ETV Bharat / bharat

ମୁମ୍ବାଇରେ ପହଞ୍ଚିଲେ ରାଷ୍ଟ୍ରପତି, ସ୍ବାଗତ କଲେ ରାଜ୍ୟପାଳ

author img

By

Published : Feb 10, 2022, 5:52 PM IST

୪ ଦିନିଆ ମହାରାଷ୍ଟ୍ର ଗସ୍ତରେ ମୁମ୍ବାଇରେ ପହଞ୍ଚିଲେ ରାଷ୍ଟ୍ରପତି
୪ ଦିନିଆ ମହାରାଷ୍ଟ୍ର ଗସ୍ତରେ ମୁମ୍ବାଇରେ ପହଞ୍ଚିଲେ ରାଷ୍ଟ୍ରପତି

ମୁମ୍ବାଇରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସ୍ବାଗତ କଲେ ରାଜ୍ୟପାଳ । ଅଧିକ ପଢନ୍ତୁ

ମୁମ୍ବାଇ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ମୁମ୍ବାଇରେ ପହଞ୍ଚିଛନ୍ତି । ମୁମ୍ବାଇ ଆନ୍ତର୍ଜାତୀୟ ବିମାନବନ୍ଦରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶାରି, ରାଜ୍ୟ ମନ୍ତ୍ରୀ ଆଦିତ୍ୟ ଠାକରେ ଓ ମୁଖ୍ୟ ଶାସନ ସଚିବ ଦେବାଶିଷ ଚକ୍ରବର୍ତ୍ତୀ ପ୍ରମୁଖ ସ୍ବାଗତ କରିଥିଲେ । ରାଷ୍ଟ୍ରପତି କୋବିନ୍ଦ ୪ ଦିନିଆ ମହାରାଷ୍ଟ୍ର ଓ ହାଇଦ୍ରାବାଦ ଗସ୍ତରେ ଥିବାବେଳେ ଉଭୟ ସ୍ଥାନରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି ।

ଆସନ୍ତାକାଲି (୧୧ ତାରିଖ)ରେ ମୁମ୍ବାଇର ରାଜଭବନରେ ନୂତନ ଦରବାର ହଲର ଉଦଘାଟନ କରିବେ ରାଷ୍ଟ୍ରପତି । ଏହା ପରେ 12 ତାରିଖରେ ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାର ଅମ୍ବାଡାୱେ ଗ୍ରାମରେ ପହଞ୍ଚି ଡ.ବାବାସାହେବ ଆମ୍ବେଦକର ମେମୋରିଆଲ ମଧ୍ୟ ପରିଦର୍ଶନ କରିବେ । ଫେବୃଆରୀ ୧୩ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହାରାଷ୍ଟ୍ରରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.