ETV Bharat / state

ଜୁନ ୧୫ ପୂର୍ବରୁ ଓଡିଶା ଛୁଇଁବନି ମୌସୁମୀ, ବିଳମ୍ବିତ ମନସୁନ୍ ପାଇଁ ଚାଷୀକୂଳ ହତାଶ

author img

By

Published : May 17, 2023, 8:34 PM IST

ରାଜ୍ୟରେ ବଢ଼ୁଛି ଗ୍ରୀଷ୍ମ ପ୍ରବାହ । ତାତିରୁ ତ୍ରାହି ପାଇଁ ମୌସୁମୀକୁ ଅପେକ୍ଷା କରିଛନ୍ତି ରାଜ୍ୟବାସୀ । ହେଲେ ଜୁନ ୧୫ ପୂର୍ବରୁ ମୌସୁମୀ ଓଡିଶା ଛୁଇଁବାର ସମ୍ଭାବନା ନଥିବା ସ୍ପଷ୍ଟ କରିଛି ପାଣିପାଗ ବିଭାଗ । ଯାହାକୁ ନେଇ ଚିନ୍ତାରେ ପଡ଼ିଛି ଚାଷୀକୂଳ । ଅଧିକ ପଢ଼ନ୍ତୁ

ବିଳମ୍ବିତ ମୌସୁମୀ ପାଇଁ ଚାଷୀକୂଳ ହତାଶ
ବିଳମ୍ବିତ ମୌସୁମୀ ପାଇଁ ଚାଷୀକୂଳ ହତାଶ

ବିଳମ୍ବିତ ମୌସୁମୀ ପାଇଁ ଚାଷୀକୂଳ ହତାଶ

ଭୁବନେଶ୍ବର: ତାତିରୁ ତ୍ରାହି ପାଇଁ ମୌସୁମୀକୁ ଅପେକ୍ଷା କରିଛନ୍ତି ରାଜ୍ୟବାସୀ । ହେଲେ ମୌସୁମୀ ଧରାଛୁଆଁ ଦେଉନାହିଁ । ଜୁନ ୪ ତାରିଖରେ ମୌସୁମୀ କେରଳ ଛୁଇଁବା ନେଇ ଆଇଏମଡି ଆକଳନ କରିଛି । ହେଲେ ବିଳମ୍ବରେ ଓଡିଶା ଛୁଇଁବା ନେଇ ସୂଚନା ମିଳିଛି । ତେବେ ମୌସୁମୀ ବିଳମ୍ବରେ ଆସିବ ଜାଣିବା ପରେ ଚିନ୍ତାରେ ଚାଷୀକୂଳ । ବର୍ଷାକୁ ଅପେକ୍ଷା କରି ବିହନ ବୁଣିଥିବା ଚାଷୀକୁ ନିଶ୍ଚୟ ନିରାଶ ହେବାକୁ ପଡ଼ିବ ବୋଲି ସେମାନେ ପ୍ରକାଶ କରିଛନ୍ତି ।

ଜୁନ ୧୫ ପୂର୍ବରୁ ମୌସୁମୀ ଓଡିଶା ଛୁଇଁବାର ନାହିଁ: ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ କହିବାନୁସାରେ ଜୁନ ମାସ ୧୫ ତାରିଖ ପୂର୍ବରୁ ମୌସୁମୀ ଓଡିଶା ଛୁଇଁବାର ନାହିଁ । ଅର୍ଥାତ ଜୁନ ୧୫ ତାରିଖ ପରେ ମୌସୁମୀ କେବେ ଓଡ଼ିଶା ଛୁଇଁବ ତାହା ସ୍ପଷ୍ଟ ହେବ । ଆଉ ଏକ ବାତ୍ୟା ଫରମେସନ ହେଉଥିବାରୁ ଏହା ମୌସୁମୀର ଗତିପଥରେ ବାଧା ସୃଷ୍ଟି କରିବାର ଆଶଙ୍କା ମଧ୍ୟ ରହିଥିବା ସେ କହିଛନ୍ତି । ତବେ ମୌସୁମୀ କେରଳ ଛୁଇଁବା ପରେ ଓଡିଶା କେବେ ଛୁଇଁବ ସେନେଇ ସ୍ପଷ୍ଟ ହୋଇପାରିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ । କିନ୍ତୁ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ମୌସୁମୀ ଆସିବ ଏହା ସ୍ପଷ୍ଟ ହୋଇଯାଇଛି । ବିଳମ୍ବରେ ମୌସୁମୀ ଆସିବା ଦ୍ବାରା ଚାଷ ଓ ଚାଷୀ ଉଭୟ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ଚିନ୍ତାରେ ପଡିଛି ଚାଷୀକୂଳ: ଅନ୍ୟପଟେ ବିଳମ୍ବିତ ମୌସୁମୀକୁ ନେଇ ଚିନ୍ତାରେ ପଡିଛି ଚାଷୀକୂଳ । ମୌସୁମୀ ବିଳମ୍ବରେ ଆସିଲେ ଏହା ଚାଷ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଗତ ବର୍ଷ ମଧ୍ୟ ସମାନ ପରିସ୍ଥିତି ହୋଇଥିଲା । ବିଳମ୍ବରେ ବର୍ଷା ହେଲେ ରୋଇବାରେ ଅସୁବିଧା ହେବ ବୋଲି ଚାଷୀ କହିଛନ୍ତି । ବିହନ ବୁଣି ବର୍ଷାକୁ ଅପେକ୍ଷା କରି ବସିଥିବା ଚାଷୀକୁ ନିରାଶ ହେବାକୁ ପଡିବ । ସେପଟେ ଥରେ ବର୍ଷା ହୋଇ ଜମିରେ ପାଣି ଜମିଗଲା ପରେ ଆଉ ବିହନ ବୁଣିବା ସମ୍ଭବ ହେବ ନାହିଁ । ତେଣୁ ଚାଷ ପ୍ରକ୍ରିୟାରେ ଚାଷୀକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ବୋଲି କହିଛନ୍ତି ବରଗଡ଼ ଓ ଝାରସୁଗୁଡ଼ାର ଚାଷୀ ।

ମୌସୁମୀ ଗତିପଥରେ ବାଧା ସୃଷ୍ଟି କରିପାରେ ବାତ୍ୟା: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ, ମୌସୁମୀ କେରଳ ଛୁଇଁବାରେ ସାମାନ୍ୟ ବିଳମ୍ବ ହୋଇପାରେ । ୪ ତାରିଖ ବେଳକୁ ଏହା ଛୁଇଁବାର ସମ୍ଭାବନା ଅଛି । ଏଥିରେ ୪ ଦିନ ଏପାଖ ସେପାଖ ମଧ୍ୟ ହୋଇପାରେ । ତେବେ ଦକ୍ଷିଣ ଭାରତ ମହାସାଗରରେ ଫାବିଆନ ନାମକ ଶକ୍ତିଶାଳୀ ବାତ୍ୟା ସୃଷ୍ଟି ହୋଇଛି । ଏହା ମୌସୁମୀ ପ୍ରବାହର ଗତିପଥରେ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି । ବିଶେଷଜ୍ଞଙ୍କ ଅନୁମାନ ହେଲା ଏହା ମୌସୁମୀକୁ ବିଳମ୍ବ କରିବାରେ ସହାୟକ ହୋଇପାରେ । ସାଧାରଣତଃ ଜୁନ ୧ ତାରିଖ ବେଳକୁ କେରଳ ଛୁଇଁଥାଏ ମୌସୁମୀ । ଏହା ୧ ପରିବର୍ତ୍ତେ ୪ ତାରିଖରେ ଛୁଇଁବା ନେଇ ଆକଳନ କରିଛି ଆଇଏମଡି ।

ଇଟିଭି ଭାରତ, ଭୁବନେଶ୍ବର/ଝାରସୁଗୁଡ଼ା/ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.