ETV Bharat / bharat

କାର-ଟ୍ରକ ମଧ୍ୟରେ ଧକ୍କା, ଲିଭିଗଲା 6 ଜୀବନ ଦୀପ

author img

By

Published : May 29, 2023, 7:10 AM IST

କର୍ଣ୍ଣାଟକରେ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ 6 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

car lorry collision in Karnataka
car lorry collision in Karnataka

ବେଙ୍ଗାଲୁରୁ: କର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ 6 ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ 2 ଜଣ ଶିଶୁ ରହିଥିବା ବେଳେ ଜଣେ ମହିଳା ରହିଛନ୍ତି । ଗତକାଲି( ରବିବାର) କୁଶଟାଗି ଅଞ୍ଚଳରେ କାଲକେରି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନଥିବା ବେଳେ ସମସ୍ତଙ୍କ ଘର ବିଜୟପୁର ବୋଲି ପୋଲିସ କହିଛି ।

ମିଳିଥିବା ସୂଚନା ଅନୁୟାୟୀ, ଗତକାଲି ସନ୍ଧ୍ୟାରେ କାଲକେରି ଗ୍ରାମ ନିକଟ ଜାତୀୟ ରାଜପଥରେ କାର ଓ ଟ୍ରକ ପରସ୍ପରକୁ ଧକ୍କା ଦେଇଥିଲେ । ପ୍ରାଥମିକ ସୁତ୍ରରୁ ଜଣାପଡିଛି ଯେ, କାରଟି ବିଜୟପୁରରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିଲା ଏବଂ ଟ୍ରକଟି ତାମିଲନାଡୁରୁ ଗୁଜୁରାଟ ଅଭିମୁଖେ ଯାଉଥିଲା । ଏହାପରେ କାଲକେରି ଗ୍ରାମ ନିକଟ ଜାତୀୟ ରାଜପଥରେ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ କାରଟି ଟ୍ରକର ଚକା ତଳକୁ ଚାଲିଆସିଥିଲା । ଘଟଣା ସ୍ଥଳରେ 6 ଜଣ ଗୁରୁତର ହୋଇପଡିଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ଗୁରୁତରଙ୍କୁ ହସ୍ପଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ 6 ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ମଧ୍ୟରେ 2 ଜଣ ଶିଶୁ ରହିଛନ୍ତି । ତେବେ ଦୁର୍ଘଟଣାରେ କେହି ଆହତ ହୋଇଛନ୍ତି ନା ନାହିଁ ସେନେଇ ସୂଚନା ହସ୍ତଗତ ହୋଇନାହିଁ ।

ଏନେଇ ପୋଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ ଖୋଜୁଛି । କ୍ରେନ ସାହାଯ୍ୟରେ କାରଟିକୁ ଉଦ୍ଧାର କରାଯାଉଛି । ଏହି ଘଟଣାରେ ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ମେ’ 13 ତାରିଖରେ ମହାରାଷ୍ଟ୍ରରେ ଭୟଙ୍କର ସଡକ ଦୁର୍ଘଟଣା ହୋଇଥିଲା । ଦୁଇଟି ପୃଥକ ଦୁର୍ଘଟଣାରେ 12 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଗୁରୁତର ଆହତ ହୋଇଥିଲେ ।

ବୁଲଧାନା ଜିଲ୍ଲା ଅନ୍ତର୍ଗତ ନାଗପୁର-ପୁଣେ ହାଇୱେରେ ଏକ ବସ୍ ଓ କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ 7 ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା ଓ 13 ଜଣ ଗୁରୁତର ଆହତ ହୋଇଥିଲେ । ସେହିପରି ଅମରାବତୀ ଜିଲ୍ଲାରେ ଆଉ ଏକ ସଡକ ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକମାନେ ଗୋଟିଏ ପରିବାରର ସଦସ୍ୟ ଥିଲେ । ସେହିପରି ମେ 24 ତାରିଖରେ ଜମ୍ମୁ-କାଶ୍ମୀରରେ ଭୟଙ୍କର ସଡକ ଦୁର୍ଘଟଣା ହୋଇଥିଲା । ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସିଥିଲା କ୍ରୁଜର । ଫଳରେ 7 ଜଣଙ୍କର ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.