତ୍ର ପ୍ରଦାନ କରାଯାଇନଥିବା ମୋର୍ବି ମ୍ୟୁନିସିପାଲିଟି ମୁଖ୍ୟ ଅଧିକାରୀ ଅଭିଯୋଗ କରିଥିଲେ ।

ଏହି ଘଟଣାରେ 9 ଜଣଙ୍କୁ ଗିରଫ କରାଯାଇଛି

ଝୁଲାପୋଲ ଦୁର୍ଘଟଣା ମାମଲାରେ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ କୋର୍ଟ ପୋଲିସ ହେପାଜତକୁ ପଠାଇଥିବା ବେଳେ ୫ ଜଣ ବିଚାର ନ୍ୟାୟିକ ହେପାଜତରେ ଅଛନ୍ତି । ଗିରଫ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଝୁଲାପୋଲ ମରାମତି କରିଥିବା ଓରେଭା କମ୍ପାନୀ ମ୍ୟାନେଜର, ଟିକେଟ କଲେକ୍ଟର ସମେତ ୩ ଜଣ ସୁରକ୍ଷାକର୍ମୀ ରହିଛନ୍ତି । ସେହିପରି ଏହି ଘଟଣାରେ ମୋରବୀ ମ୍ୟୁନିସିପାଲଟିର ମୁଖ୍ୟ ଅଧିକାରୀ ସନ୍ଦୀପସିଂହ ଜାଲା ନିଲମ୍ବିତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.