ETV Bharat / bharat

Oil Rate Update: ଆଜି ଦେଶରେ ପୁଣି ବଢିଲା ପେଟ୍ରୋଲ ଦର

author img

By

Published : Mar 27, 2022, 8:38 AM IST

Oil Rate Update: ଆଜି ଦେଶରେ ପୁଣି ବଢିଲା ପେଟ୍ରୋଲ ଦର
Oil Rate Update: ଆଜି ଦେଶରେ ପୁଣି ବଢିଲା ପେଟ୍ରୋଲ ଦର

ଦେଶରେ ପୁଣି ବଢିଲା ତୈଳ ଦର । ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୫୦ ପଇସା ଏବଂ ୫୫ ପଇସା ଲେଖାଏଁ ବୃଦ୍ଧି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ପୁଣି ବଢିଲା ତୈଳ ଦର । ରବିବାର ପେଟ୍ରୋଲ ଲିଟର ପିଛା ୫୦ ପଇସା ବୃଦ୍ଧି ପାଇଛି । ଡିଜେଲ ମଧ୍ୟ ୫୫ ପଇସା ମହଙ୍ଗା ହୋଇଛି । ଲଗାତାର ଭାବେ ତୈଳ କମ୍ପାନୀମାନେ ରେଟ୍ ବଢାଇ ଚାଲିଛନ୍ତି । ଫଳରେ ଗତ ୬ ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ୩ ଟଙ୍କା ୭୦ ଏବଂ ୩ ଟଙ୍କା ୭୫ ପଇସା ବଢିଛି । ଆଜିର ବର୍ଦ୍ଧିତ ଦର ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ୯୮.୮୭ ଟଙ୍କାରୁ ବୃଦ୍ଧି ପାଇ ୯୯.୧୧ ଟଙ୍କା ହୋଇଛି । ସେହିପରି ଡିଜେଲ ମଧ୍ୟ ୮୯.୮୭ ଟଙ୍କାରୁ ୯୦.୪୨ ଟଙ୍କାରେ ପହଞ୍ଚିଛି ।

ଦେଶବ୍ୟାପୀ ତୈଳ ଦର ବୃଦ୍ଧି ପାଇଛି । ମାର୍ଚ୍ଚ ୨୨ ତାରିଖରୁ କେବଳ ଗୋଟିଏ ଦିନ ବ୍ୟତୀତ ଅନ୍ୟ ସବୁଦିନ ଦର ବଢିଛି । ଗତକାଲି ପେଟ୍ରୋଲ-ଡିଜେଲ ମୂଲ୍ୟରେ ୮୦ ପଇସା ଲେଖାଏଁ ବୃଦ୍ଧି ହୋଇଥିବା ବେଳେ ଆଜି ୫୦ ପଇସା ଓ ୫୫ ପଇସା ବଢିଛି । ଆଜି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୫୩ ପଇସା ବୃଦ୍ଧି ସହ ରେଟ୍ ୧୧୩.୮୮ ଏବଂ ଡିଜେଲ ୫୮ ପଇସା ବଢି ୯୮.୧୩ ଟଙ୍କା ହୋଇଯାଇଛି । ସ୍ଥାନୀୟ ଟିକସ ଏବଂ ପରିବହନ ଖର୍ଚ୍ଚ ଆଧାରରେ ଦେଶର ବିଭିନ୍ନ ସ୍ଥାନରେ ଦର ଭିନ୍ନ ଭିନ୍ନ ହୋଇଥାଏ ।

ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ୧୨୦ ଡଲାରରେ ପହଞ୍ଚିଛି । ନିକଟରେ ସରିଥିବା ୫ ରାଜ୍ୟର ନିର୍ବାଚନ ପୂର୍ବରୁ ତୈଳ କମ୍ପାନୀ ଦର ବୃଦ୍ଧି କରୁନଥିଲେ । ହେଲେ ଏବେ ନିର୍ବାଚନ ସରିବା ପରେ ତୈଳ ଦର ବଢିବାରେ ଲାଗିଛି । ଆଗକୁ ମଧ୍ୟ ଦର ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି । ଏଭଳି ଭାବେ ଦରଦାମ ବୃଦ୍ଧି ସାଧାରଣ ଲୋକେ ହନ୍ତସନ୍ତ ହେଉଥିବା କହି କଂଗ୍ରେସ ଏବଂ ଅନ୍ୟ ବିରୋଧି ଦଳ ଏବେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.