ETV Bharat / bharat

ଧୋନିଙ୍କ ପାଇଁ ପାଗଳ ଛାତ୍ର, ପରୀକ୍ଷା ଖାତାରେ ଥାଲା ଲେଖି ସ୍କୁଲରୁ ନିଲମ୍ବିତ

author img

By ETV Bharat Odisha Team

Published : Dec 7, 2023, 11:29 AM IST

Student Writing Thala In Exam
Student Writing Thala In Exam

ପରୀକ୍ଷାରେ ଆସିଥିବା ପ୍ରଶ୍ନର ଉତ୍ତର ଜାଣିନଥିଲେ ଛାତ୍ର । ପ୍ରତି ପ୍ରଶ୍ନର ଉତ୍ତରରେ ଥାଲା ଲେଖି ସ୍କୁଲରୁ ନିଲମ୍ବିତ ହେଲେ ଛାତ୍ର । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ମହାଙ୍ଗା ପଡିଲା ମହେନ୍ଦ୍ର ସିଂ ଧୋନିଙ୍କ ଫ୍ୟାନ ହେବା । ପରୀକ୍ଷା ଖାତାର ପ୍ରତିଟି ପ୍ରଶ୍ନରେ ଥାଲା ଲେଖି ସ୍କୁଲରୁ ବିଦା ହେଲେ ଛାତ୍ର । ଗଣିତ ପରୀକ୍ଷାରେ ପ୍ରତିଟି ପ୍ରଶ୍ନର ଉତ୍ତରରେ ଥାଲା ଲେଖିଥିବାରୁ ଦିଲ୍ଲୀର ଜଣେ ଛାତ୍ରଙ୍କୁ ସ୍କୁଲରୁ ବହିଷ୍କାର କରାଯାଇଛି । ଛାତ୍ର ଜଣଙ୍କ ହେଉଛନ୍ତି ଗଜୋଧର । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ସମ୍ମାନ ଜଣାଇବା ପାଇଁ ସେ ପରୀକ୍ଷାଖାତାରେ ଥାଲା ଲେଖିଥିଲେ।

କିଛିଦିନ ପୂର୍ବରୁ ସ୍କୁଲରେ ଗଣିତ ପରିକ୍ଷା ହୋଇଥିଲା । ସେ ମଧ୍ୟ ପରୀକ୍ଷା ଦେବାକୁ ଯାଇଥିଲେ । ପରୀକ୍ଷା ହଲରେ ତାଙ୍କୁ ପ୍ରଶ୍ନପତ୍ର ଦିଆଯିବା ପରେ ସେ ପଢିବାକୁ ଲାଗିଲେ । ଏହା ପରେ ପ୍ରଶ୍ନ ତଳେ ଉତ୍ତର ପାଇଁ ଦିଆଯାଇଥିବା ସ୍ପେଶରେ ସେ ସଠିକ ଉତ୍ତର ଲେଖିବା ବଦଳରେ ଥାଲା ଲେଖିଥିଲେ । ପ୍ରତିଟି ପ୍ରଶ୍ନର ଉତ୍ତରରେ ସେ ଥାଲା ଲେଖିଥିଲେ । ଏହାପରେ ଜଣାପଡିବା ପରେ ତାଙ୍କୁ ସ୍କୁଲରୁ ବାହାର କରି ଦିଆଯାଇଛି।

ଏହା ମଧ୍ୟ ପଢନ୍ତୁ-ପରୀକ୍ଷାରେ ଫେଲ୍ ହେବାରୁ ଜୀବନ ହାରିଲେ ୮ ଛାତ୍ରଛାତ୍ରୀ

ଏନେଇ ବିଦ୍ୟାଳୟ ତରଫରୁ କୁହାଯାଇଛି ଯେ, କୌଣସି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପ୍ରଶଂସା ଓ ତାଙ୍କୁ ଭଲ ପାଇବା ଭୁଲ କଥା ନୁହଁ । କିନ୍ତୁ ପରୀକ୍ଷାରେ ଉତ୍ତର ବଦଳରେ ସେ ବ୍ୟକ୍ତିଙ୍କ ନାମ ଲେଖିବା ଭୁଲ ଅଟେ । ଯାହା ଗଜୋଧର କରିଛନ୍ତି । ଛାତ୍ର ଜଣଙ୍କ ପରୀକ୍ଷାକୁ ଗଭୀରତାର ସହ ନେବା ବଦଳରେ ଅତ୍ୟନ୍ତ ହାଲୁକା ଭାବରେ ନେଇଛନ୍ତି । ତେଣୁ ସେ ପରୀକ୍ଷାରେ ଫେଲ ହେବା ପରେ ସ୍କୁଲରୁ ତାଙ୍କୁ ନିଲମ୍ବିତ କରାଯାଇଛି । ଏ ବିଷୟରେ ତାଙ୍କୁ ପଚାରିବାରୁ ସେ ଧୋନିଙ୍କ ଫ୍ୟାନ ହୋଇଥିବାରୁ ଏପରି ଲେଖିଥିବା କହିଛନ୍ତି । ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ସିଏସକେ ସିଇଓ କହିଲେ ଧୋନିଙ୍କୁ କାହିଁକି କୁହାଯାଏ ‘ଥାଲା’

ଭାରତୀୟ ଟିମର ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କୁ ଥାଲା ବୋଲି ସମ୍ବୋଧନ କରାଯାଏ । ଦିଶନ୍ଧିରୁ ଅଧିକ ବର୍ଷ ଧରି ଚେନ୍ନାଇ ସୁପର କିଙ୍ଗସ୍‌ର ଅଧିନାୟକ ଥିବାରୁ ତାଙ୍କୁ ସ୍ନେହରେ ଏଭଳି ସମ୍ବୋଧନ କରନ୍ତି ଫ୍ୟାନ୍ସ । ଥାଲା ହେଉଛି ଏକ ତାମିଲ ଶବ୍ଦ । ଯାହାର ଅର୍ଥ ହେଉଛି ହେଡ ଏବଂ ଲିଡର । ତାମିଲନାଡୁର ଲୋକମାନେ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରଶଂସା କିମ୍ବା ସମ୍ମାନ ଜଣାଇବା ପାଇଁ ବ୍ୟବହାର କରନ୍ତି । ଇଣ୍ଡିଆନ୍ ପ୍ରିମିୟର ଲିଗରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ 2008 ମସିହାରୁ ଏଯାବତ ଖେଳି ଆସୁଛନ୍ତି ମହେନ୍ଦ୍ର ସିଂ ଧୋନି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.