ETV Bharat / bharat

Weather Update: ସପ୍ତାହେ ବିଳମ୍ବରେ କେରଳ ଛୁଇଁଲା ମୌସୁମୀ

author img

By

Published : Jun 8, 2023, 12:59 PM IST

southwest monsoon touches kerala
southwest monsoon touches kerala

କେରଳ ଛୁଇଁଲା ମୌସୁମୀ ବାୟୁ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁ ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କେରଳ ଛୁଇଁଲା ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁ ଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଲାକ୍ଷାଦ୍ବୀପ-କେରଳର ସମସ୍ତ ଅଞ୍ଚଳକୁ ଛୁଇଁଛି ମୌସୁମୀ । ସପ୍ତାହେ ବିଳମ୍ବରେ ସ୍ଥଳଭାଗ ଛୁଇଁଲା ମୌସୁମୀ।

ପୂର୍ବରୁ ଜୁନ 4 ବେଳକୁ କେରଳକୁ ମୌସୁମୀ ବାୟୁ ଛୁଇଁବ ବୋଲି ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ । ଏହାପରେ ବୁଧବାର କେରଳକୁ ମୌସୁମୀ ବାୟୁ ଆଜି ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ଆଜି ମୌସୁମୀ କେରଳ ଛୁଇଁବା ପରେ ଏହି କ୍ରମରେ ଓଡ଼ିଶାରେ ମଧ୍ୟ ଚଳିତ ବର୍ଷ ମୌସୁମୀ ବିଳମ୍ବରେ ଆସିବା ବୋଲି ଆକଳନ କରାଯାଇଛି । କେରଳରେ ମୌସୁମୀ ଛୁଇଁବା ପରେ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ-ମୌସୁମୀ ପାଇଁ ପାଗ ଅନୁକୂଳ, ଆଗାମୀ ୪୮ ଘଣ୍ଟାରେ କେରଳ ଉପକୂଳ ଛୁଇଁବ

ରାଜ୍ୟରେ ଏବେ ଗ୍ରୀଷ୍ମର ପ୍ରଭାବ ଜାରି ରହିଥିବା ବେଳେ ଗରମ ସହ ଗୁଳିଗୁଳି ଅନୁଭୂତ ହେଉଛି । ଫଳରେ ଅସହ୍ୟ ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ସକାଳ 9ଟାରୁ ଟାଇଁ ଟାଇଁ ଖରା ଦେଖି ଲୋକେ ଘର ବାହାରକୁ ଯିବାକୁ ଭୟ କରୁଛନ୍ତି । ଗତକାଲି ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ଏଥି ପାଇଁ ପୂର୍ବରୁ 17 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା । ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ,ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ ଓ ନୂଆପଡ଼ା ଜିଲ୍ଲାକୁ ସତର୍କତା ଜାରି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଜୁନ ୧୫ ପୂର୍ବରୁ ଓଡିଶା ଛୁଇଁବନି ମୌସୁମୀ, ବିଳମ୍ବିତ ମନସୁନ୍ ପାଇଁ ଚାଷୀକୂଳ ହତାଶ

ତାତିରୁ ତ୍ରାହି ପାଇଁ ମୌସୁମୀକୁ ଅପେକ୍ଷା କରିଛନ୍ତି ରାଜ୍ୟବାସୀ । ହେଲେ ମୌସୁମୀ ଧରାଛୁଆଁ ଦେଉନାହିଁ । ଜୁନ 4 ତାରିଖରେ ମୌସୁମୀ କେରଳ ଛୁଇଁବା ନେଇ ଆଇଏମଡି ଆକଳନ କରିଥିଲା । ହେଲେ ବିଳମ୍ବରେ ଓଡିଶା ଛୁଇଁବା ନେଇ କୁହାଯାଇଥିଲା । ତେବେ ମୌସୁମୀ ବିଳମ୍ବରେ ଆସିବ ଜାଣିବା ପରେ ଚିନ୍ତାରେ ଚାଷୀକୂଳ । ଏବେ ବର୍ଷାକୁ ଅପେକ୍ଷା କରି ରହିଛି ଚାଷୀ ପୁଅ । ଜୁନ 15 ତାରିଖ ପରେ ମୌସୁମୀ କେବେ ଓଡ଼ିଶା ଛୁଇଁବ ତାହା ସ୍ପଷ୍ଟ ହେବ ବୋଲି କହିଥିଲେ ପାଣିପାଗ ବିଶେଷଜ୍ଞ ଶରତ ସାହୁ । ଆଉ ଏକ ବାତ୍ୟା ଫରମେସନ ହେଉଥିବାରୁ ଏହା ମୌସୁମୀର ଗତିପଥରେ ବାଧା ସୃଷ୍ଟି କରିବାର ଆଶଙ୍କା ମଧ୍ୟ ରହିଥିବା ସେ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.