ETV Bharat / bharat

Republic Day 2022: ସମ୍ମାନିତ ହେବେ ୩୮୪ ସଶସ୍ତ୍ର ବଳର ଅଧିକାରୀ, ସୁପାରିଶକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

author img

By

Published : Jan 25, 2022, 7:35 PM IST

Republic day 2022: ସମ୍ମାନିତ ହେବେ ୩୮୪ ସଶସ୍ତ୍ର ବଳର ଅଧିକାରୀ, ସୁପାରିଶକୁ ରାଷ୍ଟ୍ରପତିଙ୍କ ଅନୁମୋଦନ
Republic day 2022: ସମ୍ମାନିତ ହେବେ ୩୮୪ ସଶସ୍ତ୍ର ବଳର ଅଧିକାରୀ, ସୁପାରିଶକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

୭୩ତମ ସାଧାରଣତନ୍ତ୍ର ଦିବସରେ ସମ୍ମାନିତ ହେବେ ୩୮୪ ପ୍ରତିରକ୍ଷା ଅଧିକାରୀ । ସୁପାରିଶକୁ ଅନୁମୋଦନ ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: 73ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ମାନିତ ହେବେ ସୁରକ୍ଷା ବଳର ଯବାନ । ୩ ସେନା ଓ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳର ମୋଟ ୩୮୪ ଜଣ ଯବାନ ଓ ଅଧିକାରୀଙ୍କୁ ସାହାସିକତା ପାଇଁ ସାହାସିକତା (ଗ୍ୟାଲାଣ୍ଟ୍ରି) ଆଓ୍ବାର୍ଡରେ ସମ୍ମାନିତ କରିବାକୁ ସୁପାରିଶ କରାଯାଇଥିବାବେଳେ ଏହାକୁ ରାଷ୍ଟ୍ରପତିଙ୍କ ଦ୍ବାରା ଅନୁମୋଦନ ମିଳିଛି ।

ଚଳିତ ସାଧାରଣତନ୍ତ୍ର ଦିବସରେ ସମ୍ମାନିତ ହେବାକୁ ଥିବା ମୋଟ ୩୮୪ ଜଣଙ୍କ ମଧ୍ୟରେ ୧୨ ଜଣ ଅଧିକାରୀଙ୍କୁ ସାହାସିକତା ପ୍ରଦର୍ଶନ ପାଇଁ ସମ୍ମାନଜନକ ସୌର୍ୟ ଚକ୍ର ସମ୍ମାନ ପ୍ରଦାନ କରାଯିବ । ସେହିପରି ୮୧ ଜଣଙ୍କୁ ସେନା ପଦକ, ୨ ଜଣଙ୍କୁ ବାୟୁସେନା ପଦକରେ ସମ୍ମାନିତ କରାଯିବ ।

ଏହା ମଧ୍ୟ ପଢନ୍ତୁ:-Republic Day 2022: ପୋଲିସ ପଦକରେ ସମ୍ମାନିତ ହେଲେ ୧୮ ITBP ଅଧିକାରୀ

ପ୍ରତିବର୍ଷ ଗଣତନ୍ତ୍ର ଦିବସ ଓ ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରତିରକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ତଥା ଉଲ୍ଲେଖନୀୟ ସେବା ପାଇଁ ଏହି ଗ୍ୟାଲେଣ୍ଟ୍ରି ବା ସାହାସିକତା ସମ୍ମାନ ପ୍ରଦାନ କରାଯିବାର ପରମ୍ପରା ରହିଛି । ଭାରତର ରାଷ୍ଟ୍ରପତି ଭାରତୀୟ ୩ ସେନା ଓ ଅର୍ଦ୍ଧସାମରିକ ବଳର ଯୋଦ୍ଧା ମାନଙ୍କୁ ଏହି ସମ୍ମାନଜନକ ପଦକରେ ସମ୍ମାନିତ କରିଥାନ୍ତି । ଚଳିତବର୍ଷ ୩୮୪ ଜଣ ଯବାନ ଓ ଅଧିକାରୀଙ୍କୁ ଏହି ସାହାସିକତା ପଦକ ପ୍ରଦାନ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.