ETV Bharat / bharat

Azadi Ka Amrit Mahotsav; ଧ୍ୟାନ ଚାନ୍ଦ ଷ୍ଟାଡିୟମରେ ’ପେଡାଲ ଫର ହେଲଥ କାର୍ଯ୍ୟକ୍ରମ’

author img

By

Published : Aug 14, 2021, 9:44 AM IST

AzadiKa Amrit Mahotsav; ଧ୍ୟାନ ଚାନ୍ଦ ଷ୍ଟାଡିୟମରେ ’ପେଡାଲ ଫର ହେଲଥ କାର୍ଯ୍ୟକ୍ରମ’
AzadiKa Amrit Mahotsav; ଧ୍ୟାନ ଚାନ୍ଦ ଷ୍ଟାଡିୟମରେ ’ପେଡାଲ ଫର ହେଲଥ କାର୍ଯ୍ୟକ୍ରମ’

ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁସାରେ, ଆଜି (ଶନିବାର) ନୂଆଦିଲ୍ଲୀ ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ଆୟୋଜିତ ହୋଇଛି ଏକ ସାଇକେଲ ଚାଳନା ଶୋଭାଯାତ୍ରା । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ରାତି ପାହିଲେ ଦେଶ ପାଳିବ ସ୍ବାଧିନତାର ସ୍ବର୍ଣ୍ଣିମ ୭୫ ବର୍ଷ । ଏହାକୁ ସ୍ମରଣୀୟ ସ୍ବତନ୍ତ୍ର କରିବା ପାଇଁ କେନ୍ଦ୍ର ସରକାର ବ୍ୟାପକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି । ଯାହା ଦେଶବ୍ୟାପୀ ୭୫ ସପ୍ତାହ ପର୍ଯ୍ୟନ୍ତ ପାଳନ କରାଯିବ । ଆଜାଦୀ କା ଅମୃତ ମହୋତ୍ସବ ଅଧିନରେ ଏହି ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହେବ ।

AzadiKa Amrit Mahotsav; ଧ୍ୟାନ ଚାନ୍ଦ ଷ୍ଟାଡିୟମରେ ’ପେଡାଲ ଫର ହେଲଥ କାର୍ଯ୍ୟକ୍ରମ’

ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁସାରେ ଆଜି (ଶନିବାର) ନୂଆଦିଲ୍ଲୀ ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ଆୟୋଜିତ ହୋଇଛି ଏକ ସାଇକେଲ ଚାଳନା ଶୋଭାଯାତ୍ରା । ଯାହାର ସ୍ଲୋଗାନ ରହିଛି 'ପେଡାଲ ଫର ହେଲଥ' । ଏହି ସାଇକେଲ ଶୋଭାଯାତ୍ରା ଧ୍ୟାନଚାନ୍ଦ ଷ୍ଟାଡିୟମରୁ ଆକବର ରୋଡ ପର୍ଯ୍ୟନ୍ତ ଯାଇଥିଲା । କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ, କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜିଜୁ ଓ କେନ୍ଦ୍ର କ୍ରୀଡା ରାଷ୍ଟ୍ରମନ୍ତ୍ରୀ ନିଶିତ ପ୍ରାମାଣିକ ଯୋଗ ଦେଇଥିଲେ । ଏଥିରେ ହଜାର ହଜାର ସଂଖ୍ୟାର ସାଇକେଲ ଆରୋହି, ବିଭିନ୍ନ ସ୍ବଚ୍ଛାସେବି ସଂଗଠନ, ଜନସାଧାରଣ ଅଂଶ ଗ୍ରହଣ କରିଥିଲେ ।

ସୂଚନାଯୋଗ୍ୟ, ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନ୍ତର୍ଗତ ଗତକାଲି ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ବାରା ଏକାଧିକ କାର୍ଯ୍ୟକ୍ରମ ପ୍ରତିରକ୍ଷାମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି । BROର ୭୫ ଗୋଟି ଟିମ ଗତକାଲି ଅତି ଦୁର୍ଗମ ଅଞ୍ଚଳକୁ ଗସ୍ତ କରିଥିଲେ । ଯେଉଁଠାରେ ସେମାନେ ୧୫ ଅଗଷ୍ଟରେ ତ୍ରିରଙ୍ଗା ଉଡାଇବେ । ସେହିପରି ଭାରତୀୟ ତଟରକ୍ଷୀ ବାହିନୀ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ପାଇଁ ୧୦୦ଟି ଦ୍ବୀପରେ ଉଡାଇବ ତ୍ରିରଙ୍ଗା । ଏହାବାଦ ସେନାର ୭୫ଟି ଟିମ ମଧ୍ୟ ଗତକାଲି ଦେଶର ପାର୍ବତ୍ୟାଞ୍ଚଳ ଗସ୍ତ କରି ପାହାଡ ଚଢି ୧୫ ଅଗଷ୍ଟରେ ପାହାଡ ଶିଖରରେ ତ୍ରିରଙ୍ଗା ଉଡାଇବେ ।

ଭାରତ ସ୍ବାଧିନତାର ୭୫ ବର୍ଷ ଅମୃତ ମହୋତ୍ସବ ପାଳନ କରୁଛି । ପ୍ରତିରକ୍ଷା ମନ୍ତ୍ରୀ ଗତକାଲି ସବୁଜ ପତାକା ଦେଖାଇ ସମସ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଗତକାଲି ଠାରୁ ତଟରକ୍ଷୀ ବାହିନୀ, ସେନା ଓ ବିଆରଓ ଅଧିକାରୀ ମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.