ETV Bharat / state

ସିଲିଣ୍ଡର ଗ୍ୟାସ ଲିକରୁ ଅଗ୍ନିକାଣ୍ଡ, ଗୋଟିଏ ପରିବାରର 3 ଆହତ

author img

By ETV Bharat Odisha Team

Published : Dec 8, 2023, 11:23 AM IST

Gas cylinder leak
Gas cylinder leak

କଟକରେ ଗ୍ୟାସ ଲିକରୁ ଅଗ୍ନିକାଣ୍ଡ । ଗୋଟିଏ ପରିବାରର 3 ଜଣ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

କଟକ: କଟକରେ ଅଭାବନୀୟ ଘଟଣା । ସିଲିଣ୍ଡର ଗ୍ୟାସ ଲିକରୁ ଅଗ୍ନିକାଣ୍ଡ ଘଟି 3 ଆହତ । ସମସ୍ତ ଗୋଟିଏ ପରିବାରର ହୋଇଥିବା ସୂଚନା। ଏଭଳି ଘଟଣା ଘଟିଛି ପିଠାପୁର ସ୍ଥିତ ତାରାଚାନ୍ଦପାଟଣାରେ । ତିନି ଆହତଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣଆସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା। ତିନି ଆହତ ହେଉଛନ୍ତି ଦୁଇ ମହିଳା ବାସନ୍ତୀ ସ୍ୱାଇଁ, ବାସନ୍ତୀ ମହାନ୍ତି ଓ ଯୁବତୀ ବର୍ଷା ମହାନ୍ତି । ଏସ୍‌ସିବି କାଜୁଏଲଟିରେ ସମସ୍ତଙ୍କ ଚିକିତ୍ସା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ- ଝିଅ ବାହାଘର ପାଇଁ ସାଇତି ଥିଲେ ଟଙ୍କା, ଜଳିପୋଡ଼ି ସବୁ ହେଲା ପାଉଁଶ

ଏହି ପରିବାର ଜଳଖିଆ ତିଆରି କରି ବଜାରରେ ବିକ୍ରି କରୁଥିବା ଜଣାପଡିଛି । ଜଳଖିଆ ତିଆରି ସମୟରେ ଗ୍ୟାସ୍‌ ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି । ଅଗ୍ନିକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟରେ ବାତାବରଣ ଖେଳିଯାଇଥିଲା । କାହିଁକିନା ଆହତଙ୍କ ଘରେ ଆହୁରି ଗ୍ୟାସ୍‌ ଟାଙ୍କି ରହିଥିଲା । ଏ ବିଷୟରେ ଖବର ପାଇ ଘଟଣଆସ୍ଥଳରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିବା ସହ ସିଲିଣ୍ଡର ଗୁଡ଼ିକୁ ଘର ଭିତରୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲା । ଆତଙ୍କ ଅବସ୍ଥା ସ୍ଥିର ରହିଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅଗ୍ନିକାଣ୍ଡ ଘଟିଥିବା ଘରେ ଆଉ କେହି ପରିବାର ସଦସ୍ୟ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନି ।

ଏହା ମଧ୍ୟ ପଢନ୍ତୁ-ଚୌଧୁରୀ ବଜାର ଅଗ୍ନିକାଣ୍ଡ ଘଟଣା: ବିଲ୍ଡିଂରେ ନଥିଲା ଫାୟାର ସାର୍ଟିଫିକେଟ

ଗତ ସେପ୍ଟେମ୍ବର ମାସରେ କଟକ ଚୌଧୁରୀ ବଜାରରେ ଅଗ୍ନିକାଣ୍ଡ ଘଟିଥିଲା । ବିଦ୍ୟୁତ୍‌ ସଟ୍ ସର୍କିଟ ଯୋଗୁଁ ଏକ ଶାଢ଼ୀ ଦୋକାନରେ ନିଆଁ ଲାଗିଥିଲା । ପ୍ରଥମେ ତଳ ମହଲାରେ ଲାଗିବା ପରେ ଏହା ଦ୍ବିତୀୟ ମହଲାକୁ ବ୍ୟାପି ଯାଇଥିଲା । ଯାହାକୁ ନିୟନ୍ତ୍ରଣ କରିବା ଲାଗି 7ଟି ଦମକଳ ଟିମ୍ ନିୟୋଜିତ ହୋଇଥିଲା । ଜଳି ଯାଇଥିବା ୨ଟି ଜାକ ଦୋକାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିଲା। ଯେଉଁଥି ପାଇଁ କ୍ଷତି ସହିଥିଲେ ଦୋକାନୀ ମାଲିକ । ଚୌଧୁରୀ ବଜାର ଭଳି ଏକ ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳିରେ ବିନା ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ କିପରି ଚାଲିଛି ବ୍ୟବସାୟ ସେନେଇ ପ୍ରଶ୍ନ ଉଟିଥିଲା । ବିନା ଅଗ୍ନି ନିରପତ୍ତା ବ୍ୟବସ୍ଥାରେ ଖାମଖିଆଲ ଭାବେ ଦୋକାନ ବଜାର ସବୁ ଖୋଲିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.