ETV Bharat / bharat

ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ, ଫେବ୍ରୁଆରୀ ୧ରେ କାମଚଳା ବଜେଟ୍

author img

By ETV Bharat Odisha Team

Published : Jan 11, 2024, 1:02 PM IST

Updated : Jan 11, 2024, 1:43 PM IST

Etv Bharଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ, ଫେବ୍ରୁଆରୀ ୧ରେ ଆସିବ ଅନ୍ତରୀଣ ବଜେଟ୍at
Etv Bhଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ, ଫେବ୍ରୁଆରୀ ୧ରେ ଆସିବ ଅନ୍ତରୀଣ ବଜେଟ୍arat

Parliament Budget Session: ଜାନୁଆରୀ ୩୧ ତାରିଖରୁ ସଂସଦର ବଜେଟ ଅଧିବେଶନ । ଫେବ୍ରୁଆରୀ ୧ ତାରିଖରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିକ ପଢ଼ନ୍ତୁ,

ନୂଆଦିଲ୍ଲୀ: ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ଏହା ଫେବ୍ରୁଆରି ୯ ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ମିଳିଛି । ଫେବ୍ରୁଆରୀ ୧ ତାରିଖରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରାଯିବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୦୨୫ ବର୍ଷ ପାଇଁ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ । ୨୦୨୪ରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ, ଏବେ କାମଚଳା ବଜେଟ ଉପସ୍ଥାପନ କରାଯିବ । ନିର୍ବାଚନ ପରେ ନବ ନିର୍ବାଚିତ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଣିବେ ।

ସୂଚନା ଅନୁସାରେ ଜାନୁଆରୀ ୩୧ ତାରିଖରେ, ବଜେଟ ଅଧିବେଶନର ପ୍ରଥମ ଦିନ ଆରମ୍ଭରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦକୁ ସମ୍ବୋଧିତ କରିବେ । ସୂତ୍ର ଅନୁସାରେ ଏହି କାମଚଳା ବଜେଟରେ ଅର୍ଥମନ୍ତ୍ରୀ ସୀତାରମଣ, ପିଏମ୍ କିଶାନ ସମ୍ମାନ ନିଧିକୁ ଦୁଇଗୁଣା କରିପାରନ୍ତି । ଏହା ମହିଳା କୃଷକମାନଙ୍କ ପାଇଁ କରାଯିବାର ସମ୍ଭାବନା ରହିଛି । ଯଦି ଏହା କରାଯାଏ, ତେବେ ଏଥିପାଇଁ ୧୨୦୦୦ କୋଟିର ଅଧିକ ବୋଝ ପଡ଼ିପାରେ । କେନ୍ଦ୍ରରେ ବିଜେପି ସରକାର ଚଳିତବର୍ଷ ନିର୍ବାଚନକୁ ଯାଉଥିବା ବେଳେ, କୃଷି କ୍ଷେତ୍ରରେ ମହିଳା ସଶକ୍ତୀକରଣ ପାଇଁ ଏହି ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ: ବଜେଟ ବିଷୟରେ ଜାଣିବା କାହିଁକି ? ସାଧାରଣ ଲୋକଙ୍କ ଜୀବନରେ ଏହାର ପ୍ରଭାବ କଣ ? ଜାଣନ୍ତୁ...

ଏହା ମଧ୍ୟ ପଢ଼ନ୍ତୁ: କାହିଁକି ଫେବୃଆରୀ 1କୁ ବଦଳିଲା ବଜେଟ୍ ତାରିଖ, ଜାଣନ୍ତୁ

ସେହିପରି କାମଚଳା ବଜେଟରେ ଭିତ୍ତିଭୂମି ବିକାଶ ଏବଂ ନିଯୁକ୍ତି ସୃଷ୍ଟିକୁ ପ୍ରାଧାନ୍ୟ ଦିଆ ଯାଇପାରେ । ଭାରତ ସରକାର ୨୦୪୭ ସୁଦ୍ଧା $30 ଟ୍ରିଲିୟନ ଅର୍ଥନୀତିରେ ପରିଣତ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ, ଦେଶରେ ଭିତ୍ତିଭୂମି ଏବଂ ନିଯୁକ୍ତି ସୁଯୋଗକୁ ପ୍ରାଥମିକତା ଦେବାର ସମ୍ଭାବନା ରହିଛି । ତେବେ କାମଚଳା ବଜେଟରେ ଆୟକର ନିୟମରେ କୌଣସି ବଡ଼ ଧରଣର ପରିବର୍ତ୍ତନ କରି ନପାରନ୍ତି ।

୨୦୨୪ ଏପ୍ରିଲରୁ ଜୁନ ମଧ୍ୟରେ ହେବ ଲୋକସଭା ନିର୍ବାଚନ । ତେଣୁ ନିର୍ବାଚନ ପରେ ସଂସଦରେ ଆସିବ ପୂର୍ଣ୍ଣାଙ୍ଗ ବଜେଟ । ତେଣୁ ଫେବ୍ରୁଆରୀ ୧ରେ ଉପସ୍ଥାପନ ହେବାକୁ ଥିବା ଅନ୍ତରୀଣ ବଜେଟରେ କୌଣସି ନୀତିଗତ ପରିବର୍ତ୍ତନ ହେବାର ସମ୍ଭାବନା କ୍ଷୀଣ । ଦେଶରେ ସାଧାରଣ ନିର୍ବାଚନ ପରେ ନୂଆ ସରକାର ଗଠନ ହେବ ଏବଂ ତା ପରେ ହିଁ 2024 ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯିବ । ପୂର୍ବରୁ ସାଧାରଣ ବଜେଟ ଫେବ୍ରୁଆରି ମାସ ଶେଷରେ ଉପସ୍ଥାପନ କରାଯାଉଥିବା ବେଳେ, ୨୦୧୭ଠାରୁ ଏହାକୁ ଫେବୃଆରୀ 1 ତାରିଖରେ ଉପସ୍ଥାପିତ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 11, 2024, 1:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.