ETV Bharat / bharat

ସାହାରନପୁରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଆଦାନୀ ଗ୍ରୁପର ଗୋଦାମ

author img

By ETV Bharat Odisha Team

Published : Nov 26, 2023, 8:30 PM IST

Massive fire breaks out: ଉତ୍ତରପ୍ରଦେଶର ସାହାରନପୁରରେ ସ୍ଥିତ ଆଦାନୀ ଗ୍ରୁପର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ପୋଲିସର ସୂଚନା ଅନୁଯାୟୀ ଗୋଦାମ ଘରେ ବିପୁଳ ପରିମାଣର ଘିଅ ଏବଂ ତେଲର ଟିଣଡବା ରହିଥିବାରୁ ଏହି ନିଆଁ ବ୍ୟାପିଥିଲା । ଅଧିକ ପଢନ୍ତୁ

ସାହାରନପୁରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଆଦାନୀ ଗ୍ରୁପର ଗୋଦାମ
ସାହାରନପୁରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଆଦାନୀ ଗ୍ରୁପର ଗୋଦାମ

ଲକ୍ଷ୍ନୌ: ଗତ ଶନିବାର ଦିନ ଉତ୍ତରପ୍ରଦେଶର ସାହାରନପୁରରେ ସ୍ଥିତ ଆଦାନୀ ଗ୍ରୁପର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଲାଗିଥିବା ନିଆଁ କୁ ଲିଭାଇବା ପାଇଁ 12 ଟି ଅଗ୍ନିଶମ ବିଭାଗର ନିଆଁ ଲିଭା ଦମକଳ ଗାଡି ଦୀର୍ଘ 12 ଘଣ୍ଟା ଧରି କାର୍ଯ୍ୟରେ ଲାଗିଥିଲେ ସୁଦ୍ଧା ଏ ଯାଏଁ ମାତ୍ର 70 ପ୍ରତିଶତ ନିଆଁ ଲିଭା ଯାଇପାରିଛି । ତେବେ ଏହି ଅଚାନକ ନିଆଁ ଲାଗିବାର କାରଣ ଏ ଯାଏଁ ସ୍ପଷ୍ଟ ଜଣା ପଡିନାହିଁ ବୋଲି ଜଣେ ଅଗ୍ନିଶମ କର୍ମଚାରୀ କହିଛନ୍ତି । ପୋଲିସର ସୂଚନା ଅନୁଯାୟୀ ଗୋଦାମ ଘରେ ବିପୁଳ ପରିମାଣର ଘିଅ ଏବଂ ତେଲର ଟିଣଡବା ରହିଥିବାରୁ ଏହି ନିଆଁ ବ୍ୟାପିଥିଲା । ଆଦାନୀ ଗ୍ରୁପର ଏହି ଗୋଦାମ ସାହରନପୁର ଜିଲ୍ଲାର ରସୁଲପୁର ଠାରେ 7 ବିଘା ବିସ୍ତୃତ ଜମିରେ ଅବସ୍ଥିତ । ଆଦାନୀ କମ୍ପାନୀର ଅଟା, ଚିନି, ଘିଅ, ତେଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ଗୁଡିକ ଏହି ଗୋଦାମରେ ମହଜୁଦ ରହିଥାଏ ।

ଏହା ମଧ୍ୟ ପଢନ୍ତୁ...ରାଉରକେଲାରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଏହି ସାମଗ୍ରୀ ଗୁଡିକ ସାହାରନପୁର ଗୋଦାମରୁ ଉତ୍ତରାଖଣ୍ଡ ଏବଂ ପଶ୍ଚିମ ଉତ୍ତରପ୍ରଦେଶର ମାର୍କେଟକୁ ବିକ୍ରି ହେବା ପାଇଁ ଯାଇଥାଏ । ଗତ ଶନିବାର ଦିନ ଏହି ଅଞ୍ଚଳର ଲୋକମାନେ ଗୋଦାମ ଘରୁ ଧୂଆଁ ଉଠୁଥିବାର ଦେଖି ଅଗ୍ନିଶମ ବିଭାଗକୁ କଲ କରି ଜଣାଇଥିଲେ । ଏହା ପରେ ସାହାରନପୁର ଫାୟାର ଷ୍ଟେସନରୁ ଦମକଳ ଗାଡି ପହଁଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ନିଆଁ ବ୍ୟାପକ ରୂପ ନେବାରୁ ଆଖପାଖର 50 ପରିବାର ପ୍ରାଣ ଭୟରେ ଘର ଦ୍ବାର ଛାଡି ଥିଲେ ।

ଏହା ମଧ୍ୟ ପଢନ୍ତୁ...ଉତ୍ତର ପ୍ରଦେଶରେ ବ୍ୟାନ ହେଲା ହଲାଲ ସାର୍ଟିଫାଏଡ ପ୍ରଡକ୍ଟ

ସାହାରଣପୁର ଚିଫ ଫାୟାର ଅଫିସର ପ୍ରତାପ ସିଂହ କହିଥିଲେ କି ସେ ଗୋଦାମରେ ନିଆଁ ଲାଗିବାର ସୂଚନା ରାତି 1 ଟାବେଳେ ସୂଚନା ପାଇଥିଲେ ଏବଂ ତତ୍ କ୍ଷଣାତ ଅଗ୍ନିକାଣ୍ଡ ସ୍ଥାନରେ ଦମକଳ ଗାଡି ପହଁଚିଥିଲା । ଏହା ପରେ ନିଆଁର ତୀବ୍ରତାକୁ ଦେଖି ଶେଷରେ ବାଧ୍ୟ ହେଇ ମୁଜାଫରନଗର, ମିରଟ, ସାମଲି, ଅମରୋହା, ବିଜନୋରରୁ ଅତିରିକ୍ତ ଫାୟାର ବ୍ରିଗେଡ ଡକା ଯାଇଥିଲା । ଗୋଦାମର ଛାତ ଟିଣରେ ତିଆରି ହୋଇଥିବା ଯୋଗୁଁ ଅଗ୍ନିଶମ କର୍ମଚାରୀଙ୍କୁ ନିଆଁ ଲିଭାଇବାରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁପଡିଥିଲା । ପରେ କ୍ରେନକୁ ଆଣି ନିଆଁ ଲିଭାଇବାରେ ବ୍ୟବହାର କରାଯାଇଥିଲା ।

ଇଟିଭି ଭାରତ, ବ୍ୟୁରୋ ରିପୋର୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.