ETV Bharat / bharat

ଦ୍ରୁତଗତି ସାଜିଲା କାଳ: ଭାରସାମ୍ୟ ହରାଇ ପିକଅପ ଭ୍ୟାନକୁ ଧକ୍କା ଦେଲା କାର, 7 ଛାତ୍ର ମୃତ

author img

By

Published : May 29, 2023, 11:44 AM IST

ଗୌହାଟୀର ଜାଲୁକବରୀରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ପିକଅପ ଭ୍ୟାନକୁ ଧକ୍କା ଦେଲା କାର । 7 ଛାତ୍ରଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

road accident in assam
road accident in assam

ଗୌହାଟୀ: ଆସାମରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଡିଭାଡରରେ ପିଟି ହେବା ପରେ ପିକଅପ ଭ୍ୟାନକୁ ଧକ୍କା ଦେଲା କାର । ଫଳରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3 ଜଣ ଆହତ ହୋଇଥିବା ସୂଚନା ମିଳିଛି । ରବିବାର ବିଳମ୍ବିତ ରାତିରେ ଆସାମର ଗୌହାଟୀର ଜାଲୁକବରୀ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସମସ୍ତ ମୃତକ ଇଞ୍ଜିନିୟରିଂ କଲେଜର ଛାତ୍ର ।

ଏନେଇ ପୋଲିସ କହିଛି, ''ଆଜରା ଅଞ୍ଚଳରୁ ଏକ କାର ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଥିଲା । ଏହାପରେ ଏକ ପିକଅପ ଭ୍ୟାନକୁ ଧକ୍କା ଦେଇଥିଲା । ଫଳରେ କାରରେ ଥିବା 7 ଜଣଙ୍କର ମୃତ୍ୟୁ ହୋଇଥିଲା ।’’ ସମସ୍ତ ମୃତକ ଆସାମର ଇଞ୍ଜିନିୟରିଂ କଲେଜର ଛାତ୍ର ବୋଲି ପୋଲିସ କହିଛି ।

ଏହା ମଧ୍ୟ ପଢନ୍ତୁ-କାର-ଟ୍ରକ ମଧ୍ୟରେ ଧକ୍କା, ଲିଭିଗଲା 6 ଜୀବନ ଦୀପ

ଏହି ଦୁର୍ଘଟଣାରେ 3 ଜଣ ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତି ପ୍ରାୟ 1ଟା ସମୟରେ ଦୁର୍ଘଟଣା ଘଟିଥିଲା । କାରରେ 10 ଜଣ ଛାତ୍ର ରହିଥିଲେ । ମୃତକ 7 ଜଣ ହେଉଛନ୍ତି ଗୌହାଟିର ଅରିନ୍ଦମ ଭୋୱାଲ ଏବଂ ନାୟୋର ଡେକା, ସିବାସାଗରର କୌଶିକ ମୋହନ, ନାଓଗାଁରୁ ଉପାନଂଶୁ ଶର୍ମା, ମଞ୍ଚୁଲୁର କିରଣ ଭୂୟାଁ, ଡିବ୍ରୁଗଡର ଇମାନ ଭୂୟାଁ ଏବଂ ମାଙ୍ଗଲଡୋଇର କୌଶିକ ବରୁହାଁ । ଆହତ 3 ଜଣଙ୍କ ଚିକିତ୍ସା ହସ୍ପିଟାଲରେ ଜାରି ରହିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ମୃତକଙ୍କ ପରିବାର ଲୋକଙ୍କୁ ଏନେଇ ସୂଚନା ଦିଆଯାଇଛି ନା ନାହିଁ ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି ।

ଗତକାଲି କର୍ଣ୍ଣାଟକର କୁଶଟାଗି ଅଞ୍ଚଳରେ କାଲକେରି ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା । କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ 6 ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ 2 ଜଣ ଶିଶୁ ରହିଥିବା ବେଳେ ଜଣେ ମହିଳା ରହିଥିଲେ । କାଲକେରି ଗ୍ରାମ ନିକଟ ଜାତୀୟ ରାଜପଥରେ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ଗୁରୁତରଙ୍କୁ ହସ୍ପଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ 6 ଜଣଙ୍କୁ ମୃତ ଘୋଷଣା କରିଥିଲେ । ଚଳିତ ମାସ ଦ୍ବିତୀୟ ସପ୍ତାହରେ ମହାରାଷ୍ଟ୍ରରେ ଭୟଙ୍କର ସଡକ ଦୁର୍ଘଟଣା ହୋଇଥିଲା । ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ 12 ଜଣଙ୍କର ମୃତ୍ୟୁ ହୋଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.