ETV Bharat / bharat

High Court Bench Demand: ଆଉ ପ୍ରତିଷ୍ଠା ହୋଇପାରିବନି ହାଇକୋର୍ଟ ବେଞ୍ଚ କହିଲେ ସୁପ୍ରିମକୋର୍ଟ

author img

By

Published : Dec 14, 2022, 3:20 PM IST

ruckus by Sambalpur advocates supreme court says no hope for formation of a bench
High Court Bench Demand: ସମ୍ବଲପୁରରେ ପ୍ରତିଷ୍ଠା ହୋଇପାରିବନି ହାଇକୋର୍ଟ ବେଞ୍ଚ

ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସ୍ବପ୍ନ ଧୂଳିସାତ ହୋଇଛି । ମଉଳିଗଲା ବେଞ୍ଚ ପ୍ରତିଷ୍ଠା ଦାବି । ହାଇକୋର୍ଟ ବେଞ୍ଚ ହେବନି କହିଲେ ସୁପ୍ରିମକୋର୍ଟ । ଶୁଣାଣି ବେଳେ କଡ଼ା ଆଭିମୁଖ୍ୟ ରଖିଲେ ସୁପ୍ରିମକୋର୍ଟ । ଓକିଲ ଆନ୍ଦୋଳନ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସ୍ବପ୍ନ ଧୂଳିସାତ ହୋଇଛି । ଗତ ଡିସେମ୍ବର ୧୨ ତାରିଖରେ ଧାରଣାରତ ଓକିଲଙ୍କ କାର୍ଯ୍ୟକଳାପରେ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମକୋର୍ଟ । ଜିଲ୍ଲା ଜଜ୍‌ ଚ୍ୟାମ୍ବର ଭିତରେ ପଶି ଭଙ୍ଗା ରୁଜା କରିଥିଲେ ଉତ୍ତେଜିତ ଓକିଲ । ଏହାପରେ 43 ଜଣ ଓକିଲଙ୍କ ଲାଇସେନ୍ସକୁ ୧୮ ମାସ ପାଇଁ ରଦ୍ଦ କରିଥିଲା ବାର କାଉନ୍ସିଲ୍‌ ।

ଏହାପରେ ଆଜି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ସମ୍ଭାବନା ଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଓକିଲଙ୍କ ଆଚରଣ ଯୋଗୁଁ ଏହି ସମ୍ଭାବନା ବଳି ପଡ଼ିଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ମଉଳିଗଲା ବେଞ୍ଚ ପ୍ରତିଷ୍ଠା ଦାବି । ହାଇକୋର୍ଟ ବେଞ୍ଚ ହେବନି କହିଲେ ସୁପ୍ରିମକୋର୍ଟ । ଶୁଣାଣି ବେଳେ କଡ଼ା ଆଭିମୁଖ୍ୟ ରଖିଲେ ସୁପ୍ରିମକୋର୍ଟ । ଓକିଲ ଆନ୍ଦୋଳନ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଯାହା ଟିକେ ଆଶା ଥିଲା, ଏଭଳି ଆଚରଣ ପରେ ସଂପୂର୍ଣ୍ଣ ମଉଳିଗଲା । ଓକିଲ ସଂଘ ଠାରୁ ବିସ୍ତୃତ ରିଜୋଲ୍ୟୁସନ ମାଗିଲେ ସୁପ୍ରିମକୋର୍ଟ । ଆନ୍ଦୋଳନ ବନ୍ଦ ନେଇ ଓକିଲ ସଂଘ ବିସ୍ତୃତ ରିଜୋଲ୍ୟୁସନ ଦେବାକୁ ନିର୍ଦ୍ଦେଶ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆବେଦନକୁ ସଂପୂର୍ଣ୍ଣ ଖାରଜ କଲେ କୋର୍ଟ । ଭୌଗୋଳିକ ସ୍ଥିତି ଏବଂ ଟେକ୍ନୋଲୋଜି ପାଇଁ ବେଞ୍ଚ ଆବେଦନ ଖାରଜ ।

କେନ୍ଦ୍ରୀୟ ଆକ୍ସନ କମିଟି କେବଳ ଆନ୍ଦୋଳନକୁ ସାମୟିକ ଭାବରେ ବନ୍ଦ କରିବାକୁ ସଂକଳ୍ପ ଆଣିଛି । ଏହି ସଂକଳ୍ପକୁ ଆମେ ରଦ୍ଦ କରୁଛୁ । ବିନା ସର୍ତ୍ତରେ ଆନ୍ଦୋଳନକୁ ବନ୍ଦ କରିବେ ଓକିଲ ସଂଘ । ଏଭଳି ଖିଆଲି ପଦକ୍ଷେପ ଦ୍ବାରା କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇ ପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହି ଦାବିକୁ ଅଗ୍ରାହ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ବର୍ତ୍ତମାନ କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଆବଶ୍ୟକତା ନାହିଁ । ବର୍ତ୍ତମାନର ଟେକ୍ନୋଲୋଜୀ ପାରାମିଟର ଦ୍ବାରା ଯେକୌଣସି ସ୍ଥାନରୁ କୋର୍ଟ କାମ ଚାଲି ପାରିବ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କେବଳ ଗୋଟିଏ ଦାବି ନୁହେଁ, ଏକ ସମ୍ମାନର ବିଷୟ ହୋଇସାରିଛି । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଯେଉଁ ପାରାମିଟର ରହିଛି, ସେହି ପାରାମିଟରରେ କେବଳ ଦୁଇଟି ଜିଲ୍ଲା ଆସୁଛି । ତେଣୁ ଏଠାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.