ETV Bharat / bharat

କାର୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌, ଚାଲିଗଲା ୧୦ ଜୀବନ

author img

By

Published : May 29, 2023, 6:59 PM IST

road accident in Mysore
ମହୀଶୂରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

କର୍ଣ୍ଣାଟକ ମହୀଶୂରରେ ଭୟଙ୍କର ସଡ଼କ ଦୁର୍ଘଟଣା । କାର ଏବଂ ବସ ଧକ୍କା ହେବା ଫଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

ବେଙ୍ଗାଲୁରୁ: କର୍ଣ୍ଣାଟକ ମହୀଶୂରରେ ଭୟଙ୍କର ସଡ଼଼କ ଦୁର୍ଘଟଣା । କାର ସହ ଏକ ଘରୋଇ ବସ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଅତି କମରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ କିଛି ଜଣ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମହୀଶୂରର କୋଲେଗାଲ-ଟି ନରସିପୁରା ମୁଖ୍ୟ ରାସ୍ତା କୁରୁବୁର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢ଼ନ୍ତୁ: କାର-ଟ୍ରକ ମଧ୍ୟରେ ଧକ୍କା, ଲିଭିଗଲା 6 ଜୀବନ ଦୀପ

ସୂଚନା ଅନୁସାରେ, କାରରେ ଥିବା ଯାତ୍ରୀମାନେ ମେଲ୍‌ ମାଦେଶ୍ବର ଦର୍ଶନ କରି ବେଲାରିରୁ ମହୀଶୂର ଅଭିମୁଖେ ଯାଉଥିଲେ । ଏହି ସମୟରେ କୋଲେଗାଲ-ଟି ନରସିପୁରା ମୁଖ୍ୟ ରାସ୍ତା ନିକଟରେ ଏକ ଘରୋଇ ବସ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଫଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କିଛି ଜଣ ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନା ପଠାଇଛି । ଆତହଙ୍କ ମଧ୍ୟରେ ଜଣେ ୪୫ ବର୍ଷୀୟ ବ୍ୟକ୍ତି, ୨୪ ବର୍ଷୀୟ ଯୁବକ ଏବଂ ୪ ବର୍ଷର ଶିଶୁ ଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମୁଖ୍ୟ ରାସ୍ତାରେ ଅନେକ ବଡ଼ବଡ଼ ଗଛ ଥିବା ଯୋଗୁଁ ଦୂରରୁ ବିଲାଣିଆ ରାସ୍ତାଟି ସଠିକ୍‌ ଭାବେ ଦେଖାଯାଏ ନାହିଁ । ତେଣୁ ଅନେକ ସମୟରେ ଏହି ସ୍ଥାନରେ ଦୁର୍ଘଟଣା ଘଟିଥାଏ । ଅନ୍ୟପଟେ ଏହି ଘଟଣା ନେଇ ତଦନ୍ତ ଆରମ୍ଭ ହୋଇଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଦ୍ରୁତଗତି ସାଜିଲା କାଳ: ଭାରସାମ୍ୟ ହରାଇ ପିକଅପ ଭ୍ୟାନକୁ ଧକ୍କା ଦେଲା କାର, 7 ଛାତ୍ର ମୃତ

ଏହି ଦୁର୍ଘଟଣା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଆଖୁ ଉତ୍ପାଦନକାରୀ ସଂଘର ରାଜ୍ୟ ସଭାପତି କୁରୁବୁରୁ ଶାନ୍ତାକୁମାର କହିଛନ୍ତି । ଅନ୍ୟପଟେ ଦୁର୍ଘଟଣା ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା ସହ ଆହତଙ୍କ ଉତ୍ତମ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ରେଳ ଧାରଣାରେ ବିଦ୍ୟୁତ ଆଘାତରେ ଜଳିଗଲେ 6 ଶ୍ରମିକ, ଠିକା ସଂସ୍ଥାର ଅବହେଳା ଅଭିଯୋଗ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.