ETV Bharat / bharat

ରେଳ ଧାରଣାରେ ବିଦ୍ୟୁତ ଆଘାତରେ ଜଳିଗଲେ 6 ଶ୍ରମିକ, ଠିକା ସଂସ୍ଥାର ଅବହେଳା ଅଭିଯୋଗ

author img

By

Published : May 29, 2023, 5:51 PM IST

ରେଳ ଧାରଣାରେ କାମ କୁରଥିବା ବେଳେ ଜଳିଗଲେ 6 ଶ୍ରମିକ, ଠିକା ସଂସ୍ଥାର ଅବହେଳା ଅଭିଯୋଗ
ରେଳ ଧାରଣାରେ କାମ କୁରଥିବା ବେଳେ ଜଳିଗଲେ 6 ଶ୍ରମିକ, ଠିକା ସଂସ୍ଥାର ଅବହେଳା ଅଭିଯୋଗ

ଧନବାଦରେ ରେଳ ଧାରଣାରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଜଳିଗଲେ 6 ଠିକା ଶ୍ରମିକ । ବିଦ୍ୟୁତ ସରବରାହ ବନ୍ଦ କରିନଥିଲା ଠିକା ସଂସ୍ଥା । ଅଧିକ ପଢନ୍ତୁ

ରାଞ୍ଚି: ରେଳ ଧାରଣା ପାର୍ଶ୍ବରେ ବିଦ୍ୟୁତ ଖୁଣ୍ଟି ମରାମତି କାର୍ଯ୍ୟରେ ନିୟୋଜିତ ଥିବା 6 ଶ୍ରମିକ ବିଦ୍ଯୁତ ଆଘାତରେ ପ୍ରାଣ ହରାଇଛନ୍ତି । ବିଦ୍ୟୁତ ଖମ୍ବ ମରାମତି କାର୍ଯ୍ୟ ଚାଲିଥିଲେ ସୁଦ୍ଧା ଉକ୍ତ ରୁଟ୍‌ରେ ବିଦ୍ୟୁତ ସରବରାହ ବନ୍ଦ କରିନଥିଲା କାମ ଟେଣ୍ଡର ନେଇଥିବା ଠିକା ସଂସ୍ଥା । ଫଳରେ ପୋତା ଯାଉଥିବା ଲୁହା ଖୁଣ୍ଟି ଟ୍ରେନ ଲାଇନର 25 ହଜାର ଭୋଲ୍ଟ ତାର ସଂସ୍ପର୍ଷରେ ଆସି କାର୍ଯ୍ୟରତ 6 ଶ୍ରମିକ ଜଳିଗଲେ । ଏପରି ଏକ ଅଭାନୀୟ ଘଟଣା ଝାଡଖଣ୍ଡ ଧନବାଦରୁ ସାମ୍ନାକୁ ଆସିଛି । ଅଘଟଣ ପରେ ରେଳବାଇ ଠିକା ସଂସ୍ଥାର ଦାୟିତ୍ବହିନତାକୁ ଦାୟୀ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛି ।

ସୂଚନା ଅନୁସାରେ, ଧନବାଦ ରେଳ ମଣ୍ଡଳର ଗୋମୋ-ଧନବାଦ ରେଳଖଣ୍ଡ ଅଧୀନ ତେତୁଲମାରି ଓ ନିଚିତପୁର ହଲ୍ଟ ମଧ୍ୟରେ ଏହି ବିଦ୍ୟୁତ ଖୁଣ୍ଟି ମରାମତି କାର୍ଯ୍ୟ କରାଯାଉଥଲା । ଏହି କାମର ଟେଣ୍ଡର ଏକ ଠିକ ସଂସ୍ଥାକୁ ଦିଆଯାଇଥିଲା । ରେଳ ଧାରଣା ପାର୍ଶ୍ବରେ କାର୍ଯ୍ୟ ଚାଲିଥିବା ବେଳେ 6ଜଣ ଠିକା ଶ୍ରମିକ ଖୁଣ୍ଟି ପୋତା କାର୍ଯ୍ୟରେ ନିୟୋଜିତ ଥିଲେ । ଏହି ସମୟରେ ଧାରଣା ଉପର ଦେଇ ଯାଇଥିବା 25 ହଜାର ଭୋଲ୍ଟ ବିଦ୍ୟୁତ ତାର ସଂସ୍ପର୍ଷରେ ପୋତା ଯାଉଥିବା ଖୁଣ୍ଟି ଆସିଯାଇଥିଲା । ଫଳରେ 6 ଜଣ ଶ୍ରମକ ଘଟଣାସ୍ଥଳରେ ଜଳିଯାଇଥିଲେ । ସୂଚନା ପାଇ ପୋଲିସ ଓ ରେଳବାଇ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତ ଶ୍ରମିକଙ୍କ ପରିଚୟ ମଧ୍ୟ ଜଣାପଡିଛି । ସମସ୍ତ ଉତ୍ତର ପ୍ରଦେଶ ପଲାମୁ ଓ ଆହ୍ଲାବାଦ ଅଞ୍ଚଳର ବୋଲି ପୋଲିସ କହିଛି ।

ଧନବାଦ ରେଳ ମଣ୍ଡଳ ପକ୍ଷରୁ ଅଘଟଣ ପାଇଁ ସମ୍ପୃକ୍ତ ଠିକା ସଂସ୍ଥାକୁ ଦାୟୀ କରାଯାଇଛି । କାର୍ଯ୍ୟ ବେଳେ ଠିକା ଶ୍ରମିକଙ୍କ ସୁରକ୍ଷା ପ୍ରତି ସଂସ୍ଥା ଚରମ ଅବହେଳା ପ୍ରଦର୍ଶନ କରିଛି । ରେଳବାଇକୁ ସୂଚୀତ ନକରି ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ଏପରିକି କାମ ହେଉଥିବା ଲାଇନରେ ଇଲେକ୍ଟ୍ରି ସପ୍ଲାଇ ବ୍ଲକ କରିବା ପାଇଁ ସମ୍ପୃକ୍ତ ସଂସ୍ଥା ରେଳବାଇକୁ ସୂଚନା ମଧ୍ୟ କରିନଥିଲା ।ଫଳରେ ଏପରି ଅଘଟଣରେ 6 ଜଣ ଶ୍ରମିକ ପ୍ରାଣ ହରାଇଥିବା ରେଳବାଇ କହିଛି । ଟେଣ୍ଡର ପାଇଥିବା ଠିକା ସଂସ୍ଥା ବିରୋଧରେ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ ହୋଇଛି । ରେଳବାଇ ମଧ୍ୟ ତଦନ୍ତ ପାଇଁ ଏକ ଟିମ ଗଠନ କରି ଘଟଣାସ୍ଥଳକୁ ପଠାଇଛି । ସମ୍ପୃକ୍ତ ଠିକା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ଥାନୀୟ ଡିଆରଏମ କମଲ କିଶୋର ସିହ୍ନା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.