ETV Bharat / bharat

ଜଳୁଛି ପଟ୍ରୋଲ-ଡିଜେଲ, ରାଜସ୍ଥାନରେ ସର୍ବାଧିକ

author img

By

Published : Feb 17, 2021, 5:11 PM IST

ଜଳୁଛି ପଟ୍ରୋଲ-ଡିଜେଲ; ଶ୍ରୀଗଙ୍ଗାନଗରରେ ସର୍ବଧିକ
ଜଳୁଛି ପଟ୍ରୋଲ-ଡିଜେଲ; ଶ୍ରୀଗଙ୍ଗାନଗରରେ ସର୍ବଧିକ

ସାରା ଦେଶ ଅପେକ୍ଷା ରାଜସ୍ଥାନର ଶ୍ରୀଗଙ୍ଗାନଗର ଅଞ୍ଚଳରେ ପେଟ୍ରୋଲ ଓ ଡିଜେଲ ଦର ଅଧିକ ରହିଛି । ଯାହା ଉପଭୋକ୍ତାଙ୍କ ପକେଟରେ ନିଆଁ ଲଗାଇଛି । ଏଣୁ ରାଜ୍ୟ ସରକାର ତୈଳ ଉପରେ ଭାଟ ହାର କମ୍ କରିବାକୁ ସାଧାରଣରେ ଦାବି ହୋଇଛି । ଅଧିକ ପଢନ୍ତୁ...

ଜୟପୁର: ବର୍ତ୍ତମାନ ଦେଶବ୍ୟାପୀ ତୈଳ ଦରରେ ନିଆଁ ଲାଗିଛି । ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧି ନେଇ ବିଭିନ୍ନ ରାଜନୈତିକ ମହଲରେ ବିରୋଧାଭାଷ ମଧ୍ୟ ସୃଷ୍ଟି ହୋଇଛି । ଇତିମଧ୍ୟରେ ରାଜସ୍ଥାନର ଶ୍ରୀଗଙ୍ଗାନଗର ଅଞ୍ଚଳରେ ଏହି ତୈଳ ଦର ସବୁଠୁ ଅଧିକ ରହିଥିବା ଜଣାପଡିଛି । ଏଠାରେ ପାୱାର ପେଟ୍ରୋଲ ଲିଟର ପିଛା 103 ଟଙ୍କା ଥିବାବେଳେ ସାମାନ୍ୟ ପେଟ୍ରୋଲ ଦର 100 ଟଙ୍କା 7 ପଇସା ରହିଛି । ସେହିପରି ସାମାନ୍ୟ ଡିଜେଲ ଦର ଲିଟର ପିଛା 92 ଟଙ୍କା 7 ପଇସା ରହିଛି । ମହାମାରୀରେ ଜର୍ଜରିତ ସାଧାରଣ ଲୋକ ଏହି ଦର ବୃଦ୍ଧି ନେଇ ଅତିଷ୍ଠ ହୋଇପଡିଛନ୍ତି ।

ଜଳୁଛି ପଟ୍ରୋଲ-ଡିଜେଲ; ଶ୍ରୀଗଙ୍ଗାନଗରରେ ସର୍ବଧିକ
ଜଳୁଛି ପଟ୍ରୋଲ-ଡିଜେଲ; ଶ୍ରୀଗଙ୍ଗାନଗରରେ ସର୍ବଧିକ

ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ସ୍ଥିର ରହିଥିବା ସତ୍ତ୍ବେ ମଧ୍ୟ ତୈଳ କମ୍ପାନୀଗୁଡିକ ଲଗାତାର ଭାବେ ଦର ବୃଦ୍ଧି କରୁଛନ୍ତି । ଗତ ଶନିବାର ଦିନ ମଧ୍ୟ ଅଞ୍ଚଳରେ ପୁନର୍ବାର ପେଟ୍ରୋଲ-ଡିଜେଲ ଦାମରେ ଯଥାକ୍ରମେ 40 ପଇସା ଓ 35 ପଇସା ବଢିଛି । ରାଜସ୍ଥାନ ସରକାର ତୈଳ ଦରରେ 2 ପ୍ରତିଶତ ଭାଟ୍ ହ୍ରାସ କରି ଲୋକଙ୍କୁ ଆଶ୍ବସ୍ତ ଦେବା ଲାଗି ଚେଷ୍ଟିତ ଥିଲେ ମଧ୍ୟ ବିଗତ କିଛି ଦିନରେ ଦର ବୃଦ୍ଧି ଲୋକଙ୍କୁ ଆଶ୍ବସ୍ତ କରୁନାହିଁ ।

ଶ୍ରୀଗଙ୍ଗାନଗର ସହରରେ ପଡୋଶୀ ରାଜ୍ୟ ପଞ୍ଜାବ ଅପେକ୍ଷା ପେଟ୍ରୋଲ 10 ଟଙ୍କା ଏବଂ ଡିଜେଲ ଲିଟର ପିଛା 9 ଟଙ୍କା ଅଧିକ ବିକ୍ରି ହେଉଛି । ଅତ୍ୟଧିକ ଦରଦାମ୍ ଯୋଗୁଁ ତୈଳ ଚୋରା ଚାଲାଣ ରୋକିବା ପାଇଁ କେନ୍ଦ୍ରୀୟ ଏକ୍ସାଇଜ ଡ୍ୟୁଟି ହ୍ରାସ କରିବାକୁ ସାଧାରଣରେ ଦାବି ହେଉଛି । ଯଦ୍ବାରା ପଞ୍ଜାବରୁ ଶ୍ରୀଗଙ୍ଗାନଗର ଅଞ୍ଚଳକୁ ପେଟ୍ରୋଲ ଓ ଡିଜେଲ ଚୋରା ଚାଲାଣ ରୋକାଯାଇପାରିବ । ତେବେ ପଞ୍ଜାବରେ ଏହି ତୈଳ ଉପରେ ଭଟ୍ ହାର ରାଜସ୍ଥାନ ତୁଳନାରେ ଅପେକ୍ଷାକୃତ କମ୍ ଅଟେ । ଏଣୁ ଅତୀତରେ ରାଜସ୍ଥାନ ସରକାରଙ୍କ 2 ପ୍ରତିଶତ ଭାଟ୍ ହ୍ରାସ ଏକ ପ୍ରକାର ଲୋକ ଦେଖାଣିଆ ବୋଲି କୁହାଯାଉଛି ।

ଅପରପକ୍ଷରେ ପେଟ୍ରୋଲ ପମ୍ପ ପରିଚାଳକଙ୍କ କହିବା ମୁତାବକ, ଯେଉଁ ପର୍ଯ୍ୟନ୍ତ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ହାର କମ୍ ନ ହେବ, ସେ ଯାଏଁ ଶ୍ରୀଗଙ୍ଗାନଗର ଉପଭୋକ୍ତାମାନେ ଅଧିକ ଦାମରେ ଏହାକୁ କ୍ରୟ କରିବେ । ସେହିପରେ ଏ ଦିଗରେ ସରକାର ଯଦି କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତାହାହେଲେ ଏହି ସମସ୍ୟାର ସମାଧାନ ହୋଇପାରିବ ନାହିଁ ବୋଲି ଜିଲ୍ଲା ପଟ୍ରୋଲ ପମ୍ପ ଡିଲର ସଙ୍ଘର ସଚିବ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.