ETV Bharat / bharat

G20 Meet: 'ଭବିଷ୍ୟତରେ ସ୍ବାସ୍ଥ୍ୟ ଏମରେଜନ୍ସିକୁ ରୋକିବାକୁ ଆମେ ପ୍ରସ୍ତୁତ ହେବା ଉଚିତ'

author img

By

Published : Aug 18, 2023, 6:25 PM IST

Etv Bharat
Etv Bharat

ଜି-୨୦ ସ୍ବାସ୍ଥ୍ୟମନ୍ତ୍ରୀ ବୈଠକରେ ଆଗାମୀ ଦିନରେ କୋଭିଡ୍‌ ମହାମାରୀ ଭଳି ସ୍ବାସ୍ଥ୍ୟ ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ବିଶ୍ବକୁ ପ୍ରସ୍ତୁତ ରହିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କହିଛନ୍ତି ଯେ, ଭବିଷ୍ୟତରେ ସ୍ବାସ୍ଥ୍ୟ ଏମରେଜନ୍ସିକୁ ରୋକିବାକୁ ଆମେ ପ୍ରସ୍ତୁତ ରହିବା ଉଚିତ । ଗୁଜୁରାଟ ଗାନ୍ଧୀନଗରରେ ଆୟୋଜିତ ଜି-୨୦ ସ୍ବାସ୍ଥ୍ୟମନ୍ତ୍ରୀ ବୈଠକରେ କୋଭିଡ ମହାମାରୀ ସ୍ଥିତିକୁ ମନେ ପକାଇ ଏପରି କହିଛନ୍ତି ମୋଦି । ନରେନ୍ଦ୍ର ମୋଦି କହିଛନ୍ତି, "ଅନ୍ତର୍ଜାତୀୟ ସ୍ତରରେ କିପରି ସହଭାଗିତା ବଜାୟ ରଖିବ ତାହା ଆମକୁ ଶିଖାଇଛି ମହାମାରୀ । ମହାମାରୀ ରାଷ୍ଟ୍ରଗୁଡିକୁ ମନେ ପକାଇ ଦେଇଛି ଯେ ସ୍ବାସ୍ଥ୍ୟ ସମସ୍ତ ନିଷ୍ପତ୍ତିର କେନ୍ଦ୍ରବିନ୍ଦୁ ହେବା ଉଚିତ । ଏଣୁ ଆଗାମୀ ଦିନରେ ବିଶ୍ବ ବିପତ୍ତିର ସମ୍ମୁଖୀନ ହେବା ଲାଗି ଆମକୁ ପ୍ରସ୍ତୁତ ରହିବା ଉଚିତ ।"

ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, "କୋଭିଡ-୧୯ ମହାମାରୀ ଆମକୁ ଅନ୍ତର୍ଜାତୀୟ ସହଭାଗିତାର ଗୁରୁତ୍ବ କଣ ତାହା ଦର୍ଶାଇଛି । ଏହା ମେଡିସିନ ସମ୍ବନ୍ଧୀୟ ହେଉ କି ଟିକା ଡେଲିଭରି ବା ନିଜ ଦେଶର ନାଗରିକଙ୍କୁ ସ୍ବଦେଶକୁ ଫେରାଇ ଆଣିବା । ମହାମାରୀ ରାଷ୍ଟ୍ରଗୁଡିକୁ ମନେ ପକାଇ ଦେଇଛି ଯେ ସ୍ବାସ୍ଥ୍ୟ ସେମାନଙ୍କ ନିଷ୍ପତ୍ତିର କେନ୍ଦ୍ରବିନ୍ଦୁ ହେବା ଉଚିତ ।" ବିଶ୍ବକୁ ଭ୍ୟାକ୍ସିନ ବଣ୍ଟନରେ ଭାରତର ଭୂମିକାକୁ ମନେ ପକାଇ ମୋଦି କହିଛନ୍ତି, " ନୂଆଦିଲ୍ଲୀ ପ୍ରାୟ ୧୦୦ଟି ଦେଶକୁ ୩୦୦ ମିଲିୟନ ବା ୩୦ କୋଟି ଭ୍ୟାକ୍ସିନ ପ୍ରଦାନ କରିଥିଲା । ବିଶ୍ବର ସ୍ବାସ୍ଥ୍ୟ ବ୍ୟବସ୍ଥା ସ୍ଥିର ହେବା ଉଚିତ ଏବଂ ପରବର୍ତ୍ତୀ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତିକୁ ରୋକିବା ଏବଂ ମୁକାବିଲା ପାଇଁ ବିଶ୍ବ ପ୍ରସ୍ତୁତ ହେବା ଆବଶ୍ୟକ ।"

ଏହା ବି ପଢନ୍ତୁ- G20 summit: ଭାରତର ଭୂସ୍ବର୍ଗ ଦେଖି ବିମୋହିତ ବିଦେଶୀ ପ୍ରତିନିଧି

ମୋଦି ଆହୁରି କହିଛନ୍ତି, "ବର୍ତ୍ତମାନ ଯୁଗରେ ପ୍ରତ୍ୟେକ ଦେଶ ପରସ୍ପର ସହିତ ସଂଯୁକ୍ତ । ଏଣୁ ଏହି ଦୃଷ୍ଟିରୁ ସ୍ବାସ୍ଥ୍ୟ ଏମରେଜନ୍ସିକୁ ସାମ୍ନା କରିବା ଲାଗି ଆଗୁଆ ପ୍ରସ୍ତୁତ ହେବା ଆବଶ୍ୟକ । କାରଣ ଏହି ମହାମାରୀ କେବଳ ଗୋଟିଏ ଦେଶର ସୀମିତ ରହୁନାହିଁ । ଆଖି ପିଛୁଳାକେ କିଛି କ୍ଷଣ ମଧ୍ୟରେ ଏହା ବିଶ୍ବରେ ବ୍ୟାପୁଛି ।" ସଂସ୍କୃତରେ ଥିବା ଏକ ଶ୍ଳୋକକୁ ମନେ ପକାଇ ମୋଦି କହିଛନ୍ତି ଯେ, ସ୍ବାସ୍ଥ୍ୟ ହେଉଛି ମନୁଷ୍ୟର ସମ୍ପଦ । ସ୍ବାସ୍ଥ୍ୟାବସ୍ଥା ଭଲ ଥିଲେ ଜଣେ ସବୁ କିଛି କରିପାରିବ । ଜାତିର ପିତା ମହାତ୍ମା ଗାନ୍ଧୀ ମଧ୍ୟ ଏହା ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଏକ ପୁସ୍ତକ ଲେଖିଛନ୍ତି । ଯାହାର ନାମ ହେଉଛି ' Key to Health" ।

ଏହି ବୈଠକରେ ମୋଦି ଯୋଗର ମାହାତ୍ମ୍ୟ ସମ୍ପର୍କରେ ମଧ୍ୟ ବିଶ୍ବକୁ ଅବଗତ କରାଇଛନ୍ତି । ଅନ୍ତର୍ଜାତୀୟ ଯୋଗ ଦିବସ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିଥିଲେ । ଭାରତରେ ଉତ୍ତମ ସ୍ବାସ୍ଥ୍ୟ ବଜାୟ ରଖିବା ବା କୌଣସି ରୋଗର ଉପଚାର ଲାଗି ପାରମ୍ପରିକ ଶୈଳୀର ବ୍ୟବହାର ହୁଏ । ଏଥିରେ ମଧ୍ୟ ଅଧିକ ଖର୍ଚ୍ଚ ହୋଇନଥାଏ । ବିଶ୍ବସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପାରମ୍ପରିକ ସ୍ବାସ୍ଥ୍ୟର ଆବଶ୍ୟକତାକୁ ଦର୍ଶାଏ ବୋଲି କହିଛନ୍ତି ମୋଦି । ଏହାସହିତ ପାରମ୍ପରିକ ଶସ୍ୟ ମିଲେଟ୍‌ ବା ମାଣ୍ଡିଆର ସ୍ବାସ୍ଥ୍ୟ ଉପଯୋଗୀ ଗୁଣ ସମ୍ପର୍କରେ ମଧ୍ୟ ମୋଦି ବିଶ୍ବବାସୀଙ୍କୁ ଅବଗତ କରାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.