ETV Bharat / bharat

କେଉଁଠୁ ଆସିଲା ବିଷାକ୍ତ ଦୁର୍ଗନ୍ଧ, ୧୦ ଅଚେତ୍‌

author img

By ETV Bharat Odisha Team

Published : Dec 13, 2023, 6:39 PM IST

Updated : Dec 13, 2023, 7:35 PM IST

ସୁରଟରେ ଚାଞ୍ଚଲ୍ୟ ; ଅଜଣା ଦୁର୍ଗନ୍ଧରେ 10 ଜଣ ଅଚେତ
ସୁରଟରେ ଚାଞ୍ଚଲ୍ୟ ; ଅଜଣା ଦୁର୍ଗନ୍ଧରେ 10 ଜଣ ଅଚେତ

10 people fainted due to bad smell: ସୁରଟ ସହରରେ ବିଷାକ୍ତ ଦୁର୍ଗନ୍ଧରେ 10 ଜଣ ଲୋକ ଅଚେତ୍‌ । ଦୁର୍ଗନ୍ଧର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

ଗାନ୍ଧୀନଗର: ସୁରଟ ସହରର ପିପଲୋଦ ଇଲାକାରେ ରାହୁଲ ରାଜ ମଲ ନିକଟରେ ଅପ୍ରତ୍ୟାଶିତ ଘଟଣା ଘଟିଯାଇଛି । ରାହୁଲ ରାଜମଲ ନିକଟରେ ଛୋଟ ପିଲାଙ୍କ ସମେତ 10 ଜଣ ଲୋକ ବିଷାକ୍ତ ଦୁର୍ଗନ୍ଧରେ ଅଚେତ ହୋଇଯାଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ନ୍ୟୁ ସିଭିଲ ହସ୍ପିଟାଲକୁ ପଠାଯାଇଛି । ଚିକିତ୍ସିତ ହେଉଥିବା 4 ଜଣ ଛୋଟ ଶିଶୁଙ୍କୁ ଚିକିତ୍ସା ପାଇଁ ଆଇସିୟୁରେ ଭର୍ତ୍ତି କରାଯାଇଛି ।

ଏହି ଘଟଣାର ସୂଚନା ପାଇ ଅମାରା ପୋଲିସ ତୁରନ୍ତ ସିଭିଲ ହସ୍ପିଟାଲରେ ପହଞ୍ଚିଥିଲା । ସମସ୍ତ ଘଟଣାର ସମ୍ପୂର୍ଣ୍ଣ ବିବରଣୀ ନେବା ସହ ସମସ୍ତ ପୀଡିତଙ୍କ ବୟାନ ରେକର୍ଡ କରିଥିଲେ । ଗତକାଲି ରାତିରେ ପ୍ରାୟ 10 ଟା ସମୟରେ ଫୁଟପାଥ ଉପରେ ସାତ ଜଣ ଲୋକ ଶୋଇଥିବା ବେଳେ ଅଚାନକ ଏକ ପ୍ରକାର ଦୁର୍ଗନ୍ଧ ଆସିବାରୁ ସମସ୍ତେ ଅଚାନକ ବେହୋସ ହୋଇଯାଇଥିଲେ । ଏତଦ୍ ବ୍ୟତୀତ ସେହି ରାସ୍ତାରେ ଯାଉଥିବା ଅବସ୍ଥାରେ ଅନ୍ୟ 3 ଜଣ ଲୋକ ମଧ୍ୟ ଦୁର୍ଗନ୍ଧରେ ବେହୋସ ହୋଇପଡିଥିଲେ ।

ଏହା ମଧ୍ୟ ପଢନ୍ତୁ ... ସିଲିଣ୍ଡର ଗ୍ୟାସ ଲିକରୁ ଅଗ୍ନିକାଣ୍ଡ, ଗୋଟିଏ ପରିବାରର 3 ଆହତ

ଦୁର୍ଗନ୍ଧରେ ବେହୋସ ହୋଇଯାଇଥିବା ରୋହିତ କହିଛନ୍ତି ଯେ, ସେ ରାହୁଲ ରାଜମଲର ପଛ ପଟେ ସୁମନ ଆବାସରେ ରହନ୍ତି । ଯେବେ ସେ ଘରୁ ବାହାରି ରାହୁଲ ରାଜମଲ ନିକଟସ୍ଥ ସଡକ ଦେଇ ଯାଉଥିଲେ ସେହି ସମୟରେ ଏହି ଦୁର୍ଗନ୍ଧରେ ତାଙ୍କୁ ନିଶ୍ବାସ ପ୍ରଶ୍ବାସ ନେବାକୁ ଅସୁବିଧା ହୋଇଥିଲା । ଲଗାତାର କାଶ ହେବା ସହ ବାନ୍ତି ଆସିବା ଭଳି ଅନୁଭବ ହୋଇଥିଲା ।

ଫୁଟପାଥରେ ଅଘଟଣର ଶିକାର ହୋଇଥିବା ପରିବାରରେ 27 ବର୍ଷ ଠାରୁ ଆରମ୍ଭ କରି 1 ମାସ ପର୍ଯ୍ୟନ୍ତ ବୟସର ଲୋକେ ସାମିଲ ଅଛନ୍ତି । ଏହି ପୀଡିତ ପରିବାରରେ 27 ବର୍ଷୀୟ ରିତେଶ ଭିଲ , 24 ବର୍ଷୀୟ ରୀତା , 1 ମାସର ଅଂଶୀ, 4 ବର୍ଷୀୟ ପ୍ରିୟଙ୍କା, 3 ବର୍ଷୀୟ ପଲ୍ଲବୀ, 2 ବର୍ଷୀୟ ରାଜ, 12 ବର୍ଷୀୟ ରାଧିକା, 18 ବର୍ଷୀୟ ରୋହିତ ଏବଂ 17 ବର୍ଷୀୟ ଗୁରୁ ସାମିଲ ଅଛନ୍ତି ।

ଉମରା ପୋଲିସ ଷ୍ଟେସନ ଇନ୍ସପେକ୍ଟର ଜେ. ଜି ପଟେଲ କହିଛନ୍ତି ଯେ ଆମେ ଏହି ଘଟଣା ସମ୍ପର୍କରେ ଅବଗତ ଅଛୁ । ଅଚେତ୍‌ ହୋଇଥିବା ଲୋକ ମାନଙ୍କ ବୟାନକୁ ରେକର୍ଡ କରିଛୁ ଓ ଏହାକୁ ଆଧାର କରି ଆମେ ପରବର୍ତ୍ତୀ ଯାଞ୍ଚ କରିବୁ । ତେବେ ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣା ପଡିଛି ଯେ କୌଣସି ସନ୍ଦିଗ୍ଧ ଦୁର୍ଗନ୍ଧ କାରଣରୁ ପୀଡିତ ମାନେ ଅଚେତ୍‌ ହୋଇଯାଇଥିଲେ । ପୋଲିସ ଉକ୍ତ ଘଟଣା ସ୍ଥଳରେ ଯାଇ ଯାଞ୍ଚ କରିବ । ଆବଶ୍ୟକ ପଡିଲେ ଫରେନ୍ସିକ ବିଭାଗର ସାହାଯ୍ୟ ମଧ୍ୟ ନିଆଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 13, 2023, 7:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.