ETV Bharat / bharat

ହାଇଦ୍ରାବାଦର ଏକ ହସ୍ପିଟାଲରେ ବଡ ଧରଣର ଅଗ୍ନିକାଣ୍ଡ: ନିଆଁ ଲିଭା କାର୍ଯ୍ୟ ଜାରି

author img

By ETV Bharat Odisha Team

Published : Dec 23, 2023, 7:03 PM IST

Updated : Dec 23, 2023, 8:10 PM IST

ହାଇଦ୍ରାବାଦର ଏକ ହସ୍ପିଟାଲରେ ବଡ ଧରଣର ଅଗ୍ନିକାଣ୍ଡ: ନିଆଁ ଲିଭା କାର୍ଯ୍ୟ ଜାରି
ହାଇଦ୍ରାବାଦର ଏକ ହସ୍ପିଟାଲରେ ବଡ ଧରଣର ଅଗ୍ନିକାଣ୍ଡ: ନିଆଁ ଲିଭା କାର୍ଯ୍ୟ ଜାରି

A major fire broke out in Ankura Hospital: ହାଇଦ୍ରାବାଦର ଏକ ହସ୍ପିଟାଲରେ ବଡ ଧରଣର ଅଗ୍ନିକାଣ୍ଡ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ହାଇଦ୍ରାବାଦର ଏକ ହସ୍ପିଟାଲରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ମେହେନ୍ଦୀପଟନମରେ ଥିବା ଅଙ୍କୁରା ହସ୍ପିଟାଲରେ ଉପର ମହଲାରେ ଅଗ୍ନିକାଣ୍ଡ ଘଟିଛି । ଏକାଧିକ ଫ୍ଲୋରରେ ନିଆଁ ଲାଗିଛି । କ୍ଷୟକ୍ଷତିର କାରଣ ସମ୍ପର୍କରେ ଜଣାପଡିନାହିଁ । ନିଆଁ ଲାଗିଥିବା ଫ୍ଲୋରଗୁଡିକରେ କିଛି ଚିକିତ୍ସାଧୀନ ରୋଗୀ ଥିବା ସନ୍ଦେହ କରାଯାଉଛି । ନିଆଁ ଲିଭା କାର୍ଯ୍ୟରେ ଏକାଧିକ ଫାଏର ଟିମ ନିୟୋଜିତ ରହିଛନ୍ତି। କେହି ମୃତାହତ ହୋଇଥିବା ନେଇ ଏବେ ସୁଦ୍ଧା ସୂଚନା ମିଳିନି ।

ମିଳିଥିବା ସୂଚନା ଅନୁସାରେ, ସଂଧ୍ୟା 5 ଟାରେ PVNR ଏକ୍ସପ୍ରେସ-ଓ୍ବେ ପିଲର ନମ୍ବର 70 ରେ ନିକଟରେ ଥିବା ଅଙ୍କୁରା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ବେଶ ଦୂର ପର୍ଯ୍ୟନ୍ତ ଏହି ଅଗ୍ନିକାଣ୍ଡ ଦେଖାଯାଉଛି । ଏକାଧିକ ଫ୍ଲୋରରେ ନିଆଁ ଲାଗିଛି । ଖବର ପାଇଁ ପୋଲିସ ଓ ଏକାଧିକ ଫାଏର ଟିମ ଘଟଣା ସ୍ଥଳରେ ପହଞ୍ଚି ଅପରେସନ ଆରମ୍ଭ କରିଥିଲେ। ଏବେ ସୁଦ୍ଧା ମଧ୍ୟ ନିଆଁକୁ ଲିଭା ଯାଇପାରନି । ନିଆଁଲିଭା ଅପରେସନ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ।

ତେବେ ଏବେ ପର୍ଯ୍ୟନ୍ତ କେହି ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ ହୋଇନଥିବା ବେଳେ ଅଗ୍ନିକାଣ୍ଡର ଭୟାବହତା ଆଶଙ୍କା ସୃଷ୍ଟି କରିଛି । ସେଠାରେ କାର୍ଯ୍ୟରତ ଥିବା କିଛି ନର୍ସ ମଧ୍ୟ ତଳକୁ ଧାଇଁ ଆସିଥିବା ସୂଚନା ମିଳିଛି । ଏବେ ପର୍ଯ୍ୟନ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ସାର୍ବଜନୀନ କରାଯାଇଛି । ନିଆଁ ଲାଗିଥିବା ଫ୍ଲୋରରେ ଚିକିତ୍ସାଧୀନ ରୋଗୀ ଥିଲେ କି ନାହିଁ ଓ କେତେ ସଂଖ୍ୟାରେ ରୋଗୀ ଥିଲେ ସେ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନାକୁ ଅପେକ୍ଷା କରାଯାଇଛି । ନିଆଁ ଲିଭା କାର୍ଯ୍ୟ ସହ ତଳେ ଏକାଧିକ ଆମ୍ବୁଲାନ୍ସ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ହେଲେ କେତେ ସଂଖ୍ୟକ ଲୋକଙ୍କୁ ଉଦ୍ଧାର କରାଯାଇଛି ସେ ସମ୍ପର୍କରେ ମଧ୍ୟ କୌଣସି ସୂଚନା ନାହିଁ ।

ଏହା ମଧ୍ୟ ପଢନ୍ତୁ :- ଭାରତ ମହାସାଗରେ ଏକ ଜାହାଜ ଉପରେ ଡ୍ରୋନ ଷ୍ଟ୍ରାଇକ

ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏହା ଏକ ସଟସର୍କିଟ କାରଣରୁ ଅଗ୍ନିକାଣ୍ଡ ବୋଲି ସନ୍ଦେହ କରାଯାଉଛି । ସ୍ପାର୍କିଂ ହୋଇ ନିଆଁ ଲାଗିବା ପରେ ଏହା ଫ୍ଲୋର ବ୍ୟାପୀ ଯାଇଥିଲା । ପରେ ଅନ୍ୟ ଫ୍ଲୋରଗୁଡିକ ମଧ୍ୟ ନିଆଁ ଲାଗିଯାଇଥିବା ସନ୍ଦେହ କରାଯାଉଛି । ନିଆଁ ଲିଭା କାମ ସରିବା ପରେ କାରଣ ସମ୍ପର୍କରେ ତଦନ୍ତ ହେବା ନେଇ ଅଗ୍ନିଶମ ବିଭାଗ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 23, 2023, 8:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.