ETV Bharat / bharat

ହ୍ୟାଣ୍ଡ ଗ୍ଲୋଭ୍‌ସ କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ, 6 ଜୀବନ୍ତ ଦଗ୍ଧ

author img

By ETV Bharat Odisha Team

Published : Dec 31, 2023, 7:23 AM IST

ହ୍ୟାଣ୍ଡ ଗ୍ଲୋଭ୍ସ କମ୍ପାନୀରେ ଅଗ୍ନିକାଣ୍ଡ
Fire breaks out in hand glove factory

Fire breaks out in hand glove factory: ହ୍ୟାଣ୍ଡ ଗ୍ଲୋଭ୍‌ସ ଉତ୍ପାଦନକାରୀ କମ୍ପାନୀରେ ଅଗ୍ନିକାଣ୍ଡ । 6 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରରେ ଭୟାବହ ଅଗ୍ନିକାଣ୍ଡ । ହ୍ୟାଣ୍ଡ ଗ୍ଲୋଭ୍‌ସ ଉତ୍ପାଦନକାରୀ କମ୍ପାନୀରେ ନିଆଁ ଲାଗିବାରୁ 6 ଜଣ ଜୀବନ୍ତ ଦଗ୍ଧ । ଛତ୍ରପତି ସମ୍ଭାଜୀନଗରରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । କେଉଁ କାରଣରୁ କମ୍ପାନୀରେ ଅଗ୍ନିକାଣ୍ଡ ଘଟିଲା ସେନେଇ ତଦନ୍ତ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ-ହାଇଦ୍ରାବାଦର ଏକ ହସ୍ପିଟାଲରେ ବଡ ଧରଣର ଅଗ୍ନିକାଣ୍ଡ: ନିଆଁ ଲିଭା କାର୍ଯ୍ୟ ଜାରି

ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ହ୍ୟାଣ୍ଡ ଗ୍ଲୋଭ୍‌ସ ଉତ୍ପାଦନକାରୀ କମ୍ପାନୀରେ ଅଗ୍ନିକାଣ୍ଡ ଘଟିଥିବା ଆମକୁ ବିଳମ୍ବିତ ରାତିରେ ଖବର ଆସିଥିଲା । ଏହାପରେ ଆମେ ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାର୍ଯ୍ୟ ଆରମ୍ଭ କରିଥିଲୁ । କମ୍ପାନୀ ଭିତରେ କିଛି ଶ୍ରମିକ ଫସି ରହିଥିବା ସ୍ଥାନୀୟ ଲୋକେ କହିଥିଲେ । ସେମାନଙ୍କୁ ବାହାରକୁ ଆଣିବା ପାଇଁ ଆମର କର୍ମଚାରୀମାନେ କମ୍ପାନୀ ଭିତରକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସେତେବେଳକୁ 6 ଜଣଙ୍କର ମୃତ୍ୟୁ ହୋଇସାରିଥିଲା ।

ଏହା ମଧ୍ୟ ପଢନ୍ତୁ-ସାହାରନପୁରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଆଦାନୀ ଗ୍ରୁପର ଗୋଦାମ

କମ୍ପାନୀରେ ନିଆଁ ଲାଗିବା ପରେ 5 ଜଣ ଶ୍ରମିକ ଭିତରେ ଫସି ରହିଥିବା ସ୍ଥାନୀୟ ଲୋକେ କହିଥିଲେ । କିନ୍ତୁ ଉଦ୍ଧାର କାର୍ଯ୍ୟ ସମୟରେ 6 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । କମ୍ପାନୀ ବନ୍ଦ ହେବା ପରେ କର୍ମଚାରୀମାନେ ଶୋଇ ପଡିଥିଲେ । ଏହି ସମୟରେ ଅଗ୍ନିକାଣ୍ଡ ଘଟିଥିଲା । କମ୍ପାନୀରେ କାର୍ଯ୍ୟରତ ଜଣେ କର୍ମଚାରୀ କହିଛନ୍ତି ଯେ, ଯେତେବେଳେ ଅଗ୍ନିକାଣ୍ଡ ଘଟିଲା ସେହି ସମୟରେ କମ୍ପାନୀ ଭିତରେ 10ରୁ 15 କର୍ମଚାରୀ ଶୋଇଥିଲେ । ନିଆଁ ଲାଗିବା ଜାଣିପାରି କିଛି ଶ୍ରମିକ ଜୀବନ ବଞ୍ଚାଇବାକୁ ସେଠାରୁ ଦୌଡି ପଳାଇ ଆସିଥିଲେ । 5 ଜଣ କିନ୍ତୁ ବାହାରକୁ ଆସି ପାରିନଥିଲେ ।

ଏହା ମଧ୍ୟ ପଢନ୍ତୁ-ହାଇଦ୍ରାବାଦରେ ବଢୁଛି ଅଗ୍ନିକାଣ୍ଡ; ଚଳିତ ବର୍ଷ ୧୩୨ ଅଘଟଣରେ ୩୭ ମୃତ

ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି । କେଉଁ କାରଣରୁ ଏହି ହ୍ୟାଣ୍ଡ ଗ୍ଲୋଭ୍‌ସ ଉତ୍ପାଦନକାରୀ କମ୍ପାନୀରେ ଅଗ୍ନିକାଣ୍ଡ ଘଟିଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ମୃତ ଶ୍ରମିକଙ୍କ ପରିଚୟ ମିଳିପାରି ନଥିବା ବେଳେ ଏହି ଘଟଣାରେ ଆହତଙ୍କ ସଂଖ୍ୟା ମଧ୍ୟ ସ୍ପଷ୍ଟ ହୋଇନି । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.