ETV Bharat / bharat

ପରୀକ୍ଷାରେ ଫେଲ୍ ହେବାରୁ ଜୀବନ ହାରିଲେ ୮ ଛାତ୍ରଛାତ୍ରୀ

author img

By

Published : May 10, 2023, 1:43 PM IST

ପରୀକ୍ଷାରେ ଫେଲ୍ ହେବାରୁ ଜୀବନ ହାରିଲେ ୮ ଜଣ ଛାତ୍ରଛାତ୍ରୀ । ତେଲେଙ୍ଗାନାରୁ ସାମ୍ନାକୁ ଆସିଲା ଏଭଳି ହୃଦୟ ବିଦାରକ ଘଟଣା । ଅଧିକ ପଢନ୍ତୁ

ପରୀକ୍ଷାରେ ଫେଲ୍ ହେବାରୁ ଜୀବନ ହାରିଲେ ୮ ଛାତ୍ରଛାତ୍ରୀ
ପରୀକ୍ଷାରେ ଫେଲ୍ ହେବାରୁ ଜୀବନ ହାରିଲେ ୮ ଛାତ୍ରଛାତ୍ରୀ

ହାଇଦ୍ରାବାଦ: ନିକଟରେ ଆନ୍ଧ୍ରପ୍ରଦେଶରେ ୧୦ ଜଣ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସାରା ଦେଶରେ ଚହଳ ପକାଇଥିଲା । ବର୍ତ୍ତମାନ ତେଲେଙ୍ଗାନା ରାଜ୍ୟରୁ ମଧ୍ୟ ଅନୁରୂପ ଘଟଣା ସାମ୍ନାକୁ ଆସିଛି । ଦ୍ବାଦଶ ପରୀକ୍ଷାରେ ଫେଲ୍ ହେବାରୁ ତେଲେଙ୍ଗାନାର ବିଭିନ୍ନ ଜିଲ୍ଲାରେ ୮ ଜଣ ଛାତ୍ରଛାତ୍ରୀ ଜୀବନ ହାରିଛନ୍ତି । କିଏ ପରୀକ୍ଷାରେ ଫେଲ୍ ହୋଇଛି ତ ଆଉ କିଏ କମ୍ ମାର୍କ ରଖିଛି । ଏଥିରେ ନିରାଶ ହୋଇଛି ସେମାନେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏନେଇ ମୃତ ଛାତ୍ରଛାତ୍ରୀଙ୍କ ପରିବାର ଓ ପୋଲିସ ପକ୍ଷରୁ ସୂଚନା ମିଳିଛି । ଜୀବନ ହାରିଥିବା ସବୁ ପିଲାଙ୍କ ବୟସ ୧୬ରୁ ୧୭ ବର୍ଷ ।

ପ୍ରାପ୍ତ ସୂଚନା ମୁତାବକ, ମେଡିପାଲ୍ଲୀ ଜିଲ୍ଲାର ଜଣେ ୧୬ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଛି । ସେ ଜଗତିଆଲା ଅଞ୍ଚଳରେ ଗୋଟିଏ ଘରୋଇ କଲେଜରେ ଦ୍ବାଦଶ ପ୍ରଥମ ବର୍ଷର ଛାତ୍ର ଥିଲେ । ପରୀକ୍ଷାରେ ୪ଟି ବିଷୟରେ ଫେଲ୍ ହୋଇଯିବାରୁ ଘରେ ଝୁଲି ପଡିଛନ୍ତି । ନିଜାମବାଦ ଜିଲ୍ଲାରୁ ମଧ୍ୟ ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ଜୀବନ ହାରିଥିବା ସୂଚନା ମିଳିଛି । ସେ ମଧ୍ୟ ତିନୋଟି ବିଷୟରେ ଫେଲ୍ ହୋଇଥିଲେ ।

ତିରୁପତିରୁ ଜଣେ ୧୭ ବର୍ଷୀୟ ଛାତ୍ର ପାଟନଚେରୁ ଅଞ୍ଚଳରେ ପଢୁଥିବାବେଳେ ନିଜ ପରୀକ୍ଷା ରେଜଲ୍ଟରେ ନିରାଶ ହୋଇ ଚରମ ନିଷ୍ପତ୍ତି ନେଇଛନ୍ତି । ମଙ୍ଗଳବାର ସକାଳେ ରେଳ ଧାରଣାରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ହାଇଦ୍ରାବାଦର ଏକ କଲେଜରେ ପଢୁଥିବା ଗଡୱାଲ ମଣ୍ଡଳ ଗାଁର ଆଉ ଜଣେ ଛାତ୍ରୀ ଫ୍ୟାନରେ ଫାଶି ଲଗାଇ ଝୁଲି ପଡିଛନ୍ତି ।

ଏହାମଧ୍ୟ ପଢନ୍ତୁ: ସହିପାରିଲେନି ବିଫଳତା, ପରୀକ୍ଷାରେ ଫେଲ୍ ହେବାରୁ ଜୀବନ ହାରିଲେ ୯ ଛାତ୍ରଛାତ୍ରୀ

ସେହିପରି ପ୍ରକାଶମ ଜିଲ୍ଲା, ସିକନ୍ଦରାବାଦ, ଖୈରତାବାଦ ଏବଂ ନାରାୟଣପେଟ ଜିଲ୍ଲାରେ ଜଣେ ଲେଖାଏଁ ଛାତ୍ରୀଙ୍କ ମୃତ୍ୟୁ ଖବର ହସ୍ତଗତ ହୋଇଛି । ସମସ୍ତେ ଦ୍ବାଦଶ ପରୀକ୍ଷାଫଳରେ ନିରାଶ ହୋଇ ଜୀବନ ହାରିଛନ୍ତି । ବିଡିଏଲ ଥାନା ଅଞ୍ଚଳରେ ଜଣଏ ଛାତ୍ରୀ ନିଖୋଜ ଥିବାର ଅଭିଯୋଗ ହୋଇଛି । ସମ୍ପୃକ୍ତ ଛାତ୍ର ଦ୍ବାଦଶ ଦ୍ବିତୀୟ ବର୍ଷ ପରୀକ୍ଷାରେ କିଛି ବିଷୟରେ ଫେଲ୍ ହୋଇଥିଲେ । ରେଜଲ୍ଟ ବାହାରିବା ପରେ ସେ ଟିକେ ବାହାରକୁ ଯାଉଛନ୍ତି ବୋଲି ଭଉଣୀକୁ କହିଥିଲେ । ହେଲେ ଆଉ ଘରକୁ ଫେରି ନାହାନ୍ତି ।

ଏହାମଧ୍ୟ ପଢନ୍ତୁ: Manipur Violence: ମଣିପୁର ହିଂସା ପାଇଁ ଦାୟୀ ମିଆଁମାରର ପ୍ରବାସୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.