ETV Bharat / bharat

Republic Day 2022: ଚଳିତବର୍ଷ ୩୦ ମିନିଟ ବିଳମ୍ବରେ ହେବ ପରେଡ

author img

By

Published : Jan 18, 2022, 11:41 AM IST

Republic Day 2022: ;ଚଳିତବର୍ଷ ୩୦ମିନିଟ ବିଳମ୍ବରେ ହେବ ପରେଡ
Republic Day 2022: ;ଚଳିତବର୍ଷ ୩୦ମିନିଟ ବିଳମ୍ବରେ ହେବ ପରେଡ

ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ ସକାଳ ୧୦ଟାରେ ପରେଡ କାର୍ଯ୍ୟକ୍ରମ ଆରମ୍ଭ ହେଉଥିବା ବେଳେ ଚଳିତ ବର୍ଷ ୧୦ଟା ୩୦ ରେ ହେବ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ୩୦ ମିନିଟ ବିଳମ୍ବରେ ହେବ ସାଧାରଣତନ୍ତ୍ର ଦିବସ ପରେଡ । ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ ସକାଳ ୧୦ଟାରେ ପରେଡ କାର୍ଯ୍ୟକ୍ରମ ଆରମ୍ଭ ହେଉଥିବା ବେଳେ ଚଳିତ ବର୍ଷ ୧୦ଟା ୩୦ ରେ ହେବ । ଏନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ କୋରୋନା କଟକଣା ଯୋଗୁଁ ଏବଂ ପରେଡ ଆରମ୍ଭ ପୂର୍ବରୁ ଜମ୍ମୁ କାଶ୍ମୀରରେ ଶହୀଦ ସୁରକ୍ଷାକର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ | ତେଣୁ ଚଳିତ ବର୍ଷ ବିଳମ୍ବରେ ହେବା ସହ ପରେଡ କାର୍ଯ୍ୟକ୍ରମ ୯୦ମିନିଟ ଧରି ଜାରି ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆ ଗେଟ୍ ନିକଟରେ ଜାତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରିବେ। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ ।

କୋରୋନା କଟକଣା ଯୋଗୁଁ ଗଣତନ୍ତ୍ର ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା କଳାକାରଙ୍କୁ କାହାକୁ ସାକ୍ଷାତ କରିବାକୁ ଅନୁମତି ଦିଆଯିବ ନାହିଁ । ସଂକ୍ରମଣରୁ ଦୂରେଇ ରଖିବା ପାଇଁ ସେମାନଙ୍କୁ ଅଲଗା ରଖାଯାଉଛି ଏବଂ ଯାତାୟତ କରୁଥିବା ଗାଡିକୁ ସାନିଟାଇଜ କରାଯାଉଥିବା ଅଧିକାରୀ ଜଣଙ୍କ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.