ETV Bharat / bharat

ଗେହଲୋଟ କ୍ୟାମ୍ପ୍‌ର ୯୨ ବିଧାୟକଙ୍କ ବିଦ୍ରୋହ, ସଙ୍କଟରେ ରାଜସ୍ଥାନ ସରକାର

author img

By

Published : Sep 25, 2022, 10:03 PM IST

Updated : Sep 25, 2022, 10:31 PM IST

Gehlot supporters mlas will resign to speaker cp Joshi
ଗେହଲୋଟ କ୍ୟାମ୍ପ୍‌ରେ ବିଦ୍ରୋହ, ସଙ୍କଟରେ ରାଜସ୍ଥାନ ସରକାର

ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ଆରମ୍ଭ ହୋଇଛି । ପ୍ରଥମେ ସନ୍ଧ୍ୟା ୭ଟା ବେଳେ ହେବାକୁ ଥିବା କଂଗ୍ରେସର ବିଧାୟକ ଦଳ ବୈଠକ ରଦ୍ଦ ହୋଇଥିଲା । ଅଧିକ ପଢ଼ନ୍ତୁ

ଜୟପୁର: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ଆରମ୍ଭ ହୋଇଛି । ପ୍ରଥମେ ସନ୍ଧ୍ୟା ୭ଟାବେଳେ ହେବାକୁ ଥିବା କଂଗ୍ରେସର ବିଧାୟକ ଦଳ ବୈଠକ ରଦ୍ଦ ହୋଇଥିଲା । ଏହାପରେ ଗେହଲୋଟ ସମର୍ଥିତ ୯୨ ବିଧାୟକ ସାମୁହିକ ଇସ୍ତଫା ଦେବାକୁ ବାହାରିଛନ୍ତି । ଏହାପୂର୍ବରୁ ସମସ୍ତ ବିଧାୟକ ଶାନ୍ତି ଧାରିୱାଲଙ୍କ ବାସଭବନରେ ଜମା ହୋଇଥିଲେ । ଏହାପରେ ସେଠାରୁ ରାଜ୍ୟପାଳ ସିପି ଜୋଶୀଙ୍କୁ ଇସ୍ତଫା ପ୍ରଦାନ କରିବାକୁ ବାହାରିଛନ୍ତି ।

ଶାନ୍ତି ଧାରିୱାଲଙ୍କ ବାସଭବନରେ କଂଗ୍ରେସ ବିଧାୟକ ନାରା ଲଗାଇ ବାହାରିଥିବା ଦେଖାଯାଇଥିଲା । ଏମାନେ ବିଧାୟକ ଦଳ ବୈଠକରେ ଯୋଗ ଦେବାକୁ ମନା କରି ଦେଇଥିଲେ । ସରକାର ସଙ୍କଟରେ ଥିବା ବେଳେ ବିଧୟକମାନେ ପୂର୍ଣ୍ଣ ସମର୍ଥନ ଦେଇଥିଲେ । ବର୍ତ୍ତମାନ ସେହି କଂଗ୍ରେସ ବିଧାୟକଙ୍କ କଥା ଶୁଣା ଯାଉନଥିବା କଥା କହିଛନ୍ତି ରାଜାସ୍ତାନର ଖାଦ୍ୟମନ୍ତ୍ରୀ ପ୍ରତାପ ସିଂହ ।

ବର୍ତ୍ତମାନ ୯୨ ବିଧାୟକ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେବାକୁ ବାହାରିଛନ୍ତି । ଏହି ସଂଖ୍ୟା ୧୦୦ରୁ ଊର୍ଦ୍ଧ୍ବ ହେବ ବୋଲି କହିଛନ୍ତି ରାଜ୍ୟର ଖାଦ୍ୟମନ୍ତ୍ରୀ କହିଛନ୍ତି । ଏହାପୂର୍ବରୁ ବିଧାୟକମାନେ ସଚିନ ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବା ପ୍ରସ୍ତାବରେ ରାଜି ହୋଇନଥିଲେ ବିଧାୟକ । ପାଇଲଟଙ୍କୁ ଛାଡ଼ି ଆଉ ଯାହାକୁ ଏହି ପଦ ଦିଆଗଲେ କୌଣସି ଆପତ୍ତି ନାହିଁ ବୋଲି ବିଧାୟକମାନେ ସ୍ପଷ୍ଟ କରିଥିଲେ । କିନ୍ତୁ ବିଧାୟକଙ୍କ କଥାକୁ ଗୁରୁତ୍ବ ଦିଆଯାଉନଥିବା ଅଭିଯୋଗ ହୋଇଛି । ଏଭଳି ସ୍ଥିତି ପରେ ରାଜସ୍ଥାନରେ ପୁଣି ରାଜନୈତିକ ସଙ୍କଟ ଉଭା ହୋଇଛି ।

Last Updated :Sep 25, 2022, 10:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.