ETV Bharat / bharat

Maoist Attack in Dantewada: ଦାନ୍ତେଓ୍ବାଡାରେ ମାଓ ହାମଲା, ୧୦ ଯବାନ ଶହୀଦ

author img

By

Published : Apr 26, 2023, 3:25 PM IST

Updated : Apr 26, 2023, 5:56 PM IST

ଦାନ୍ତେଓ୍ବାଡାରେ ନକ୍ସଲଙ୍କ IED ବିସ୍ଫୋରଣରେ 10 ଯବାନ ଶଦୀଦ । ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଶାହ । ଅଧିକ ପଢନ୍ତୁ

Maoist in Dantewada: ଦାନ୍ତେଓ୍ବାଡାରେ 11 ଯବାନ ଶହୀଦ
Maoist in Dantewada: ଦାନ୍ତେଓ୍ବାଡାରେ 11 ଯବାନ ଶହୀଦ

ଦାନ୍ତେଓ୍ବାଡାରେ ମାଓ ହାମଲା, ୧୦ ଯବାନ ଶହୀଦ

ରାୟପୁର: ଛତିଶଗଡରେ ଦାନ୍ତେଓ୍ବାଡାରେ ନକ୍ସଲ ଆକ୍ରମଣରେ ୧୦ ଯବାନ ଶହୀଦ ହୋଇଛନ୍ତି । ଶହୀଦ ହୋଇଥିବା ଯବାନମାନେ ଜିଲ୍ଲା ରିଜର୍ଭ ଗାର୍ଡ (DRG)ର ଯବାନ ଓ ସେମାନେ ଏକ କମ୍ବିଂ ଅପରେସନରେ ବାହାରି ଥିବା ବେଳେ ଏହି ଆକ୍ରମଣ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ଦାନ୍ତେଓ୍ବାଡା ଆରନପୁର ଏରିଆରେ ଯବାନଙ୍କୁ ନେଇ ଯାଉଥିବା ଗାଡିଟି ନକ୍ସଲଙ୍କ IED ବିସ୍ଫୋରଣ ଶିକାର ହୋଇଛି । ଏଥିରେ ୧୦ ଯବାନ ଶହୀଦ ହୋଇଥିବା ବେଳେ ଜଣେ ଡ୍ରାଇଭରଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଅନ୍ୟ କିଛି ଆହତ ମଧ୍ୟ ହୋଇଛନ୍ତି । ଗାଡ଼ିରେ କେତେ ଯବାନ ଥିଲେ ଓ ସେମାନଙ୍କ ମଧ୍ୟରୁ କେତେ ଆହତ ହୋଇଛନ୍ତି ସେନେଇ ସ୍ଥାନୀୟ ପୋଲିସ କିଛି ସ୍ପଷ୍ଟ କରିନି ।

  • दंतेवाड़ा के थाना अरनपुर क्षेत्र अंतर्गत माओवादी कैडर की उपस्थिति की सूचना पर नक्सल विरोधी अभियान के लिए पहुंचे डीआरजी बल पर आईईडी विस्फोट से हमारे 10 डीआरजी जवान एवं एक चालक के शहीद होने का समाचार बेहद दुखद है।

    हम सब प्रदेशवासी उन्हें अपनी श्रद्धांजलि अर्पित करते हैं। उनके…

    — Bhupesh Baghel (@bhupeshbaghel) April 26, 2023 " class="align-text-top noRightClick twitterSection" data=" ">

ଅରନପୁର ଥାନା ଅଧୀନରେ ଏହି ଆକ୍ରମଣ ଘଟିଛି । ଜଙ୍ଗଲ ରାସ୍ତାରେ ନକ୍ସଲମାନେ IED ଖଞ୍ଜିଥିଲେ । ଜିଲ୍ଲା ରିଜର୍ଭ ଫୋର୍ସର ଯବାନଙ୍କୁ ନେଇ ଯାଉଥିବା ଭ୍ୟାନ୍‌ଟି ବିସ୍ଫୋରଣରେ ଉଡିଯାଇଥିଲା । ଏଥିରେ କିଛି ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ଆହତ ଯବାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଶୋକ ପ୍ରକାଶ କରିଛନ୍ତି । ଶହୀଦ ଯବାନଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ମଧ୍ଯ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ବଘେଲ ।

  • Union Home Minister Amit Shah speaks with Chhattisgarh CM Bhupesh Baghel over the naxal attack that claimed lives of 10 DRG (District Reserve Guard) personnel and one driver, in Dantewada.

    (file pics) pic.twitter.com/tP55CSj5qu

    — ANI (@ANI) April 26, 2023 " class="align-text-top noRightClick twitterSection" data=" ">

ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସହ ଫୋନରେ କଥା ହୋଇଛନ୍ତି । କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବା ନେଇ ଶାହ ବଘେଲଙ୍କୁ ପ୍ରତିଶୃତି ଦେଇଥିବା ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଆକ୍ରମଣ ସୂଚନା ମିଳିବା ପରେ ଘଟଣାସ୍ଥଳରେ କେନ୍ଦ୍ରୀୟ ଫୋର୍ସ ପହଞ୍ଚି ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ନକ୍ସଲମାନେ ଜଙ୍ଗଲ ମଧ୍ୟକୁ ଚାଲିଯାଇଛନ୍ତି ।

  • Strongly condemn the cowardly IED blast carried out by Naxals killing so many policemen in #Dantewada, Chhattisgarh. Salute to the bravehearts who sacrificed their lives. Condolences to the bereaved families of the bravehearts & prayers for the speedy recovery of the injured.

    — Naveen Patnaik (@Naveen_Odisha) April 26, 2023 " class="align-text-top noRightClick twitterSection" data=" ">

ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବନ ପଟ୍ଟନାୟକ । ଟ୍ବିଟ୍‌ କରି ନବୀନ ଲେଖିଛନ୍ତି,‘‘ ଛତିଶଗଡ ଦାନ୍ତେଓ୍ବାଡାରେ ନକ୍ସଲ ଘଟାଇଥିବା ହିଂସାକୁ ମୁଁ ଦୃଢ ନିନ୍ଦା କରୁଛି । ପ୍ରାଣବଳି ଦେଇଥିବା ବୀର ଶହୀଦଙ୍କୁ ମୋର ସାଲ୍ୟୁଟ । ଶହୀଦଙ୍କ ପରିବାର ପ୍ରତି ସମବେଦନା ଜଣାଉଛି । ଆକ୍ରମଣରେ ଆହତ ହୋଇଥିବା ଯବାନଙ୍କ ଆଶୁଆରୋଗ୍ୟ କାମନା କରୁଛି ।’’

ବ୍ୟାପକ ନକ୍ସଲ ବିରୋଧୀ ଅପରେସନ ସତ୍ତ୍ବେ ମଧ୍ୟ ଛତିଛଗଡର ଦାନ୍ତେଓ୍ବାଡା, ସୁକମା ଓ ବିଜାପୁର ପରି ଏରିଆକୁ ନକ୍ସଲଙ୍କ ପ୍ରଭାବରୁ ମୁକ୍ତ କରାଯାଇ ପାରିନାହିଁ । କେନ୍ଦ୍ରୀୟ ଓ ଜିଲ୍ଲା ପୋଲିସ ଫୋର୍ସ ସହ ନିୟମିତ କମ୍ବିଂ ଅପରେସନ କରାଯାଉଛି । ନକ୍ସଲମାମନେ ମଧ୍ୟ ସେମାନଙ୍କ ଉପସ୍ଥିତି ଓ ପ୍ରଭାବ ହାଜିର କରିବା ପାଇଁ ପୋଲିସ ଫୋର୍ସକୁ ଟାର୍ଗେଟ କରୁଛନ୍ତି । ନିକଟ ଅତୀତରେ ମଧ୍ୟ ବିଜାପୁର ଓ ସୁକମାରେ ଏକାଧିକ ମାଓ ହମଲାର ନଜୀର ରହିଛି । କିଛି ଦିନର ବ୍ୟବଧାନ ପରେ ଆଜି ପୁଣି ନକ୍ସଲମାନେ ଏକ ବଡ ଧରଣର ଆକ୍ରମଣରେ ୧୦ ଯବାନଙ୍କୁ ହତ୍ୟା କରିଛନ୍ତି ।

  • Union Home Minister Amit Shah speaks with Chhattisgarh CM Bhupesh Baghel over the naxal attack that claimed lives of 10 DRG (District Reserve Guard) personnel and one driver, in Dantewada.

    (file pics) pic.twitter.com/tP55CSj5qu

    — ANI (@ANI) April 26, 2023 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 26, 2023, 5:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.