ETV Bharat / bharat

ଅକ୍ସିଜେନ ଓ ମେଡିସିନ ଅଭାବରୁ କାନ୍ଦୁଛନ୍ତି ଲୋକେ; ରାଲିରେ ହସୁଛନ୍ତି ସରକାର

author img

By

Published : Apr 21, 2021, 11:46 AM IST

ଅକ୍ସିଜେନ ଓ ମେଡିସିନ ଅଭାବରୁ କାନ୍ଦୁଛନ୍ତି ଲୋକେ; ରାଲିରେ ହସୁଛନ୍ତି ସରକାର
ଅକ୍ସିଜେନ ଓ ମେଡିସିନ ଅଭାବରୁ କାନ୍ଦୁଛନ୍ତି ଲୋକେ; ରାଲିରେ ହସୁଛନ୍ତି ସରକାର

ସମଗ୍ର ଦେଶରେ ଅକ୍ସିଜେନ, ବେଡ, ଔଷଧ ଅଭାବକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ବିଦେଶୀକୁ ଔଷଧ ଓ ଭ୍ୟାକସିନ ଯୋଗାଇବା ଦ୍ବାରା ଦେଶରେ ଅଭାବ ଦେଖାଦେଇଛି । ସରକାର ପଶ୍ଚିମବଙ୍ଗରେ ପ୍ରଚାର କରୁଛନ୍ତି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ସମଗ୍ର ଦେଶ କୋରୋନା ସହ ଲଢେଇ କରୁଛି । ବିଭିନ୍ନ ରାଜ୍ୟରେ ଔଷଧ ଓ ଅକ୍ସିଜେନର ଘୋର ଅଭାବ ଦେଖାଦେଇଛି । ଲୋକେ ଜୀବନ ମୃତ୍ୟୁ ସହ ଛପଟପ ହୋଇ କାନ୍ଦୁଥିବା ବେଳେ ସରକାର ରାଲି ଓ ଜନସଭା କରି ହସୁଛନ୍ତି । ଦେଶରେ ବର୍ତ୍ତମାନର କୋରୋନା ଭୟଙ୍କର ହୋଇପଡିଥିବାବେଳେ ଆଜି କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ।

ସଂକ୍ରମଣ ବଢୁଥିବାରୁ ଦେଶର ସମସ୍ତ ହସ୍ପିଟାଲରେ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି । ବେଡ ଓ ଅକ୍ସିଜେନ ଓ ଔଷଧ ନ ପାଇ ଲୋକେ ଚିତ୍କାର କରୁଛନ୍ତି । କିନ୍ତୁ ଏପରି ପରିସ୍ଥିତିରେ ବି କେନ୍ଦ୍ର ସରକାର ରାଲି ଓ ପ୍ରଚାରର ବ୍ୟସ୍ତ।

ପ୍ରିୟଙ୍କା ଗାନ୍ଧୀ କହିଛନ୍ତି‘ ବର୍ତ୍ତମାନ ସମୟରେ ମଧ୍ୟ ସେମାନେ ରାଲି କରୁଛନ୍ତି । ରାଲିର ଷ୍ଟେଜ ଉପରେ ସେମାନେ ହସୁଛନ୍ତି । ଲୋକେ ଅକ୍ସିଜେନ, ବେଡ, ଔଷଧ ପାଇଁ କାନ୍ଦୁଛନ୍ତି ଓ ସାହାଯ୍ୟ ଚିତ୍କାର କରୁଛନ୍ତି । ଆଉ ସେହି ସମୟରେ ସେମାନେ କିପରି ବିଶାଳ ରାଲି କରି ହସିପାରୁଛନ୍ତି । ’

ଦେଶରେ ବର୍ତ୍ତମାନ ସ୍ଥିତି ଅତ୍ୟନ୍ତ ଖରାପ ସ୍ଥିତିରେ ପହଞ୍ଚିଥିଲେ ମଧ୍ୟ ପଶ୍ଚିମବଙ୍ଗ ନିର୍ବାଚନରେ ରାଲି କରୁଛନ୍ତି କେନ୍ଦ୍ର ସରକାର । ତେଣୁ ସରକାର ପାୱାର ଅପେକ୍ଷା ପବ୍ଲିକ ହେଲଥକୁ ଗୁରୁତ୍ବ ଦେବାକୁ ହେବ । ସରକାର କୋରୋନାର ଦ୍ବିତୀୟ ଲହରୀକୁ ରୋକିବାରେ ଫେଲ ହୋଇଛନ୍ତି । କୋରୋନାର ଦ୍ବିତୀୟ ଲହରୀ ଘାତକ ହେବା ପୂର୍ବରୁ କାହିଁକି ସରକାର ଆଗୁଆ ପଦକ୍ଷେପ ନେଲେ ନାହିଁ । ଦେଶରେ ସଠିକ ରଣନୀତି ନଥିବାରୁ ଆଜି ଅକ୍ସିଜେନର ଅଭାବ ଦେଖାଦେଇଛି । ଅନ୍ୟପଟେ, ପ୍ରଧାନମନ୍ତ୍ରୀ ଦେଶକୁ ଅକ୍ସିଜେନ ସବୁଠାରୁ ବଡ ଉତ୍ପାଦକ ବୋଲି କହୁଛନ୍ତି ।

ସେ କହିଛନ୍ତି, ଯଦି ବିଶ୍ବରେ ଅକ୍ସିଜେନ ଉତ୍ପାଦନ କ୍ଷେତ୍ରରେ ଭାରତ ଆଗରେ ରହିଛି । ତେବେ କାହିଁକି ଅକ୍ସିଜେନର ଅଭାବ ଦେଖାଦେଇଛି । କୋରୋନାର ପ୍ରଥମ ଲହରୀ ଓ ଦ୍ବିତୀୟ ଲହରୀ ମଧ୍ୟରେ 8ରୁ 9 ମାସର ସମୟ ରହିଥିଲା । ଭାରତରେ ଅକ୍ସିଜେନ ଉତ୍ପାଦନ କ୍ଷମତା ବିଶ୍ବରେ ସବୁଠାର ଅଧିକ ରହିଥିଲେ ମଧ୍ୟ ପରିବହନ ପାଇଁ କୌଣସି ସୁବିଧା ନାହିଁ ।

ଗତ 6 ମାସ ମଧ୍ୟରେ ଦେଶରୁ 1.1 ମିଲିୟନ ରେମଡିସିଭର ଇଞ୍ଜେକ୍ସନ 6 ମାସ ମଧ୍ୟରେ ବିଦେଶକୁ ପଠାଯାଇଛି । ଯାହାର ଫଳସ୍ବରୂପ ଆଜି ଆମ ଦେଶରେ ଇଞ୍ଜେକ୍ସନ ମିଳୁନାହିଁ । ସେହିପରି ଜାନୁଆରୀ-ମାର୍ଚ୍ଚ ମାସ ମଧ୍ୟରେ 6 କୋଟି କୋରୋନା ଭ୍ୟାକ୍ସିନ ରପ୍ତାନୀ କରାଯାଇଥିବାବେଳେ ଦେଶରେ ବର୍ତ୍ତମାନ କେବଳ 3ରୁ 4 କୋଟି ଟିକା ନେଇଛନ୍ତି ।

ବିଭିନ୍ନ ସ୍ଥାନରୁ କୋରୋନାର ଏଭଳି ରିପୋର୍ଟ ଆସୁଛି, ଯାହାକୁ ଦେଖିଲେ ସରକାର କଣ କରୁଛନ୍ତି ତାହା ବୁଝାପଡୁନି । ଶବଦାହ ଘାଟରେ ଭିଡ ଲାଗି ରହୁଥିବାବେଳେ ଲୋକମାନେ କୁପନ ସହ ଛିଡା ହେଉଛନ୍ତି । ଏପରି ସ୍ଥିତି ସରକାର ଯାହା କରିବା କଥା ତାହା କରୁନାହାଁନ୍ତି ବୋଲି ପ୍ରିୟଙ୍କା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.