ETV Bharat / bharat

ମୋଦିଙ୍କ ଯୋଗୁଁ ଦେଶ ପ୍ରତି ବିଦେଶୀଙ୍କ ନଜର ବଦଳିଛି: ଅଶ୍ବିନୀ ବୈଷ୍ଣବ

author img

By

Published : Dec 25, 2021, 10:25 PM IST

ପ୍ରଧାନମନ୍ତ୍ରୀ ମୋଦି ଦେଶ ପ୍ରତି ବିଦେଶୀଙ୍କ ନଜର ବଦଳାଇଛନ୍ତି : ରେଳମନ୍ତ୍ରୀ
ପ୍ରଧାନମନ୍ତ୍ରୀ ମୋଦି ଦେଶ ପ୍ରତି ବିଦେଶୀଙ୍କ ନଜର ବଦଳାଇଛନ୍ତି : ରେଳମନ୍ତ୍ରୀ

ପ୍ରୟାଗରାଜ ଗସ୍ତରେ ଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ (Railway minister Ashwini Vaishnaw) କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (PM Narendra Modi) ଯୋଗୁଁ ଦେଶ ପ୍ରତି ବିଦେଶୀଙ୍କ ନଜର ବଦଳିଛି। ଅଧିକ ପଢନ୍ତୁ

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜ ଗସ୍ତରେ ଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ (Railway minister Ashwini Vaishnaw) କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗୁଁ ଦେଶ ପ୍ରତି ବିଦେଶୀଙ୍କ ନଜର ବଦଳିଛି। ଶନିବାର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ କୌଣସି ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ନିଜର ଦୂରଦୃଷ୍ଟି ସମ୍ପନ୍ନ ଗୁଣ ଯୋଗୁଁ ବେଶ ଲୋକପ୍ରିୟ ହୋଇଛନ୍ତି । ଆଜି ଭାରତ ପ୍ରତି ବିଦେଶୀଙ୍କ ନଜର ବଦଳିଛି ବୋଲି କହିଛନ୍ତି ।

ପ୍ରୟାଗରାଜ ବିଶ୍ବବିଦ୍ୟାଳୟର ଅୟୋଜିତ ଏକ ସମ୍ମିଳନୀରେ କେନ୍ଦ୍ରରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ରେଳମନ୍ତ୍ରୀ କହିଛନ୍ତି ଯେ ପ୍ରଥମ ଲୋକଙ୍କ ଧାରଣା ଓ ଦୃଷ୍ଟିକୋଣ ନକାରାତ୍ମକ ଓ ସମସ୍ୟାକୁ ନେଇ ଅଭିଯୋଗ କରୁଥିଲେ। କିନ୍ତୁ ବର୍ତ୍ତମାନ ଲୋକଙ୍କ ଚିନ୍ତାଧାରା ବଦଳୁଛି ସମସ୍ୟାକୁ ସମାଧାନ କରିବା ପାଇଁ ନିଜର ଯୋଗଦାନ କରିବା ପାଇଁ ଚେଷ୍ଟା କରୁଛନ୍ତି । ଏଭଳି ବାତାବରଣ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗୁଁ ସମ୍ଭବ ହୋଇଛି ବୋଲି କହିଛନ୍ତି ।

ଏହା ରେଳମନ୍ତ୍ରୀ କହିଛନ୍ତି ଯେ ଆମର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଭିଯୋଗ କରୁଥିଲେ ଯେ ଦିଲ୍ଲୀରୁ ୧୦୦ ଟଙ୍କା ଦିଆଗଲେ ଲୋକଙ୍କ ପାଖକୁ ୧୫ ଟଙ୍କା ପହଞ୍ଚୁଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଅଭିଯୋଗ କରୁନାହାଁନ୍ତି ସିଧାସଳଖ ନାଗରିକଙ୍କ ପାଖରୁ ଆକାଉଣ୍ଟକୁ ପଠାଉଛନ୍ତି । ସମାଧାନ ଖୋଜି ବାହାର କରନ୍ତି ଏବଂ ସିଧାସଳଖ ଦିଲ୍ଲୀରୁ ଆକାଉଣ୍ଟକୁ ଯାଉଛି । ଏଥିପାଇଁ ଦେଶରେ 40 କୋଟି ଆକାଉଣ୍ଟ ଖୋଲାଯାଇଛି ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.