ETV Bharat / bharat

ରାଷ୍ଟ୍ରପତି ନିର୍ବାଚନରେ ଶାସକ, ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ଶିବସେନା

author img

By

Published : Jul 17, 2022, 6:09 PM IST

ରାଷ୍ଟ୍ରପତି ନିର୍ବାଚନରେ ମୁର୍ମୁଙ୍କୁ, ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ଶିବସେନା
ରାଷ୍ଟ୍ରପତି ନିର୍ବାଚନରେ ମୁର୍ମୁଙ୍କୁ, ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ଶିବସେନା

ରାଷ୍ଟ୍ରପତି ନିର୍ବାଚନରେ NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଥିବା ଶିବସେନା, ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀଙ୍କୁ ଦେବ ସମର୍ଥନ । ଦଳର ବରିଷ୍ଠ ନେତା ସଞ୍ଜୟ ରାଉତଙ୍କ ସୂଚନା । ଅଧିକ ପଢନ୍ତୁ

ମୁମ୍ବାଇ: ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ହେବାକୁ ଯାଉଥିବାବେଳେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଶାସକ NDA ମେଣ୍ଟ ଗତକାଲି ପ୍ରାର୍ଥୀ ଘୋଷଣା କରିଥିଲା । ଆଜି ବିରୋଧୀ ମେଣ୍ଟ ମାର୍ଗରେଟ ଅଲଭାଙ୍କୁ ସେମାନଙ୍କ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ତେବେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପୂର୍ବରୁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରି ସାରିଥିବା ଶିବସେନା କିନ୍ତୁ ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କ ପ୍ରାର୍ଥୀ ମାର୍ଗରେଟ ଅଲଭାଙ୍କୁ ସମର୍ଥନ ଦେବ । ଏନେଇ ଦଳର ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ରାଉତ ସୂଚନା ଦେଇଛନ୍ତି ।

  • She (Droupadi Murmu) is a tribal woman & there is sentiment for tribals in the country. Many of our MLAs-MPs are also from the tribal community. That's why we supported her. But here in this alliance, we will support (Margaret Alva for Vice President): Shiv Sena MP Sanjay Raut pic.twitter.com/ycNna8sZTP

    — ANI (@ANI) July 17, 2022 " class="align-text-top noRightClick twitterSection" data=" ">

ରାଉତ କହିଛନ୍ତି, "ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ମୁର୍ମୁ ଜଣେ ଆଦିବାସୀ ମହିଳା । ତେଣୁ ତାଙ୍କ ପ୍ରତି ଦେଶରେ ଭିନ୍ନ ଏକ ସମ୍ବେଦନଶୀଳତା ଦେଖିବାକୁ ମିଳିଛି । ଶିବସେନାର ଅନେକ ବିଧାୟକ ଓ ସାସଂଦ ମଧ୍ୟ ଆଦିବାସୀ ସମ୍ପ୍ରଦାୟ ପୃଷ୍ଠଭୂମିରୁ ରହିଛନ୍ତି । ତେଣୁ ଶିବସେନା ଦ୍ରୌପଦୀଙ୍କୁ ସମର୍ଥନ ଦେବା ନେଇ ନିଷ୍ପତ୍ତି ନେଇଛି । କିନ୍ତୁ ଉପରାଷ୍ଟ୍ରପତି ନିର୍ବାଚନରେ ଦଳ ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗରେଟ ଅଲଭାଙ୍କୁ ସମର୍ଥନ ଦେବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.