ETV Bharat / bharat

Rajasthan Cabinet Reshuffle: ଶପଥ ନେଲେ 15 ମନ୍ତ୍ରୀ

author img

By

Published : Nov 21, 2021, 7:32 PM IST

Updated : Nov 21, 2021, 9:47 PM IST

Rajasthan Cabinet Reshuffle :ଶପଥ ନେଲେ 15 ମନ୍ତ୍ରୀ
Rajasthan Cabinet Reshuffle :ଶପଥ ନେଲେ 15 ମନ୍ତ୍ରୀ

ରାଜସ୍ଥାନ ସମ୍ପ୍ରସାରିତ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ । ୧୫ କ୍ୟାବିନେଟ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ କଲରାଜ ମିଶ୍ର । ମୁଖ୍ୟମନ୍ତ୍ରୀ ଗେହଲଟ କହିଲେ ୨୦୨୩ ବିଧାନସଭା ନିର୍ବାଚନରେ ରାଜ୍ୟରେ ପୁଣି କ୍ଷମତାକୁ ଫେରିବ କଂଗ୍ରେସ । ଅଧିକ ପଢନ୍ତୁ

ଜୟପୁର: ଆଜି (ରବିବାର) ରାଜସ୍ଥାନର ସମ୍ପ୍ରସାରିତ ମନ୍ତ୍ରୀମଣ୍ଡଳ (Rajasthan Cabinet) ଶପଥ ଗ୍ରହଣ କରିଛନ୍ତି । ଆଜି ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ମୋଟ 15 ଜଣ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ କଲରାଜ ମିଶ୍ର । ଆଜି ଶପଥ ନେଇଥିବା ମୋଟ ୧୫ ମନ୍ତ୍ରୀଙ୍କ ମଧ୍ୟରୁ ୧୧ ଜଣ କ୍ୟାବିନେଟ ପାହ୍ୟାର ଥିବାବେଳେ ଅନ୍ୟ ୪ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେହିପରି ପୂର୍ବ ସରକାରରେ ରାଷ୍ଟ୍ରମନ୍ତ୍ରୀ ଭାବେ ସାମିଲ ଥିବା ୪ ଜଣଙ୍କୁ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ମିଳିଛି ।

Rajasthan Cabinet Reshuffle: ଶପଥ ନେଲେ 15 ମନ୍ତ୍ରୀ

ସେହିପରି ଗତ କିଛି ଦିନ ହେବ ଦଳରେ ଲାଗିରହିଥିବା ଅନ୍ତକନ୍ଦଳ ଓ ଗୋଷ୍ଠୀବାଦ ମଧ୍ୟରେ ପୂର୍ବତନ ଉପମୁଖ୍ଯମନ୍ତ୍ରୀ ସଚିନ ପାଇଲଟ (Sachin Pilot)ଙ୍କ ଗୋଷ୍ଠୀଙ୍କୁ ମଧ୍ୟ ନୂତନ କ୍ୟାବିନେଟରେ ମନ୍ତ୍ରୀପଦ ମିଳିଛି । ସଚିନଙ୍କ ବେସ ଘନିଷ୍ଠ କୁହାଯାଉଥିବା ୪ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହି ଶପଥ ଗ୍ରହଣ ସମାରୋହ ପୂର୍ବରୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ (Ashok Gehlot) ଏବଂ ରାଜ୍ୟ ଦାୟିତ୍ବରେ ଥିବା କଂଗ୍ରେସ ପ୍ରଭାରୀ ଅଜୟ ମାକେନ୍ ଜୟପୁରସ୍ଥିତ ପାର୍ଟି ଅଫିସରେ ବିଧାୟକ ଏବଂ ଦଳର ଅନ୍ୟ ନେତାମାନଙ୍କୁ ସମ୍ବୋଧିତ କରିଥିଲେ । 2023 ବିଧାନସଭା ନିର୍ବାଚନରେ ପୁଣି କଂଗ୍ରେସ କ୍ଷମତା ବଜାର ରଖିବା ନେଇ ମଧ୍ୟ ଆଶା ପ୍ରକଟ କରି ଟ୍ବିଟ କରିଥିବା ଦେଖିବାକୁ ମିଳିଛି ।

ଦୁଇ ବର୍ଷ ପରେ ଅର୍ଥାତ ୨୦୨୩ ରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ଦଳୀୟ ଅନ୍ତକନ୍ଦଳକୁ ପ୍ରଶମିତ କରିବା ଦିଗକୁ ମଧ୍ୟ ଏହି କ୍ୟାବିନେଟ ସମ୍ପ୍ରସାରଣରେ ବିଶେଷ ଧ୍ୟାନ ଦେଇଛି କଂଗ୍ରେସ । ସେହିପରି ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟକୁ ମଧ୍ୟ କ୍ୟାବିନେଟରେ ସ୍ଥାନ ଦେଇ କଂଗ୍ରେସ ଉକ୍ତ ବର୍ଗକୁ ସନ୍ତୁଷ୍ଟ କରିବା ପାଇଁ ପ୍ରୟାସ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Nov 21, 2021, 9:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.